ବେଙ୍ଗାଲୁରୁ: CAA ବିରୋଧରେ ଶାନ୍ତି ପୂର୍ଣ୍ଣ ବୈଠକ । କର୍ଣ୍ଣାଟକ ବେଙ୍ଗାଲୁରୁର ମିଲର ରୋଡର କୁଡ୍ଡୁସ୍ ସାହେବ ଉଦଗା ମୈଦାନରେ ଲକ୍ଷାଧିକ ମୁସଲିମ ଲୋକ ଏକାଠି ହୋଇ ସୋମବାର CAA ବିରୋଧରେ ଶାନ୍ତିପୂର୍ଣ୍ଣ ବୈଠକ କରୁଛନ୍ତି । ଏହି ବୈଠକ ସୋମବାର ସକାଳୁ ଆରମ୍ଭ ହୋଇଥିବା ବେଳେ ଏହା ଅପରାହ୍ନ ପର୍ଯ୍ୟନ୍ତ ଚାଲିବ । ତେବେ ଏହି ବୈଠକକୁ ନଜରରେ ରଖି ପୋଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି ।
ସୂଚନା ଅନୁଯାୟୀ, ମୁସଲିମ ସମ୍ପ୍ରଦାୟ ପକ୍ଷରୁ CAA ବିରୋଧରେ ବୈଠକ ପାଇଁ କମିଶନରଙ୍କୁ ଅନୁମତି ମାଗିବାକୁ ଯାଇଥିଲେ । ସେହି ସମୟରେ ବେଙ୍ଗାଲୁରୁ ସିଟି କମିଶନର କେବଳ ବୈଠକ ପାଇଁ ଅନୁମତି ଦେଇଥିବା ବେଳେ ରାଲି ଏବଂ ବିରୋଧ ପ୍ରଦର୍ଶନ ନକରିବାକୁ ନିର୍ଦ୍ଦେଶ ଦେଇଥିଲେ । ତେବେ ରବିବାର ହେଉଥିବା ଏହି ବୈଠକରେ ଯେପରି କୌଣସି ଅପ୍ରିତିକର ପରିସ୍ଥିତି ସୃଷ୍ଟି ନହୁଏ ସେନେଇ ମେଙ୍ଗାଲୁରୁ ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି ।