ETV Bharat / bharat

ଯାଞ୍ଚ ଆଦେଶ ପରେ କଂଗ୍ରେସର ଆକ୍ରୋଶ, ଆରଏସଏସକୁ ଫଣ୍ଡିଂ ଉପରେ ଉଠାଇଲା ପ୍ରଶ୍ନ

ରାଜୀବ ଗାନ୍ଧୀ ଫାଉଣ୍ଡେସନ ଟ୍ରଷ୍ଟର ଯାଞ୍ଚ ନେଇ ପରେ କ୍ରୋଧାନ୍ବିତ ହୋଇପଡିଛି କଂଗ୍ରେସ ଦଳ । ଆରଏସଏସ, ବିବେକାନନ୍ଦ ଫାଉଣ୍ଡେସନ ଓ ଇଣ୍ଡିଆ ଫାଉଣ୍ଡେସନକୁ ବିଦେଶୀ ଫଣ୍ଡିଂକୁ ନେଇ ଦଳ ପ୍ରଶ୍ନ ଉଠାଇଛି । ଅଧିକ ପଢନ୍ତୁ...

ଯାଞ୍ଚ ଆଦେଶ ପରେ କଂଗ୍ରେସର ଆକ୍ରୋଶ, ଆରଏସଏସକୁ ଫଣ୍ଡିଂ ଉପରେ ଉଠାଇଲା ପ୍ରଶ୍ନ
ଯାଞ୍ଚ ଆଦେଶ ପରେ କଂଗ୍ରେସର ଆକ୍ରୋଶ, ଆରଏସଏସକୁ ଫଣ୍ଡିଂ ଉପରେ ଉଠାଇଲା ପ୍ରଶ୍ନ
author img

By

Published : Jul 8, 2020, 7:33 PM IST

ନୂଆଦିଲ୍ଲୀ: ଚୀନ ଠୁ ଚାନ୍ଦା ନେଇ ଏବେ ବିବାଦ ଘେରରେ କଂଗ୍ରେସ । ଗୃହମନ୍ତ୍ରଣାଳୟର ସ୍କାନରେ ରହିଛି କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ଅଧ୍ୟକ୍ଷତାରେ ଚାଲୁଥିବା ରାଜୀବ ଗାନ୍ଧୀ ଫାଉଣ୍ଡେସନ ଟ୍ରଷ୍ଟର । ଏହାର ଯାଞ୍ଚ ନେଇ ଆଦେଶ ଦେଇଛି କେନ୍ଦ୍ର ଗୃହମନ୍ତ୍ରଣାଳୟ । ତେବେ ଏନେଇ ବିଜେପିର ଟାର୍ଗେଟ ପରେ କ୍ରୋଧାନ୍ବିତ ହୋଇପଡିଛି କଂଗ୍ରେସ । କଂଗ୍ରେସ ଏହାର ପାଲଟା ଯବାବ ଦେବାକୁ ଯାଇ ରାଷ୍ଟ୍ରୀୟ ସ୍ବୟଂ ସେବକ ସଙ୍ଗଠନକୁ କରିଛି ଟାର୍ଗେଟ ।

ରାଜୀବ ଗାନ୍ଧୀ ଫାଉଣ୍ଡେସନ ପ୍ରସଙ୍ଗରେ କଡା ପ୍ରତିକ୍ରିୟା ଦେବା ସହ ବିଜେପିକୁ ଟାର୍ଗେଟ କରିଛି କଂଗ୍ରେସ । ଆରଏସଏସ, ବିବେକାନନ୍ଦ ଫାଉଣ୍ଡେସନ ଓ ଇଣ୍ଡିଆ ଫାଉଣ୍ଡେସନକୁ ବିଦେଶୀ ଫଣ୍ଡିଂକୁ ନେଇ ଦଳ ପ୍ରଶ୍ନ ଉଠାଇଛି । ତେବେ ଆରଏଏସକୁ ହେଉଥିବା ଡୋନେସନ ରାଜୀବ ଗାନ୍ଧୀ ଫାଉଣ୍ଡେସକୁ ଆସୁଥିବା ପାଣ୍ଠିଠାରୁ ଡେରଗୁଣା ଅଧିକ ବୋଲି ଦଳ ଅଭିଯୋଗ କରିଛି ଦଳ । ତେବେ ଦଳ ପକ୍ଷରୁ ଏପରି ଅଭିଯୋଗ ଏହି ସମୟରେ ଆସିଛି, ଯତେବେବେଳେ ଗୃହମନ୍ତ୍ରଣାଳୟ ସୋନିଆ ଗାନ୍ଧୀଙ୍କ ଅଧ୍ୟକ୍ଷତାରେ ପରିଚାଳିତ ରାଜୀବ ଗାନ୍ଧୀ ଫାଉଣ୍ଡେସନ ସମେତ ତିନୋଟି ଟ୍ରଷ୍ଟ ଯାଞ୍ଚ ନେଇ ପାଇଁ ଆଦେଶ ଦେଇସାରିଛନ୍ତି ।

ପୂର୍ବରୁ କଂଗ୍ରେସର ପୂର୍ବତ ଅଧ୍ୟକ୍ଷ ରାହୁଲଗାନ୍ଧୀ ମଧ୍ୟ ପ୍ରଧାନମନ୍ତ୍ରୀଙ୍କୁ ଟାର୍ଗେଟ କରି ଏକ ଟ୍ବିଟ କରିଛନ୍ତି । ସେ ଟ୍ବିଟରେ ଲେଖିଛନ୍ତି ଯେ ପ୍ରଧାନମନ୍ତ୍ରୀ ମୋଦି ଭାବୁଛନ୍ତି ସାରା ବିଶ୍ବ ତାଙ୍କ ଭଳି । ସେ ଭାବନ୍ତି ସବୁ ଜିନିଷକୁ ପଇସାରେ କିଣିହେବ ଓ ସମସ୍ତଙ୍କୁ ଭୟଭୀତ କରାଇହେବ । ହେଲେ ସେ ବୁଝିପାରୁନାହାନ୍ତି ଯେ ଯେଉଁମାନେ ସତ୍ୟ ପାଇଁ ଲଢୁଛନ୍ତି ସେମାନଙ୍କ କିଣିହେବ ନାହିଁ ଏବଂ ଭୟଭୀତ ମଧ୍ୟ କରାଯାଇ ହେବନି ।

ଚୀନ ଓ ଭାରତ ମଧ୍ୟରେ ସଂଘର୍ଷ ଥମିବାକୁ ଆରମ୍ଭ କରିଛି ସତ ହେଲେ କଂଗ୍ରେସ ଓ ବିଜେପି ମଧ୍ୟରେ ଚାଲିଥିବା ସଂଘର୍ଷ ଓ ଆରୋପ ପ୍ରତ୍ୟାରୋପର ନିଆଁ ଚରମ ସ୍ଥରକୁ ଗତି କରୁଥିବା ନଜର ଆସୁଛି । ଏପରିସ୍ଥିତିରେ କିଏ ସତ୍ୟ ପଥରେ ରହିଛି ଆଉ କିଏ ନୁହେଁ, ତାହା ସମୟ ଓ ଯାଞ୍ଚ ପରେ ହିଁ ଜଣାପଡିବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.