ETV Bharat / bharat

କୋରୋନା ଭାଇରସ: ଚୀନ ରାଷ୍ଟ୍ରପତିଙ୍କ ବିରୋଧରେ ବିହାରରେ ମାମଲା ରୁଜୁ - ଚୀନ ରାଷ୍ଟ୍ରପତି ଜିନପିଗଂ

ଚୀନ ରାଷ୍ଟ୍ରପତି ଜିନପିଙ୍ଗଙ୍କ ବିରୋଧରେ ବିହାରରେ ମାମଲା ରୁଜୁ । କୋରୋନା ଭାଇରସ ବିସ୍ତାର କରିବା ଅଭିଯୋଗରେ ଏହି ମାମଲା ରୁଜୁ ହୋଇଛି ।

ଚୀନ ରାଷ୍ଟ୍ରପତି ଜିନପିଗଂ
ଚୀନ ରାଷ୍ଟ୍ରପତି ଜିନପିଗଂ
author img

By

Published : Jun 11, 2020, 7:00 PM IST

ପାଟନା: କୋରୋନା ଭାଇରସ ବିସ୍ତାର କରିବା ଅଭିଯୋଗରେ ଚୀନ ରାଷ୍ଟ୍ରପତି ଜିନପିଙ୍ଗଙ୍କ ବିରୋଧରେ ମାମଲା ରୁଜୁ ହୋଇଛି । ଏହି ମାମଲା ବିହାରର ଏକ ଅଦାଲତରେ ରୁଜୁ କରାଯାଇଛି । ଚୀନ ରାଷ୍ଟ୍ରପତିଙ୍କ ବ୍ୟତୀତ ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ମହାନିର୍ଦ୍ଦେଶକ ଟେଡ୍ରୋସ ଆଡାନୋମ୍ ଗେବ୍ରେଏସସ୍‌ଙ୍କ ବିରୋଧରେ ମଧ୍ୟ ମାମଲା ରୁଜୁ ହୋଇଛି । ଯାହାର ଶୁଣାଣି ପାଇଁ କୋର୍ଟ ଜୁନ୍‌ 16 ତାରିଖ ନିର୍ଦ୍ଧାରିତ କରିଛନ୍ତି ।

ପଶ୍ଚିମ ଚମ୍ପରାନ ଜିଲ୍ଲାର ବେଟିୟାସ୍ଥିତ ଚିଫ ଜୁଡିସିଆଲ ମାଜିଷ୍ଟ୍ରେଟଙ୍କ କୋର୍ଟରେ ଆଇନଜୀବୀ ମୁରାଦ ଅଲିଙ୍କ ଦ୍ବାରା ଦାଖଲ ହୋଇଥିବା ଏହି ମାମଲାରେ ଦର୍ଶାଯାଇଛି ଯେ, ଚୀନ ରାଷ୍ଟ୍ରପତି ଜିନପିଙ୍ଗ ଏବଂ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO)ର ମହାନିର୍ଦ୍ଦେଶକ ଚୀନର ଉହାନ୍ ସହରରୁ ଏହି ଭୂତାଣୁ ବିସ୍ତାର କରିଛନ୍ତି। ଏହା ବ୍ୟତୀତ ଆଇନଜୀବୀ ମୁରାଦ ଅଲି ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସାକ୍ଷୀ ଭାବେ ନାମିତ କରିଛନ୍ତି।

ଅଲି ନିଜ ମାମଲାରେ କହିଛନ୍ତି, 'ଡିସେମ୍ବର 2019 ରେ ଚୀନର ଉହାନରୁ ସମଗ୍ର ବିଶ୍ବରେ ବ୍ୟାପିଥିବା ଏହି ଭୂତାଣୁ ପାଇଁ ଚୀନ ନେତା ଦାୟୀ ଏବଂ ଏହି ବିସ୍ତାରକୁ ଲୁଚାଇ ରଖିବା ପାଇଁ WHOର ମୁଖ୍ୟ ଦାୟୀ । ' ଚୀନ ରାଷ୍ଟ୍ରପତି ଏବଂ WHO ମୁଖ୍ୟ ମିଳିତ ଭାବରେ ଷଡଯନ୍ତ୍ର କରି କୋରୋନା ଭାଇରସ ସାରା ବିଶ୍ୱରେ ବିସ୍ତାର କରିଥିବା ସେ ଅଭିଯୋଗ କରିଛନ୍ତି । ଯେଉଁଥିପାଇଁ ଲକ୍ଷ ଲକ୍ଷ ଲୋକ ପ୍ରାଣ ହରାଇଛନ୍ତି।

ସୌଜନ୍ୟ@IANS

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.