ETV Bharat / bharat

ଗେହଲଟ ସରକାରକୁ ବଞ୍ଚାଇବାକୁ ସହଯୋଗ କରିଥିଲେ ବସୁନ୍ଧରା: ହନୁମାନ ବେନିଓ୍ବାଲ - ରାଷ୍ଟ୍ରୀୟ ଲୋକତାନ୍ତ୍ରୀକ ପାର୍ଟି

ରାଜସ୍ଥାନରେ ଗେହଲଟ ସରକାରକୁ ବଞ୍ଚାଇବାକୁ ସହଯୋଗ କରିଥିଲେ ବସୁନ୍ଧରା ରାଜେ ସିନ୍ଧିଆ । ଅଭିଯୋଗ ଆଣିଲେ ଆରଏଲପି ନେତା ହନୁମାନ ବେନିଓ୍ବାଲ । କହିଲେ ବସୁନ୍ଧରା ଓ ଗେହଲଟଙ୍କ ଶାସନ କାଳରେ ଅପରାଧ ଚରମ ସୀମାରେ । ଅଧିକ ପଢନ୍ତୁ ..........

Congress govt in Rajasthan
Congress govt in Rajasthan
author img

By

Published : Oct 10, 2020, 3:12 PM IST

ଜୟପୁର: ରାଜସ୍ଥାନ ବିଜେପି ସଭାନେତ୍ରୀ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେ ସିନ୍ଧିଆ ଓ ଗେହଲଟ ସରକାରଙ୍କ ମଧ୍ୟରେ ଚାଲିଛି ଅଘୋଷିତ ମେଣ୍ଟ । ଏମିତିକି ବସୁନ୍ଧରା ରାଜେ ସିନ୍ଧିଆ ନିଜେ ଅଶୋକ ଗେହଲଟ ସରକାରକୁ କ୍ଷମତାଚ୍ୟୁତ ନ ହେବାପାଇଁ ମଧ୍ୟ ସହଯୋଗ କରିଛନ୍ତି । ଫଳରେ ଗେହଲଟ ସରକାର କ୍ଷମତାରେ ତିଷ୍ଠି ରହିବାରେ ସଫଳ ହେଲାପରି ଅଭିଯୋଗ ଆଣିଛନ୍ତି ରାଷ୍ଟ୍ରୀୟ ଲୋକତାନ୍ତ୍ରିକ ପାର୍ଟି ସାଂସଦ ହନୁମାନ ବେନିଓ୍ବାଲ ।

ହନୁମାନ ଅଭିଯୋଗ ଆଣି କହିଛନ୍ତି ଯେ ରାଜସ୍ଥାନରେ ଉପମୁଖ୍ୟମନ୍ତ୍ରୀ ସଚିନ ପାଇଲଟଙ୍କ ଗେହଲଟ ବିରୋଧି ବିଦ୍ରୋହ ପରେ ରାଜସ୍ଥାନ ସରକାର ସତ୍ତା ପ୍ରତି ସଂକଟ ଦେଖାଦେଇଥିଲା । ସେହି ସମୟରେ ଗେହଲଟ ସରକାରଙ୍କୁ କ୍ଷମତାରେ ରଖିବା ପାଇଁ ଭିତିରି ସହଯୋଗ କରିଥିଲେ ସିନ୍ଧିଆ । ଫଳରେ ସେଠାରେ କଂଗ୍ରେସର ଗେହଲଟ ସରକାର ଭାଙ୍ଗିବାକୁ ଥିବା ସତ୍ତ୍ବେ ମଧ୍ୟ କ୍ଷମତା ବଞ୍ଚାଇବାରେ ସଫଳ ହୋଇପାରିଲା । ଏମିତିକି ଗେହଲଟ ସରକାରକୁ ବଞ୍ଚାଇବା ପାଇଁ ବସୁନ୍ଧରା ରାଜେ ସିନ୍ଧିଆ ନିଜେ 20 ବିଧାୟକଙ୍କ ସମର୍ଥନ ପକ୍କା କରିଥିଲେ ଫଳରେ ଶେଷ ମୁହୁର୍ତ୍ତରେ ଗେହଲଟ ସରକାର ସତ୍ତା ବଞ୍ଚାଇବାରେ ସଫଳ ହୋଇପାରିଲା ବୋଲି ସେ କହିଛନ୍ତି । ରାଜସ୍ଥାନ ନାରୀ ଉତ୍ପୀଡନ ଓ ଅପରାଧ ମାମଲାରେ ଉତ୍ତରପ୍ରଦେଶକୁ ମଧ୍ୟ ପଛରେ ପକାଇ ସାରିଲାଣି । ଏଥିପାଇଁ ସିନ୍ଧିଆ ଓ ଗେହଲଟ ଉଭୟ ହିଁ ଦାୟି ବୋଲି ସେ ସିଧାସଳଖ ଟାର୍ଗେଟ କରିଛନ୍ତି । ସେ ଅଭିଯୋଗ ଆଣି କହିଛନ୍ତି ଯେ ଗତ 20 ବର୍ଷରେ ବସୁନ୍ଦରା ରାଜେ ସିନ୍ଧିଆ ଓ ଅଶୋକ ଗେହଲଟଙ୍କ ଶାସନ କାଳରେ ହିଁ ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି ଚରମ ସୀମାରେ ପହଞ୍ଚିଛି । ରାଜସ୍ଥାନ ଏବେ ଗାଙ୍ଗଓ୍ବାର ଏକ ପ୍ରୁମୁଖ ପେଣ୍ଠସ୍ଥଳୀ ହୋଇସାରିଲାଣି ।

ମୁଖ୍ୟମନ୍ତ୍ରୀ ପଦରୁ ହଟିବା ପରେ ବସୁନ୍ଧରା ରାଜେ ସିନ୍ଧିଆ ତାଙ୍କର ସରକାରୀ ବାସଭବନ ଏପର୍ଯ୍ୟନ୍ତ ଖାଲି କରିନଥିବାରୁ ହାଇକୋର୍ଟ ଓ ସୁପ୍ରିମକୋର୍ଟ ଉଦବେଗ ପ୍ରକାଶ କରିବା ସହ ତାଙ୍କୁ ତୁରନ୍ତ ବଙ୍ଗଳା ଖାଲି କରିବାକୁ ନିର୍ଦ୍ଦେଶ ଦେଇଥିଲେ । କିନ୍ତୁ ଗେହଲଟ ସରକାର ବିଧାନସଭାରେ ଏକ ବିଲ ପାସ କରି ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କୁ ତାଙ୍କ ବଙ୍ଗଳାରେ ରହିପାରିବେ ବୋଲି ଅନୁମତି ଦେବା ସହ ତାକୁ ବୈଧତାରେ ପରିବର୍ତ୍ତନ କରିଥିଲେ । ଫଳରେ ଉଭୟ ବସୁନ୍ଧରା ଓ ଗେହଲଟଙ୍କ ମଧ୍ୟରେ ଭିତିରି ବୁଝାମଣା ହୋଇଥିବା ସେ ଅଭିଯୋଗ କରିଛନ୍ତି ।

ଅନ୍ୟ ଏକ ବିବୃତ୍ତିରେ ହନୁମାନ କେନ୍ଦ୍ର ଆଣିଥିବା ନୁଆ କୃଷି ବିଲକୁ ମଧ୍ୟ ସିଧାସଳଖ ବିରୋଧ କରିଛନ୍ତି । ସେ କହିଛନ୍ତି ଯେ ଆରଏଲପି କୃଷକ ମାନଙ୍କ ପାର୍ଟି ତେଣୁ କୈଣସି ଆଇନ ଯଦି କୃଷକ ମାନଙ୍କ ସ୍ବାର୍ଥ ବିରୋଧରେ ଯିବ ତାକୁ ସେ କେବେ ବରଦାସ୍ଥ କରିବେନାହିଁ । ସେ ଏନଡିଏର ସହଯୋଗୀ ଦଳ ହୋଇଥିବା ହେତୁ ଏ ସମ୍ପର୍କରେ ପ୍ରଧାନମନ୍ତ୍ରୀଙ୍କ ସହ ଆଲୋଚନା କରିବେ ବୋଲି ମଧ୍ୟ ସେ କହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.