ETV Bharat / bharat

‘ମୌସୁମୀ ଅଧିବେଶନରେ ଲଦାଖ ବିବାଦ ନେଇ ବିତର୍କ ହେବା ଜରୁରୀ’

author img

By

Published : Sep 13, 2020, 3:23 PM IST

ରବିବାର କଂଗ୍ରେସ ନେତା ଜୟରାମ ରମେଶ ଏକ ଭର୍ଚୁଆଲ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରିଛନ୍ତି ।

କଂଗ୍ରେସ ନେତା ଜୟରାମ ରମେଶ
କଂଗ୍ରେସ ନେତା ଜୟରାମ ରମେଶ

ନୂଆଦିଲ୍ଲୀ: ରବିବାର କଂଗ୍ରେସ ନେତା ଜୟରାମ ରମେଶ ଏକ ଭର୍ଚୁଆଲ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରିଛନ୍ତି । ଏଠାରେ ସେ କହିଛନ୍ତି ଯେ ଲଦାଖରେ ଚୀନ୍ ଦ୍ବାରା କବଜାକୁ ଭାରତ କେବେ ସହ୍ୟ କରିପାରିବ ନାହିଁ । ପିଏମ କେୟାର୍ସ ଫଣ୍ଡକୁ ନେଇ ମଧ୍ୟ ସେ ସରକାରଙ୍କ ଠାରୁ ସ୍ବଚ୍ଛତା ଲୋଡିଛନ୍ତି । ଅନେକ ଚାଇନିଜ୍ କମ୍ପାନୀ ଏହି ଫଣ୍ଡକୁ ଦାନ କରିଛନ୍ତି ତେଣୁ ଏହା ଆରଟିଆଇ ଅଧିନରେ ରହିବା ଆବଶ୍ୟକ ।

ଯେତେବେଳେ ଚାଇନିଜ ମାନେ ସୀମା ଅକ୍ତିଆର କରୁଛନ୍ତି ସେତେବେଳେ ସେମାନେ କେମିତି ପିଏମ କେୟାର୍ସ ଫାଣ୍ଡିକୁ ଦାନ କରୁଛନ୍ତି ବୋଲି ରମେଶ ଅଭିଯୋଗ କରିଛନ୍ତି । କଂଗ୍ରେସ ନେତା କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ବୟାନରେ ଦେଶକୁ ଦୁର୍ବଳ କରୁଛନ୍ତି । ଲଦାଖ ମାମଲାକୁ ନେଇ ସଂସଦରେ ବିତର୍କ ହେବା ଉଚିତ୍ ବୋଲି ସେ କହିଛନ୍ତି ।

ରମେଶ 1962 ମସିହାରେ ଭାରତ ଏବଂ ଚୀନ ମଧ୍ୟରେ ହୋଇଥିବା ଯୁଦ୍ଧ ବିଷୟରେ କହିଥିଲେ । ସେ କହିଛନ୍ତି, ସେହି ସମୟରେ ସଂସଦ ଅଧିବେଶନ ଥିଲା ଓ ସେତେବେଳେର ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁ ଏହି ଅଧିବେଶନରେ ଯୋଗ ଦେଇଥିଲେ। ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବେହେରା ବାଜପେୟୀଙ୍କ ସମେତ ବରିଷ୍ଠ ସଂସଦୀୟ ଦଳର ନୀତିକୁ ସମାଲୋଚନା କରାଯାଇଥିଲା’ ।

ତେବେ ରମେଶ ସାମ୍ବାଦିକ ସମ୍ମିଳନୀରେ କୃଷି କ୍ଷେତ୍ର, ବ୍ୟାଙ୍କିଙ୍ଗ କ୍ଷେତ୍ର ଓ ଏଲଏସି ପ୍ରସଙ୍ଗରେ ଆଣିଥିବା ନୂତନ ନିୟମ ଉପରେ ଧ୍ୟାନ ଦେଇଥିଲେ। ସଂସଦର ମୌସୁମୀ ଅଧିବେଶନରେ ପ୍ରଧାନମନ୍ତ୍ରୀ ଏହି ସମସ୍ୟାର ସମାଧାନ କରିବାକୁ ସେ ଦାବି କରିଛନ୍ତି।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.