ETV Bharat / bharat

କଂଗ୍ରେସର ଭାରତ ବଞ୍ଚାଅ ରାଲି ପୂର୍ବରୁ ରାହୁଲ ଗାନ୍ଧୀଙ୍କ ରଣହୁଙ୍କାର - କଂଗ୍ରେସର ଭାରତ ବଞ୍ଚାଅ ରାଲି

ମୋଦି ସରକାରଙ୍କ ବିରୋଧରେ କଂଗ୍ରେସର ଭାରତ ବଞ୍ଚାଅ ରାଲି ପୂର୍ବରୁ ରଣହୁଙ୍କାର ଦେଲେ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ । ଜାଣନ୍ତୁ ସେ କ'ଣ କହିଛନ୍ତି..

congress leader rahul gandhi
ଫାଇଲ ଫଟୋ
author img

By

Published : Dec 14, 2019, 10:43 AM IST

ନୂଆଦିଲ୍ଲୀ: ମୋଦି ସରକାରଙ୍କ ବିରୋଧରେ କଂଗ୍ରେସର ଭାରତ ବଞ୍ଚାଅ ରାଲି ପୂର୍ବରୁ ରଣହୁଙ୍କାର ଦେଲେ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ । ରାଲି ପୂର୍ବରୁ ସେ ଟ୍ବିଟ କରି କହିଛନ୍ତି, 'ଆଜି ଦିଲ୍ଲୀର ଐତିହାସିକ ରାମଲୀଲା ମୈଦାନରେ ବିଜେପି ସରକାରର ମନମାନି, ଆଇସିୟୁରେ ପହଞ୍ଚା ଯାଇଥିବା ଅର୍ଥବ୍ୟବସ୍ଥା ଏବଂ ଗଣତନ୍ତ୍ରର ହତ୍ୟା ବିରୋଧରେ ମୁଁ ଜନସଭାକୁ ସମ୍ବୋଧିତ କରିବି ।'

congress leader rahul gandhi
ଫଟୋ ସୌଜନ୍ୟ: ଏଏନଆଇ

ଦିଲ୍ଲୀର ରାମଲୀଲା ମୈଦାନରେ ଆଜି କଂଗ୍ରେସ ମୋଦି ସରକାରଙ୍କ ବିରୋଧରେ ବିଶାଳ ରାଲିର ଆୟୋଜନ କରିଛି । ଏନେଇ ପ୍ରସ୍ତୁତି ଚୂଡାନ୍ତ ହୋଇସାରିଛି । ନାଗରିକତା ସଂଶୋଧନ ଆଇନ୍‌, ମହିଳାଙ୍କ ପ୍ରତି ବଢୁଥିବା ଅତ୍ୟାଚାର, ଆର୍ଥିକ ମାନ୍ଦାବସ୍ଥା ଏବଂ ଅନ୍ୟାନ୍ୟ ପ୍ରସଙ୍ଗକୁ ନେଇ କେନ୍ଦ୍ର ସରକାରଙ୍କୁ ଘେରିବା ପାଇଁ ଏହି ରାଲି କରୁଛି ଦଳ । ଏହି ରାଲି ପାଇଁ କଂଗ୍ରେସକର୍ମୀଙ୍କ ମଧ୍ୟରେ ଖୁବ ଉତ୍ସାହ ଦେଖିବାକୁ ମିଳିଛି । ରାଲିରେ କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧୀ, ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଏବଂ ପ୍ରିୟଙ୍କା ଗାନ୍ଧୀଙ୍କ ସମେତ ଅନେକ ବରିଷ୍ଠ ନେତା ଯୋଗ ଦେବେ ।

sample description
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.