ETV Bharat / bharat

ଲକଡାଉନ ନେଇ କେନ୍ଦ୍ର ସରକାରଙ୍କୁ ସ୍ପଷ୍ଟୀକରଣ ମାଗିଲା କଂଗ୍ରେସ - covid 19

କଂଗ୍ରେସ ସରକାରଙ୍କୁ 7ଟି ସମାଧାନର ସୂତ୍ର ବତାଇଛି । ପୂର୍ବରୁ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଓ ରାହୁଲ ଗାନ୍ଧୀ ଏହି ସାତ ସୂତ୍ରୀ ସମାଧାନର ରାସ୍ତା ବତାଇଥିଲେ ବୋଲି ସୂର୍ଯେୱାଲା କହିଛନ୍ତି । ଅଧିକ ପଢନ୍ତୁ...

ଲକଡାଉନ ନେଇ କେନ୍ଦ୍ର ସରକାରଙ୍କୁ ସ୍ପଷ୍ଟୀକରଣ ମାଗିଲା କଂଗ୍ରେସ

author img

By

Published : May 3, 2020, 6:59 AM IST

ନୂଆଦିଲ୍ଲୀ: ମେ 3 ପରେ ପୁଣି 2 ସପ୍ତାହ ଲକଡାଉନ ବଢାଇଛନ୍ତି କେନ୍ଦ୍ର ସରକାର । ତେବେ ଏହାକୁ ନେଇ ବିରୋଧୀ କଂଗ୍ରେସ ସରକାରଙ୍କୁ ଜବାବ ମାଗିଛି । ଲକଡାଉନ ବଢାଇବା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିବା ସହ କୋଭିଡ 19 ମୁକାବିଲା ଉପରେ ସ୍ପଷ୍ଟୀକରଣ ମାଗିଛି ।

ଗୃହ ମନ୍ତ୍ରଣାଳୟକୁ ଟାର୍ଗେଟ କରି କଂଗ୍ରେସ ମୁଖ୍ୟ ମୁଖପାତ୍ର ରଣଦୀପ ସିଂହ ସୂର୍ଯେୱାଲା କହିଛନ୍ତି ଯେ ଲକଡାଉନ ଅଭିବୃଦ୍ଧି ସମ୍ପର୍କରେ ନା ପ୍ରଧାନମନ୍ତ୍ରୀ ଅବା ଗୃହମନ୍ତ୍ରୀ କେହି ବି ସାମନାକୁ ଆସି ଦେଶବାସୀଙ୍କୁ ସମ୍ବୋଧନ କରିନଥିଲେ । ଏପରିକି ଗୃହ ମନ୍ତ୍ରଣାଳୟର କୌଣସି ଅଫିସର ମଧ୍ୟ ଏହା ସମ୍ପର୍କରେ ସର୍ବସାଧାରଣ ସମ୍ମୁଖରେ କହିନଥିଲେ । କେବଳ ମନ୍ତ୍ରଣାଳୟର ଏକ ସରକାରୀ ନିର୍ଦ୍ଦେଶାନାମା ଜାରି ହୋଇଥିଲା । ପ୍ରକୃତରେ ଲକ୍ଷ ଲକ୍ଷ ଦେଶବାସୀଙ୍କ ପ୍ରଶ୍ନର ଉତ୍ତର କେହି ଦେଇନଥିଲେ । ମନ କି ବାତରେ ଏହା ସମ୍ପର୍କରେ ମଧ୍ୟ ପ୍ରଧାନମନ୍ତ୍ରୀ ସୂଚନା ଦେଇନଥିଲେ । ପ୍ରକୃତରେ ସରକାରଙ୍କ ଉଦ୍ଦେଶ୍ୟ ଓ ମୁକାବିଲାର ପଦ୍ଧତି ଦେଶବାସୀ ଜାଣିବାକୁ ଚାହୁଁଛନ୍ତି ବୋଲି ସେ କହିଥିଲେ ।

ଏନେଇ ଏକ ବିଜ୍ଞପ୍ତି ପ୍ରକାଶ ପାଇଥିଲା ଯେଉଁଥିରେ ସେ ଏହି ପ୍ରଶ୍ନ ପଚାରିଥିଲେ । ସେ କହିଥିଲେ ଯେ 130 କୋଟି ଭାରତୀୟ ଏହା ଜାଣିବାକୁ ଚାହୁଁଛନ୍ତି ଲକଡାଉନ 3.0ର ଉଦ୍ଦେଶ୍ୟ କଣ । ପ୍ରଥମେ ଲକଡାଉନ 1.0, ତାପରେ 2.0 ଏବେ 3.0 । ଆଗକୁ କଣ 4.0 ଓ 5.0ର ଉପାୟ ବାହାର କରୁଛନ୍ତି ମୋଦି ସରକାର । କେବେ ଏହା ସମ୍ପୂର୍ଣ୍ଣ ରୂପେ ଶେଷ ହେବ । ମେ 17କୁ ଦିନ ଧାର୍ଯ୍ୟ କରାଯାଇଥିବାବେଳେ ସେଦିନ ସୁଦ୍ଧା କଣ ସଫଳତା ମୋଦି ସରକାର ହାସଲ କରିଥିବେ ବୋଲି ଭାବୁଛନ୍ତି । ମେ 17 ସୁଦ୍ଧା କଣ ମୋଦି ସରକାର ଦେଶକୁ ସମ୍ପୂର୍ଣ୍ଣ କୋରୋନା ମୁକ୍ତ କରିଦେବେ । ଅଥବା ସଂକ୍ରମଣ ଦୂର ହେବ । ସମସ୍ତ ଚାଷୀଙ୍କ ସମସ୍ୟା ସମାଧାନ ହୋଇଯିବ । ପ୍ରକୃତରେ ସରକାର କଣ ନିଷ୍ପତ୍ତି ନେଇଛନ୍ତି ତାହା ସମଗ୍ର ଦେଶ ଜାଣିବା ଦରକାର ।

କେବଳ ଲକଡାଉନ ଉପରେ ଲକଡାଉନ ଲାଗୁ କଲେ ଦେଶରୁ କୋଭିଡ 19 ଦୂର ହୋଇଯିବନି । ଚାଷୀ, ଶ୍ରମିକଙ୍କ ଶ୍ରେଣୀର ଅନେକ ଲୋକ ଅଛନ୍ତି ଯେଉଁମାନେ ଏହି ଲକଡାଉନ ଦ୍ବାରା ଅନେକ ସମସ୍ୟା ଭୋଗୁଛନ୍ତି । ସେମାନଙ୍କ କଥା ସରକାର ବୁଝିବା ଦରକାର । ସେମାନଙ୍କ ଅସୁବିଧାକୁ ସରକାର ଅଣଦେଖା କରିଛନ୍ତି । ଏହାସହ କଂଗ୍ରେସ ସରକାରଙ୍କୁ 7ଟି ସମାଧାନର ସୂତ୍ର ବତାଇଛି । ପୂର୍ବରୁ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଓ ରାହୁଲ ଗାନ୍ଧୀ ଏହି ସାତ ସୂତ୍ରୀ ସମାଧାନର ରାସ୍ତା ବତାଇଥିଲେ ବୋଲି ସୂର୍ଯେୱାଲା କହିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.