ETV Bharat / bharat

କୋରୋନା ପାଇଁ ବିଳମ୍ବରେ ସାର୍ବଜନୀନ ହେବ 'ଲୋଟସ ଟାୱାର' - ଲୋଟସ ଟାୱାର

ଲୋକଙ୍କ ପାଇଁ ଆତ୍ମଘାତୀ ସାଜିଥିବା କୋରୋନା ଭାଇରସ ପାଇଁ ବିଳମ୍ବରେ ଲୋକାର୍ପିତ ହେବ କଲମ୍ବୋ ସ୍ଥିତ ଲୋଟସ ଟାୱାର । ଅଧିକ ପଢନ୍ତୁ...

Colombo's Lotus Tower opening delayed due to coronavirus
କୋରୋନା ପାଇଁ ବିଳମ୍ବରେ ସାର୍ବଜନୀନ ହେବ 'ଲୋଟସ ଟାୱାର'
author img

By

Published : Feb 20, 2020, 8:36 PM IST

କଲମ୍ବୋ: ସର୍ବସାଧାରଣଙ୍କ ପାଇଁ ବିଳମ୍ବରେ ଲୋକାର୍ପିତ ହେବ ଶ୍ରୀଲଙ୍କା କଲମ୍ବୋ ସ୍ଥିତ 'ଲୋଟସ ଟାୱାର' । ଗତ ବର୍ଷ ଏହି ଟାୱାରକୁ ଶ୍ରୀଲଙ୍କାର ପୂର୍ବତନ ରାଷ୍ଟ୍ରପତି ମୈତ୍ରୀପାଲା ସିରିସେନା ଉଦଘାଟନ କରିଥିଲେ । ଚଳିତ ବର୍ଷ ସର୍ବସାଧାରଣଙ୍କ ପାଇଁ ଏହି ଟାୱାର ଲୋକାର୍ପିତ ହେବାର କାର୍ଯ୍ୟକ୍ରମ ରହିଥିଲା । ହେଲେ ପ୍ରାଣଘାତୀ ସାଜିଥିବା କୋରୋନା ଭାଇରାସ ପାଇଁ ଏବେ ଟାୱାରଟି ବିଳମ୍ବରେ ଲୋକାର୍ପିତ ହେବ ।

ବୁଧବାର ଶାନ୍ତା ଗୁଣାନନ୍ଦ କଲମ୍ବୋ ଗାଜେଟ୍‌ରେ କହିଥିଲେ ଯେ, ଚୀନର ଅଧିକାଂଶ କର୍ମଚାରୀ ନବ ବର୍ଷ ଛୁଟି ନେଇ ଘରକୁ ଯାଇଥିଲେ । ହେଲେ କୋରୋନା ପାଇଁ ସେମାନେ ବର୍ତ୍ତମାନ ସୁଦ୍ଧା ଫେରି ନାହାନ୍ତି । ଚୀନର ଉହାନରେ ଜନ୍ମ ନେଇଥିବା ଏହି ଭାଇରସ ବର୍ତ୍ତମାନ ସୁଦ୍ଧା 2118 ଜଣଙ୍କ ମୁଣ୍ଡ ନେଇସାରିଛି । ଯାହାକୁ ଦୃଷ୍ଟିରେ ରଖି ଲୋଟସ ଟାୱାରକୁ ବିଳମ୍ବରେ ସାର୍ବଜନୀନ କରିବାକୁ ନିଷ୍ପତ୍ତି ହୋଇଛି ।

ଲୋଟସ ଟାୱାର ପ୍ରୋଯେକ୍ଟ ଆରମ୍ଭ ହେବାର 7 ବର୍ଷ ପରେ ଆମନ୍ତ୍ରଣକାରୀଙ୍କୁ ବାଛିବା ପାଇଁ ଔପଚାରିକ ଭାବେ 16 ଡିସେମ୍ବର 2019ରେ ସିରିସେନା ଏହାର ଉଦଘାଟନ କରିଥିଲେ । ଚଳିତବର୍ଷ ମାର୍ଚ୍ଚରେ ସର୍ବସାଧାରଣଙ୍କ ପାଇଁ ଚାଳିତ କରିବାକୁ ସରକାରଙ୍କ ହସ୍ତାନ୍ତର କରିବାର କାର୍ଯ୍ୟକ୍ରମ ରହିଥିଲା ।

ତେବେ ଟାୱାର ନିର୍ମାଣରେ 104 ମିଲିୟନ ଡଲାର ଖର୍ଚ୍ଚ କରାଯାଇଥିବା ବେଳେ 80 ପ୍ରତିଶତ ଖର୍ଚ୍ଚ ବ୍ୟାଙ୍କ ଅଫ୍‌ ଚାଇନାରୁ ବହନ କରାଯାଇଛି । 350 ମିଟର ଉଚ୍ଚତା ବିଶିଷ୍ଟ ଏହି ଟାୱାରରେ ଏକ ଦୂରସଞ୍ଚାର ସଂଗ୍ରହାଳୟ, ରେସ୍ତୋରାଁ, ସୁପରମାର୍କେଟ, ଫୁଡ କୋର୍ଟ, 400 ଲୋକଙ୍କ ବସିବା କ୍ଷମତା ସହ ଗୋଟିଏ କନଫରେନ୍ସିଂ ହଲ, 1000 ସିଟ୍‌ ବିଶିଷ୍ଟ ଅଡିଟୋରିଅମ୍‌, ଲକ୍ସଜରିଅସ ହୋଟେଲ, ବଲରୁମ୍ସ ଏବଂ ଗୋଟିଏ ଅବଜରଭେସନ ଗ୍ୟାଲେରୀ ରହିଛି ।

ବ୍ୟୁରୋ ରିପୋର୍ଟ ଆଇଏଏନଏସ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.