ETV Bharat / bharat

କଂଗ୍ରେସ-ଏନସିପି ଡିଲ ଫାଇନାଲ, ଜାଣନ୍ତୁ କାହାକୁ ମିଳିଲା କେତେ ସିଟ ? - NCP

ସୋମବାର ମହାରାଷ୍ଟ୍ରରେ କଂଗ୍ରେସ ଓ ଏନସିପି ମଧ୍ୟରେ ଫାଇନାଲ ହୋଇଛି ଆସନ ବୁଝାମଣା । ରିପୋର୍ଟ ଅନୁସାରେ କଂଗ୍ରେସ ୨୬ଟି ଓ ଏନସିପି ୨୨ଟି ଆସନରେ ଲଢିବ ନିର୍ବାଚନ । ଅନ୍ୟପକ୍ଷେ ଏହି ମେଣ୍ଟରେ ସାମିଲ ଅନ୍ୟ ଛୋଟ ଦଳଗୁଡିକୁ କେତୋଟି ଆସନ ଦିଆଯିବ ତାହାର ସମାଧାନ ଅତିଶୀଘ୍ର କରାଯିବ ।

ଡିଜାଇନ ଫଟୋ
author img

By

Published : Mar 11, 2019, 7:50 PM IST

ମୁମ୍ବାଇ: ଲୋକସଭା ନିର୍ବାଚନ ପାଇଁ ବାଜିଯାଇଛି ବିଗୁଲ । ରାଜନୈତିକ ଦଳଗୁଡିକ ଲାଗିପଡିଛନ୍ତି ରଣନୀତି ପ୍ରସ୍ତୁତିରେ । ୨୦୧୯ର ରଣକ୍ଷେତ୍ର ବିଜୟ ପାଇଁ ଦଳଗୁଡିକ ମଧ୍ୟରେ ହେବ ଜୋରଦାର ଲଢେଇ । ଏହାପୂର୍ବରୁ ଦଳଗୁଡିକ ନିଜ ନିଜ ପକ୍ଷକୁ କରୁଛି ସୁଦୃଢ । ଦଳଗୁଡିକ ମଧ୍ୟରେ ଚାଲିଛି ମେଣ୍ଟ ପର୍ବ ।

ଏହିକ୍ରମରେ ସୋମବାର ମହାରାଷ୍ଟ୍ରରେ କଂଗ୍ରେସ ଓ ଏନସିପି ମଧ୍ୟରେ ଫାଇନାଲ ହୋଇଛି ଆସନ ବୁଝାମଣା । ରିପୋର୍ଟ ଅନୁସାରେ କଂଗ୍ରେସ ୨୬ଟି ଓ ଏନସିପି ୨୨ଟି ଆସନରେ ଲଢିବ ନିର୍ବାଚନ । ଅନ୍ୟପକ୍ଷେ ଏହି ମେଣ୍ଟରେ ସାମିଲ ଅନ୍ୟ ଛୋଟ ଦଳଗୁଡିକୁ କେତୋଟି ଆସନ ଦିଆଯିବ ତାହାର ସମାଧାନ ଅତିଶୀଘ୍ର କରାଯିବ । ୟୁପି ପରେ ମହାରାଷ୍ଟ୍ରରେ ସବୁଠାରୁ ଅଧିକ ଲୋକସଭା ଆସନ ରହିଛି । ୨୦୧୪ ଲୋକସଭା ନିର୍ବାଚନରେ ମହାରାଷ୍ଟ୍ରର ୪୮ଟି ଲୋକସଭା ଆସନରୁ ଏନଡିଏ ୪୧ଟି ଆସନ ହାସଲ କରିଥିଲା । ଅନ୍ୟପକ୍ଷେ ୟୁପିଏ ମେଣ୍ଟକୁ ୬ଟି ଆସନରେ ସନ୍ତୁଷ୍ଟ ହେବାକୁ ପଡିଥିଲା ।

ଏହାପୂର୍ବରୁ ଏନସିପି ଅଧ୍ୟକ୍ଷ ଶରଦ ପାୱାର କହିଥିଲେ ଯେ ଆଗାମୀ ଲୋକସଭା ନିର୍ବାଚନ ପାଇଁ ମହାରାଷ୍ଟ୍ରରେ ମହାମେଣ୍ଟ ଗଢିବାକୁ ପ୍ରୟାସ କରାଯାଉଛି । ଆମେ ରାଷ୍ଟ୍ରୀୟ ସ୍ବଂୟ ସେବକ ସଂଘ(ଆରଏସଏସ) ବିଚାରଧାର ବିରୋଧରେ ଲଢେଇ ଜାରି ରଖିବୁ । ଆମେ ତାଙ୍କ ବିଚାରଧାରାକୁ ସ୍ବୀକାର କରିବୁ ନାହିଁ ବୋଲି ସେ କହିଥିଲେ । ମହାରାଷ୍ଟ୍ରରେ ଚଳିତ ଲୋକସଭା ନିର୍ବାଚନ ୪ଟି ପର୍ଯ୍ୟାୟରେ ହେବାର ଅଛି ।

Intro:Body:

ଇଣ୍ଟରଭ୍ୟୁ ଦିଅ, ଲୋକସଭା ଟିକେଟ ନିଅ

ଚେନ୍ନାଇ: ବାଜିଲାଣି ନିର୍ବାଚନୀ ବିଗୁଲ । 2019 ମହାସମର ପାଇଁ ରାଜନେତା, ଦଳ ଓ ନିର୍ବାଚନ କମିଶନ ବି ପ୍ରସ୍ତୁତ । ନିର୍ବାଚନ ମଇଦାନରେ ଓହ୍ଲାଇବା ପାଇଁ ଦଳ ମୁଖିଆଙ୍କୁ ପ୍ରସନ୍ନ କରିବା ପ୍ରୟାସରେ ନେତା । ଖଣ୍ଡିଏ ଟିକେଟ ପାଇଁ ମୁଖିଆଙ୍କ ବାସଭବନରେ ବି ନେତାଙ୍କ ଗହଳି ଦେଖିବାକୁ ମିଳୁଛି । କିନ୍ତୁ ତାମିଲନାଡୁ ରାଜନୀତିରେ ଏହାର ବିପରୀତ ଦୃଶ୍ୟ ଦେଖିବାକୁ ମିଳିଛି । 

ମଇଦାନକୁ ଓହ୍ଲାଇବାକୁ ହେଲେ ପାସ କରିବାକୁ ପଡିବ ଇଣ୍ଟରଭ୍ୟୁ । ତାହାବି ଖୋଦ ମୁଖିଆ ତଥା ତାମିଲନାଡୁ ମୁଖ୍ୟମନ୍ତ୍ରୀଙ୍କ ସହ ସିଧାସଳଖ ସାକ୍ଷାତକାର । ଟିକେଟ ପାଇଁ ଏଠାରେ କରିବାକୁ ପଡିବନି କୌଣସି ଲବି । ନେତାଙ୍କ ପ୍ରଶ୍ନର ଉତ୍ତର ଦେଇ ପାସ୍ କଲେ ଆଶାୟୀ ପ୍ରାର୍ଥୀଙ୍କୁ ମିଳିବ ଟିକେଟ । ଆଜି ଏଆଇଏଡିଏମକେ ମୁଖିଆ ଓ ମୁଖ୍ୟମନ୍ତ୍ରୀ କେ.ପଲାନିସ୍ୱାମୀ ଓ ଉପମୁଖ୍ୟମନ୍ତ୍ରୀ ଓ ପନିରସିଲଭମ ନେଇଛନ୍ତି ଆଶାୟୀ ପ୍ରାର୍ଥୀଙ୍କ ଇଣ୍ଟରଭ୍ୟୁ । 

ତାହାପୁଣି ଆଗାମୀ ସାଧାରଣ ନିର୍ବାଚନ ପାଇଁ । ସାକ୍ଷାତକାରରେ ପାସ କଲେ ଲୋକସଭା ନିର୍ବାଚନ ପାଇଁ ଆଶାୟୀଙ୍କୁ ମିଳିବ ଟିକେଟ । ସେପଟେ ସାକ୍ଷାତକାରରେ ସାମିଲ ହେବା ପାଇଁ ପାର୍ଟି ଅଫିସ ବାହାରେ ଆଶାୟୀଙ୍କ ଭିଡ ଦେଖିବାକୁ ମିଳିଛି । ଏଆଇଏଡିଏମକେର ଏପରି ପଦକ୍ଷେପରେ ବିଭିନ୍ନ ମହଲରୁ ଦଳକୁ ମିଳିଛି ପ୍ରଶଂସା । 

Conclusion:

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.