ETV Bharat / bharat

ଗାନ୍ଧୀ ପରିବାରର ନିକଟତର ରାଜସ୍ଥାନର କମିଟି ସଦସ୍ୟ

author img

By

Published : Aug 17, 2020, 8:31 PM IST

ରାଜସ୍ଥାନରେ ଉପୁଜିଥିବା ରାଜନୈତିକ ସଙ୍କଟକୁ ଦୂର କରିବା ପାଇଁ 3 ସଦସ୍ୟ ବିଶିଷ୍ଟ କମିଟି ଗଠନ ହୋଇଛି । ଏହି କମିଟିର ସମସ୍ତ 3 ସଦସ୍ୟ କଂଗ୍ରେସ ହାଇକମାଣ୍ଡ ଏବଂ ଗାନ୍ଧୀ ପରିବାରର ନିକଟତର ବୋଲି ଜଣାପଡିଛି ।

ଗାନ୍ଧୀ ପରିବାରର ନିକଟତର ରାଜସ୍ଥାନର କମିଟି ସଦସ୍ୟ
ଗାନ୍ଧୀ ପରିବାରର ନିକଟତର ରାଜସ୍ଥାନର କମିଟି ସଦସ୍ୟ

ଜୟପୁର: ରାଜସ୍ଥାନରେ ଉପୁଜିଥିବା ରାଜନୈତିକ ସଙ୍କଟକୁ ଦୂର କରିବା ପାଇଁ 3 ସଦସ୍ୟ ବିଶିଷ୍ଟ କମିଟି ଗଠନ ହୋଇଛି । ତେବେ ଏହି କମିଟିର ସମସ୍ତ 3 ସଦସ୍ୟ କଂଗ୍ରେସ ହାଇକମାଣ୍ଡ ଏବଂ ଗାନ୍ଧୀ ପରିବାରର ନିକଟତର ବୋଲି ଜଣାପଡିଛି । ଏଭଳି ପରିସ୍ଥିତିରେ କମିଟି ଏକପାଖିଆ ନିଷ୍ପତ୍ତି ଗ୍ରହଣ କରିବ ନାହିଁ ବୋଲି ଆଶା କରାଯାଉଛି ।

ତେବେ ରାଜସ୍ଥାନରେ ପାଇଲଟ ଏବଂ ଗେହଲଟଙ୍କ ମଧ୍ୟରେ ଜାରି ରାଜନୈତିକ ମହାସଂଗ୍ରାମ ପରେ ଏବେ ଶାନ୍ତି ଫେରିଛି । ରାଜସ୍ଥାନ କଂଗ୍ରେସର ଦାୟିତ୍ବରେ ଥିବା ଅବିନାଶ ପାଣ୍ଡେଙ୍କ ପ୍ରସ୍ଥାନ ପାଇଲଟ୍ କ୍ୟାମ୍ପ ପାଇଁ ପ୍ରାରମ୍ଭିକ ବିଜୟ ବୋଲି ବିବେଚନା କରାଯାଉଛି। ସେପଟେ ପାଇଲଟ୍ କ୍ୟାମ୍ପର ଅଭିଯୋଗ ପରେ ଗଠିତ ହୋଇଥିବା କମିଟିରେ ଅହମ୍ମଦ ପଟେଲ, କେସି ବେଣୁଗୋପାଲ ଏବଂ ଅଜୟ ମାକନ୍ ଅଛନ୍ତି। ଏହି ତିନି ନେତାଙ୍କୁ କଂଗ୍ରେସ ଦଳରେ ହାଇକମାଣ୍ଡ ଭାବେ ବିବେଚନା କରାଯାଏ। ଏହି ତିନି ନେତା ଗାନ୍ଧୀ ପରିବାରର ଯେତିକି ନିକଟତର, ଅନ୍ୟ କୌଣସି ନେତା ନାହାଁନ୍ତି। ଏଭଳି ପରିସ୍ଥିତିରେ କମିଟିର ନିରପେକ୍ଷତାକୁ ନେଇ ପ୍ରଶ୍ନ ଉଠାଯାଉଛି ।

କମିଟିର ତିନିଜଣ ସଦସ୍ୟ କେବେବି ରିପୋର୍ଟକୁ ସାର୍ବଜନୀନ କରିବେ ନାହିଁ। ଏହି ରିପୋର୍ଟର ପ୍ରଭାବ ଆଗାମୀ ନିଷ୍ପତ୍ତିରେ ଦେଖାଯିବ । ରାଜସ୍ଥାନରେ କଂଗ୍ରେସ ସରକାରକୁ ସ୍ଥିର ରଖିବା ଏହି 3 ନେତାଙ୍କର ଦାୟୀତ୍ବ ହେବ । ଏଥିସହିତ ଏହି ନେତା ଏହାମଧ୍ୟ ଦେଖିବେ ଯେ 2023 ବିଧାନସଭା ନିର୍ବାଚନରେ ​​ଦଳ ଏକତା ସହିତ ନିର୍ବାଚନ ଲଢିବ । ତେଣୁ ଏହି କମିଟି ନିରପେକ୍ଷ ନିଷ୍ପତ୍ତି ନେବ ବୋଲି ଆଶା କରାଯାଉଛି ।

ଅହମ୍ମଦ ପଟେଲ: ଅହମ୍ମଦ ପଟେଲ ସୋନିଆ ଗାନ୍ଧୀଙ୍କ ନିକଟତମ ତଥା ବିଶ୍ବସ୍ତ ବୋଲି ବିବେଚନା କରାଯାଏ। ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍ଙ୍କ ସହ ପଟେଲଙ୍କର ମଧ୍ୟ ସମ୍ପର୍କ ରହିଛି। କୁହାଯାଉଛି ଯେ ରାଜସ୍ଥାନରେ ରାଜନୈତିକ ମହସଂଗ୍ରାମ ଯେଉଁ ଢଙ୍ଗରେ ହୋଇଥିଲା, ସେ ସଚିନ ପାଇଲଟଙ୍କୁ ଗାନ୍ଧୀ ପରିବାର ସହିତ ସାକ୍ଷାତ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ଏଭଳି ପରିସ୍ଥିତିରେ ଅହମ୍ମଦ ପଟେଲ କୌଣସି ପ୍ରକାରେ ପକ୍ଷପାତ କରିବେ ନାହିଁ।

କେସି ବେଣୁଗୋପାଲ: କେ.ସି ବେଣୁଗୋପାଲ ରାଜସ୍ଥାନର ରାଜ୍ୟସଭା ସାଂସଦ ହୋଇଥିବାବେଳେ ସେ ସଂଗଠନର ସାଧାରଣ ସମ୍ପାଦକ ମଧ୍ୟ ଅଟନ୍ତି। ଏଭଳି ପରିସ୍ଥିତିରେ ସେ ନିଜେ କଂଗ୍ରେସର ଏକ ହାଇକମାଣ୍ଡ ଅଟନ୍ତି। ସେ ରାଜସ୍ଥାନର ରାଜନୈତିକ ଅସ୍ଥିରତାକୁ ସମାଧାନ କରିବାକୁ ଚେଷ୍ଟା କରିଛନ୍ତି । ଏଭଳି ପରିସ୍ଥିତିରେ ସେ ମଧ୍ୟ ଉଭୟ ପକ୍ଷ କିପରି ମିଳିତ ଭାବରେ କାର୍ଯ୍ୟ କରିବେ ତାହା ଦେଖି ନିଷ୍ପତ୍ତି ନେବେ ।

ଅଜୟ ମାକନ୍‌ : ରାଜସ୍ଥାନର ନୂତନ ଦାୟିତ୍ବରେ ଥିବା ଅଜୟ ମାକନ୍‌ଙ୍କୁ ରାହୁଲ ଗାନ୍ଧୀଙ୍କ ନିକଟତର ବୋଲି ବିବେଚନା କରାଯାଏ । ସେ ବିଧାୟକଙ୍କ ସହ ନିରନ୍ତର ଯୋଗାଯୋଗରେ ଅଛନ୍ତି। ଏଭଳି ପରିସ୍ଥିତିରେ, ସେମାନେ ଅସୁବିଧାର ସମ୍ମୁଖୀନ ହେବେ ନାହିଁ । ସେ ରାଜସ୍ଥାନର ସମସ୍ତ ରାଜନୈତିକ ସମୀକରଣ ମଧ୍ୟ ବୁଝିଛନ୍ତି। ତେବେ ତାଙ୍କର କମିଟିରେ ରହିବା ରାହୁଲ ଗାନ୍ଧୀଙ୍କ ରହିବା ଭାବେ ସମାନ ବୋଲି ବିବେଚନା କରାଯାଉଛି।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.