ETV Bharat / bharat

ଟ୍ବିଟରରେ 10 ଦେଶର ତଥ୍ୟ ସେୟାର କରି ମୋଦିଙ୍କୁ ଟାର୍ଗେଟ କଲେ ରାହୁଲ

author img

By

Published : Oct 19, 2020, 6:25 PM IST

10ଟି ଦେଶର ତଥ୍ୟକୁ ଟ୍ବିଟରରେ ସେୟାର କରି ମୋଦି ସରକାରଙ୍କୁ ଟାର୍ଗେଟ କରିଛନ୍ତି ରାହୁଲ ଗାନ୍ଧୀ । ସେୟାର କରିଥିବା 10ଟି ଦେଶର ଅର୍ଥବ୍ୟବସ୍ଥା ଓ କୋରୋନାର ତଥ୍ୟ ଦିଆଯାଇଛି । ଅଧିକ ପଢନ୍ତୁ...

ଟ୍ବିଟରରେ 10 ଦେଶର ତଥ୍ୟ ସେୟାର କରି ମୋଦିଙ୍କୁ ଟାର୍ଗେଟ କଲେ ରାହୁଲ
ଟ୍ବିଟରରେ 10 ଦେଶର ତଥ୍ୟ ସେୟାର କରି ମୋଦିଙ୍କୁ ଟାର୍ଗେଟ କଲେ ରାହୁଲ

ନୂଆଦିଲ୍ଲୀ: ମୋଦି ସରକାରଙ୍କୁ ଟାର୍ଗେଟ କରିଛନ୍ତି କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ । ଅର୍ଥ ବ୍ୟବସ୍ଥା ଓ ମହାମାରୀ କୋରୋନା ପରିଚାଳନାକୁ ନେଇ ମୋଦି ସରକାରଙ୍କୁ ଘେରିଛନ୍ତି ରାହୁଲ । ଏହା ସହ ସେ 10ଟି ଦେଶର ତଥ୍ୟକୁ ମଧ୍ୟ ଟ୍ବିଟରରେ ସେୟାର କରିଛନ୍ତି ।

ରାହୁଲ ନିଜ ଟ୍ବିଟରରେ ସେୟାର କରିଥିବା 10ଟି ଦେଶର ଅର୍ଥବ୍ୟବସ୍ଥା ଓ କୋରୋନାର ତଥ୍ୟ ଦିଆଯାଇଛି । ତେବେ ଏଥିରେ ଭାରତର ସ୍ଥିତିକୁ ଚିନ୍ତାଜନକ ଦର୍ଶାଇଛନ୍ତି ରାହୁଲ ।

ଅନ୍ୟପକ୍ଷେ କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଅନୁସାରେ ଦେଶରେ 75 ଲକ୍ଷରୁ ଉର୍ଦ୍ଧ୍ବ କୋରୋନା ସଂକ୍ରମଣ ମାମଲା ସାମ୍ନାକୁ ଆସିସାରିଛି । ଗତ 24 ଘଣ୍ଟା ମଧ୍ୟରେ 55,722 ନୂଆ ମାମଲା ସାମ୍ନାକୁ ଆସିଥିବା ବେଳେ 579 ଜଣଙ୍କର ମୃତ୍ୟୁ ହୋଇଛି ।

ଏହା ପୂର୍ବରୁ ନୂଆ କୃଷି ଆଇନ ବିରୋଧରେ ମୋଦି ସରକାରଙ୍କୁ ଘେରି ଆସୁଛନ୍ତି ରାହୁଲ । ନିକଟରେ ପଞ୍ଜାବର ଟ୍ରାକ୍ଟର ରାଲିରେ ଯୋଗ ଦେଇ ରାହୁଲ ପ୍ରଧାନମନ୍ତ୍ରୀଙ୍କୁ ଟାର୍ଗେଟ କରିବା ସହ ତାଙ୍କ ସରକାର ଚାଷୀଙ୍କୁ ଧୋକା ଦେଇଥିବା କହିଥିଲେ ।

ଆଉ କିଛି ଦିନ ପରେ ବିହାର ବିଧାନସଭା ନିର୍ବାଚନ ହେବାକୁ ଯାଉଛି । ଏନେଇ ନିଜର ଅସ୍ତିତ୍ବ ହରାଇ ସାରିଥିବା କଂଗ୍ରେସ ସମ୍ମାନ ବଞ୍ଚାଇବାକୁ କରୁଛି ଅନେକ ପ୍ରୟାସ । ରାହୁଲ ମଧ୍ୟ ବିହାର ନିର୍ବାଚନର ପ୍ରଚାର ମୈଦାନକୁ ଓହ୍ଲାଇବେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.