ETV Bharat / bharat

'ପ୍ରଧାନମନ୍ତ୍ରୀ ମୋଦି ଓ ନାଥୁରାମ ଗଡସେଙ୍କ ବିଚାରଧାରା ସମାନ' - କଂଗ୍ରେସ ନେତା ରାହୁଲ ଗାନ୍ଧୀ

ପ୍ରଧାନମନ୍ତ୍ରୀ ମୋଦିଙ୍କୁ ମହାତ୍ମାଗାନ୍ଧୀଙ୍କ ହତ୍ୟାକାରୀ ନାଥୁରାମ ଗଡସେଙ୍କ ସହ କରିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ । ମୋଦି ଏବଂ ଗଡସେଙ୍କ ବିଚାରଧାରାରେ କୌଣସି ତଫାତ୍‌ ନାହିଁ ବୋଲି ସେ କହିଛନ୍ତି । ଅଧିକ ପଢନ୍ତୁ...

rahul gandhi
ରାହୁଲ ଗାନ୍ଧୀ
author img

By

Published : Jan 30, 2020, 2:43 PM IST

ନୂଆଦିଲ୍ଲୀ: ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ପୁଣ୍ୟତିଥିରେ ନାଗରିକତା ସଂଶୋଧନ ଆଇନ୍‌ ବିରୋଧରେ 'ସମ୍ବିଧାନ ବଞ୍ଚାଅ' ମୋର୍ଚ୍ଚା ବାହାର କରିଛି କଂଗ୍ରେସ । ଏହି ମୋର୍ଚ୍ଚା କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ନେତୃତ୍ବରେ କେରଳର ୱାୟନାଡରୁ ଆରମ୍ଭ ହୋଇଛି । ରାହୁଲ ଗାନ୍ଧୀଙ୍କ ସହ କଂଗ୍ରେସର ଅନେକ କାର୍ଯ୍ୟକର୍ତ୍ତା ଏଥିରେ ସାମିଲ ହୋଇଛନ୍ତି । ଏହି ରାଲିରେ କାର୍ଯ୍ୟକର୍ତ୍ତା ତ୍ରିରଙ୍ଗା ଧରି ରାହୁଲଙ୍କ ସହ ପଦଯାତ୍ରା କରିଛନ୍ତି । ତେବେ ଏହି ମୋର୍ଚ୍ଚା ପରେ ରାହୁଲ ଗାନ୍ଧୀ ଏକ ଜନସଭାକୁ ସମ୍ବୋଧିତ କରି ବିବାଦୀୟ ବୟାନ ଦେଇଛନ୍ତି । ସେ ପ୍ରଧାନମନ୍ତ୍ରୀ ମୋଦିଙ୍କ ତୁଳନା ମହାତ୍ମା ଗାନ୍ଧୀଙ୍କ ହତ୍ୟାକାରୀ ନାଥୁରାମ ଗଡସେଙ୍କ ସହ କରିଛନ୍ତି ।

ରାହୁଲ ଗାନ୍ଧୀ

ସଭାକୁ ସମ୍ବୋଧିତ କରି ରାହୁଲ ଗାନ୍ଧୀ କହିଛନ୍ତି, 'ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଗଡସେଙ୍କ ବିଚାରଧାରେ କୌଣସି ତଫାତ୍‌ ନାହିଁ । ଉଭୟ ଗୋଟିଏ ବିଚାରଧାରାରେ ବିଶ୍ବାସ କରନ୍ତି । ତଫାତ୍‌ କେବଳ ଏତିକି ଯେ, ମୋଦି ଗଡସେଙ୍କ ଉପରେ ବିଶ୍ବାସ କରନ୍ତି ବୋଲି ସେ କହିପାରନ୍ତି ନାହିଁ । '

ସିଏଏ ଏବଂ ଏନଆରସିର ବିରୋଧ କରି ରାହୁଲ ଗାନ୍ଧୀ କହିଛନ୍ତି, 'ଦେଶବାସୀଙ୍କୁ ନିଜ ଭାରତୀୟ ହେବାର ପ୍ରମାଣ ଦେବାକୁ ପଡୁଛି । ମୁଁ ଭାରତୀୟ କି ନୁହେଁ ତାହା ନିର୍ଣ୍ଣୟ କରିବାକୁ ନରେନ୍ଦ୍ର ମୋଦି କିଏ ? କିଏ ଭାରତୀୟ ଏବଂ କିଏ ନୁହେଁ ତାହା ନିର୍ଦ୍ଧାରଣ କରିବାକୁ ତାଙ୍କୁ ଏହି ଲାଇସେନ୍ସ କିଏ ଦେଲା ? ମୁଁ ଭାରତୀୟ ବୋଲି ମୁଁ ଜାଣିଛି । ଏହାର ପ୍ରମାଣ ଦେବାର କୌଣସି ଆବଶ୍ୟକତା ନାହିଁ । '

ବେରୋଜଗାର ସମସ୍ୟା ଏବଂ ଆର୍ଥିକ ମାନ୍ଦାବସ୍ଥାକୁ ନେଇ ମୋଦିଙ୍କୁ ଟାର୍ଗେଟ କରି ରାହୁଲ ଗାନ୍ଧୀ କହିଛନ୍ତି, ' ଯେବେ ବି ପ୍ରଧାନମନ୍ତ୍ରୀଙ୍କୁ ବେରୋଜଗାରୀ ସମ୍ପର୍କରେ ପ୍ରଶ୍ନ କରାଯାଏ, ସେ ପ୍ରସଙ୍ଗ ବଦଳାଇ ଦିଅନ୍ତି । ସିଏଏ ଏବଂ ଏନଆରସି ଆପଣମାଙ୍କୁ ରୋଜଗାର ଦେବନାହିଁ । ଜମ୍ମୁ-କାଶ୍ମୀର ସ୍ଥିତି ଏବଂ ଆସାମରେ ଲାଗିଥିବା ନିଆଁ ଦ୍ବାରା ଲୋକେ ରୋଜଗାର ପାଇବେ ନାହିଁ । '

'ପ୍ରଧାନମନ୍ତ୍ରୀ ମୋଦି ଓ ନାଥୁରାମ ଗଡସେଙ୍କ ବିଚାରଧାରା ସମାନ'

Intro:Body:

dhh

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.