ETV Bharat / bharat

ମୋତେ ଧକ୍କା ମାରିଲେ, ତଣ୍ଟି ଚିପିଲେ: ପ୍ରିୟଙ୍କା ଗାନ୍ଧୀ - ଉତ୍ତର ପ୍ରଦେଶ ପୋଲିସ

ୟୁପି ପୋଲିସ ବିରୋଧରେ ପ୍ରିୟଙ୍କା ଗାନ୍ଧୀଙ୍କ ସଙ୍ଗୀନ ଅଭିଯୋଗ । ଅଧିକ ପଢନ୍ତୁ...

PHOTO
priyanka gandhi
author img

By

Published : Dec 28, 2019, 9:37 PM IST

ନୂଆଦିଲ୍ଲୀ: ଉତ୍ତର ପ୍ରଦେଶ ପୋଲିସ ବିରୋଧରେ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀଙ୍କ ସଙ୍ଗୀନ ଅଭିଯୋଗ । ପ୍ରିୟଙ୍କା କହିଛନ୍ତି, ଶନିବାର ସେ ଲକ୍ଷ୍ନୌ ଗସ୍ତରେ ଆସି ପୂର୍ବତନ ଆଇପିଏସ ଅଫିସର ଏସଆର ଦୋରାପୁରିଙ୍କ ପରିବାରକୁ ସାକ୍ଷାତ ପାଇଁ ଯାଉଥିଲେ । ତେବେ ପୋଲିସ ତାଙ୍କୁ ଯିବାକୁ ଅନୁମତି ଦେଇନଥିଲା । ଫଳରେ ସେ ଚାଲି ଚାଲି ଯିବାକୁ ଚାହିଁଥିଲେ । କିନ୍ତୁ ଏହି ସମୟରେ ୟୁପି ପୋଲିସର ମହିଳା ଅଫିସର ତାଙ୍କୁ ଅଟକାଇବା ସହ ଧକ୍କା ମାରିଛନ୍ତି । ତାଙ୍କ ତଣ୍ଟି ଚିପିବାକୁ ପ୍ରୟାସ କରିଛନ୍ତି ବୋଲି ଅଭିଯୋଗ କରିଛନ୍ତି ପ୍ରିୟଙ୍କା ।

ପ୍ରିୟଙ୍କା ଆହୁରି କହିଛନ୍ତି ମତେ ଧରି ଧକ୍କା ମରାଗଲା । ଯହାଦ୍ବାରା ମୁ ତଳେ ପଡିଗଲି । ପରେ ସେ ଜଣେ ଦଳୀୟ କର୍ମୀଙ୍କ ସ୍କୁଟରରେ ଯାଇ ପୂର୍ବତନ ଆଇପିଏସ ଅଫିସର ଏସଆର ଦୋରାପୁରିଙ୍କ ପରିବାରକୁ ସାକ୍ଷାତ କରିଛି ।

ଏହି ଘଟଣାକୁ ନେଇ କଂଗ୍ରେସ ୟୁପି ପୋଲିସକୁ ସମାଲୋଚନା କରିବା ସହ ଦଳ କାର୍ଯ୍ୟାନୁଷ୍ଠାନ ଦାବି କରିଛି । ଦଳର ମହିଳା ନେତ୍ରୀ ସୁସ୍ମିତା ଦେବ କହିଛନ୍ତି ଏହି ଘଟଣାକୁ ଦଳ ନିନ୍ଦା କରୁଛି । ୟୁପି ସରକାରକୁ ବରଖାସ୍ତ କରି ରାଜ୍ୟରେ ରାଷ୍ଟ୍ରପତି ଶାସନ ଜାରି କରିବାକୁ ସେ ଦାବି କରିଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.