ETV Bharat / bharat

ମୁଜାଫରପୁର କୋର୍ଟରେ ଚୀନ ରାଷ୍ଟ୍ରପତିଙ୍କ ବିରୋଧରେ ଅଭିଯୋଗ

ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗ ଏବଂ ଚୀନ୍‌ର ଭାରତରେ ଥିବା ରାଷ୍ଟ୍ରଦୂତ ସନ୍ ୱିଡୋଙ୍ଗଙ୍କ ବିରୋଧରେ ମୁଜାଫରପୁର କୋର୍ଟରେ ସୋମବାର ଏକ ମାମଲା ଦାୟର କରାଯାଇଛି । ଏଥିରେ କୋରୋନା ଭାଇରସ୍ କାୟା ବିସ୍ତାର ପାଇଁ ଚୀନ ଷଡଯନ୍ତ୍ର ରଚିଥିବା ଅଭିଯୋଗ ହୋଇଛି । ଅଧିକ ପଢନ୍ତୁ...

author img

By

Published : Mar 16, 2020, 8:14 PM IST

ଡିଜାଇନ ଫଟୋ
ଡିଜାଇନ ଫଟୋ

ମୁଜାଫରପୁର: ଚୀନର ଉହାନ ସହରରୁ ଜନ୍ମ ନେଇ ସାରା ବିଶ୍ବରେ ଆତଙ୍କ ଜାରି ରଖିଛନ୍ତି ଜୀବନନାଶକ କୋରୋନା ଭାଇରସ । ଭାଇରସ ବ୍ୟାପିବା ପର ଠାରୁ ଚୀନ ବିଶ୍ବସମୂହର ନଜରରେ ଦୋଷୀ ସାଜିବାର ଅନେକ କାରଣ ସାମ୍ନାକୁ ଆସିଛି । ଏପରିସ୍ଥଳେ ଭାରତରେ ଚୀନକୁ ନେଇ ଏକ ଅଜବଗଜବ ଖବର ସାମ୍ନାକୁ ଆସିଛି । ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗ ଏବଂ ଚୀନ୍‌ର ଭାରତରେ ଥିବା ରାଷ୍ଟ୍ରଦୂତ ସନ୍ ୱିଡୋଙ୍ଗଙ୍କ ବିରୋଧରେ ମୁଜାଫରପୁର କୋର୍ଟରେ ସୋମବାର ଏକ ମାମଲା ଦାୟର କରାଯାଇଛି । ଏଥିରେ କୋରୋନା ଭାଇରସ୍ କାୟା ବିସ୍ତାର ପାଇଁ ଚୀନ ଷଡଯନ୍ତ୍ର ରଚିଥିବା ଅଭିଯୋଗ ହୋଇଛି ।

ଏପ୍ରିଲ 11 ରେ ମୁଖ୍ୟ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ (ସିଜେଏମ) କୋର୍ଟରେ ଶୁଣାଣି ପାଇଁ ଏହି ମାମଲା ଧାର୍ଯ୍ୟ କରାଯାଇଛି । ଆଡଭୋକେଟ୍ ସୁଧୀର କୁମାର ଓଝାଙ୍କ ଦ୍ବାରା ଦାଖଲ ହୋଇଥିବା ଅଭିଯୋଗରେ ଦର୍ଶାଯାଇଛି ଯେ, ରାଷ୍ଟ୍ରପତି ଓ ରାଷ୍ଟ୍ରଦୂତ କୋରୋନା ଭାଇରସ ବ୍ୟାପିବା ପଛର ମୁଖ୍ୟ ଷଡଯନ୍ତ୍ରକାରୀ ।

କେନ୍ଦ୍ର ସ୍ବାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଅନୁଯାୟୀ 17 ବିଦେଶୀ ନାଗରିକଙ୍କ ସମେତ ଦେଶରେ 114 ଜଣ କୋରୋନା ଭାଇରସ ଆକ୍ରାନ୍ତ ରହିଛନ୍ତି । ଏହାସହ ଦେଶରେ 2 ଜଣ କୋରୋନାରେ ଆକ୍ରାନ୍ତ ହୋଇ ମୃତ୍ୟୁମୁଖରେ ପଡିଛନ୍ତି ।

ଏଠାରେ ସୂଚନା ଯୋଗ୍ୟ ଯେ, ଗତ ବର୍ଷ ଡିସେମ୍ବରରେ ଚାଇନାର ଉହାନ ସହରରେ ଆରମ୍ଭ ହୋଇଥିବା କୋରୋନା ଭାଇରସ ବର୍ତ୍ତମାନ ପର୍ଯ୍ୟନ୍ତ 100 ରୁ ଅଧିକ ଦେଶରେ ବ୍ୟାପିଛି, ଯାହା 1,30,000 ରୁ ଅଧିକ ଲୋକଙ୍କୁ ସଂକ୍ରମିତ କରିଛି | ବିଶ୍ବ ସ୍ବାସ୍ଥ୍ୟ ସଂଗଠନ (WHO) କୋରୋନା ଭାଇରସକୁ ମହାମାରୀ ଘୋଷଣା କରିଛି । କୋରୋନା ରେ ବର୍ତ୍ତମାନ ସୁଦ୍ଧା ସାଢେ ପାଞ୍ଚ ହଜାରରୁ ଉର୍ଦ୍ଧ୍ବ ଲୋକ ପ୍ରାଣ ହରାଇଛନ୍ତି ।

ବ୍ୟୁରୋ ଇନପୁଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.