ETV Bharat / bharat

ଲକଡାଉନ: ଭୋକିଲାଙ୍କ ପାଇଁ ଦେବଦୂତ ସାଜିଲା କମ୍ୟୁନିଟି କିଚେନ

author img

By

Published : Mar 26, 2020, 10:21 PM IST

ଲକଡାଉନ ସମୟରେ ଭୋକ ଦାଉରୁ ରକ୍ଷା ଦେବାକୁ ଅଣ୍ଟା ଭିଡିଛି କାନପୁରର କମ୍ୟୁନିଟି କିଚେନ । ପ୍ରଶାସନ ସହ ମିଶି ଗରିବ ଓ ପୋଲିସଙ୍କୁ ବାଣ୍ଟୁଛି ଖାଇବା । ଅଧିକ ପଢନ୍ତୁ...

community kitchen
ଲକଡାଉନ: ଭୋକିଲାଙ୍କ ପାଇଁ ଦେବଦୂତ ସାଜିଲା କମ୍ୟୁନିଟି କିଚେନ

ଲକ୍ଷ୍ନୌ: କୋରୋନା ଭାଇରସକୁ ନେଇ ସାରା ଦେଶରେ ଲକଡାଉନ କରାଯାଇଛି । ଯାହାଦ୍ବାରା ସବୁଠୁ ବେଶି ଲୋକଙ୍କୁ ଖାଇବା ନେଇ ସମସ୍ୟା ଭୋଗିବାକୁ ପଡୁଛି । ଯେଉଁ ଲୋକମାନେ ରାସ୍ତା କଡରେ ଜୀବନ କାଟୁଛନ୍ତି ସେମାନଙ୍କ ସହ କାର୍ଯ୍ୟରତ ପୋଲିସକର୍ମୀ ମାନେ ବେଶି ଅସୁବିଧା ଭୋଗୁଛନ୍ତି ।

community kitchen
ଭୋକିଲାଙ୍କ ପାଇଁ ଦେବଦୂତ ସାଜିଲା କମ୍ୟୁନିଟି କିଚେନ

ଯାହାକୁ ଦୃଷ୍ଟିରେ ରଖି ଉତ୍ତରପ୍ରଦେଶ ସ୍ଥିତ କାନପୁରର ଏକ କମ୍ୟୁନିଟି କିଚେନ ନାମକ ଏକ ସଂସ୍ଥା ଏକ ସ୍ବାଗତ ଯୋଗ୍ୟ କାମ ହାତକୁ ନେଇଛନ୍ତି । ପ୍ରତ୍ୟେକ ଦିନ ଲୋକଙ୍କୁ 500ଟି ଖାଦ୍ୟ ପ୍ୟାକେଟ ପ୍ରସ୍ତୁତ କରି ଗରିବ ଓ ପୋଲିସ କର୍ମୀଙ୍କୁ ବାଣ୍ଟୁଛନ୍ତି । ଏହି କାର୍ଯ୍ୟରେ ପ୍ରାୟ 10 ଜଣ କର୍ମଚାରୀ ନିୟୋଜିତ ରହି ଖାଇବା ପ୍ରସ୍ତୁତ କରି ତାକୁ ପ୍ୟାକିଂ କରି ପ୍ରଶାସନ ସହ ମିଶି ଲୋକଙ୍କ ମଧ୍ୟରେ ବିତରଣ କରୁଛନ୍ତି ।

ଉକ୍ତ ସଂସ୍ଥାର ଜଣେ କର୍ମଚାରୀ କହିଛନ୍ତି ଯେ, ଏହିଭଳି ଆଉ 6ଟି କ୍ୟାଣ୍ଟିନ ସହରରେ ଖୋଲାହେବ । ଯାହା ଲକଡାଉନ ସମୟରେ ଲୋକଙ୍କ ପେଟକୁ ଆହାର ଯୋଗାଇବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.