ETV Bharat / bharat

ଦିଲ୍ଲୀରେ ଡବଲ ଆଟାକ: ଶୀତ ଯେମିତି ପ୍ରଦୂଷଣ ବି ସେମିତି - cold waves and air pollution

ଗୁରୁବାର ଦିଲ୍ଲୀର ଅଧିକାଂଶ ଅଞ୍ଚଳରେ ବାୟୁର ଗୁଣବତ୍ତା ଅତ୍ୟନ୍ତ ଖରାପ ସ୍ତରରେ ପହଞ୍ଚିଛି । ସେପଟେ ଦିଲ୍ଲୀର ତାପମାତ୍ରା ମଧ୍ୟ 5.8 ଡିଗ୍ରୀ ସେଲସିୟସ ରେକର୍ଟ କରାଯାଇଛି ।

cold-waves-and-air-pollution
ଫାଇଲ ଫଟୋ
author img

By

Published : Jan 2, 2020, 9:44 AM IST

ନୂଆଦିଲ୍ଲୀ: ଦେଶର ରାଜଧାନୀରେ ଶୀତ ଏବଂ ପ୍ରଦୂଷଣର ଡବଲ ଆଟାକ ଜାରି ରହିଛି । ଗୁରୁବାର ଦିଲ୍ଲୀର ଅଧିକାଂଶ ଅଞ୍ଚଳରେ ବାୟୁର ଗୁଣବତ୍ତା ଅତ୍ୟନ୍ତ ଖରାପ ସ୍ତରରେ ପହଞ୍ଚିଛି । ଦିଲ୍ଲୀ ପ୍ରଦୂଷଣ ନିୟନ୍ତ୍ରଣ କମିଟି (ଡିପିସିସି) ଅନୁଯାୟୀ, ବୁଧବାର ସକାଳୁ ଦିଲ୍ଲୀର ଆନନ୍ଦ ବିହାର ଅଞ୍ଚଳରେ ବାୟୁ ଗୁଣବତ୍ତା ସୂଚକାଙ୍କ(ଏକ୍ୟୁଆଇ) 418 ରହିଥିବା ବେଳେ ଆରକେ ପୁରମ ଅଞ୍ଚଳରେ ଏକ୍ୟୁଆଇର ସ୍ତର 426 ଏବଂ ରୋହିଣୀ ଅଞ୍ଚଳରେ ଏକ୍ୟୁଆଇ 457 ରେକର୍ଡ କରାଯାଇଛି ଯାହା ଅତି ସାଙ୍ଘାତିକ ଅଟେ ।

ସେହିପରି ନୋଏଡାର ସେକ୍ଟର 116 ଅଞ୍ଚଳରେ ଏକ୍ୟୁଆଇ 421 ରହିଥିବା ବେଳେ ସେକ୍ଟର 1ରେ 429 ରେକର୍ଡ କରାଯାଇଛି । ସେପଟେ ଗୁରୁବାର ସକାଳ 5.30 ସମୟରେ ଦିଲ୍ଲୀର ତାପମାତ୍ରା 5.8 ଡିଗ୍ରୀ ସେଲସିୟସ ରେକର୍ଟ କରାଯାଇଛି । ଏହା ବ୍ୟତୀତ କୁହୁଡି ଯୋଗୁଁ ଭିଜିବିଲିଟି ମଧ୍ୟ କେବଳ 300 ମିଟର ରହିଛି । ଉତ୍ତର ଭାରତରେ ପ୍ରବଳ କୁହୁଡି ଯୋଗୁଁ ଦିଲ୍ଲୀରୁ ଅନ୍ୟସ୍ଥାନକୁ ଯିବାକୁ ଥିବା 21ଟି ଟ୍ରେନ ବିଳମ୍ବରେ ଚାଲୁଛି ।

Intro:Body:

blank

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.