ପାଣାଜି: ଦେଶରେ କୋରୋନା ସଂକ୍ରମଣ ରିପୋର୍ଟ ଲଗାତାର ଭାବେ ବୃଦ୍ଧି ପାଇବାରେ ଲାଗିଛି । ଏପରିସ୍ଥଳେ ଗୋଆରେ ଭାରତୀୟ ତଟରକ୍ଷୀ ବାହିନୀର ଜଣେ ଅଧିକାରୀଙ୍କ କୋରୋନା ପରୀକ୍ଷା ରିପୋର୍ଟ ପଜିଟିଭ୍ ରହିଥିବା ସୂଚନା ଆସିଛି । ରାଜ୍ୟ ସ୍ବାସ୍ଥ୍ୟ ସଚିବ ନୀଲା ମୋହନାନ ବୁଧବାର ଏହି ସୂଚନା ଦେଇଛନ୍ତି ।
ବୁଧବାର ବିଳମ୍ବିତ ରାତିରେ ସାମ୍ବାଦିକମାନଙ୍କ ସହ ଆଲୋଚନା କରି ସ୍ବାସ୍ଥ୍ୟ ସଚିବ ନୀଲା ମୋହନାନ କହିଛନ୍ତି ଯେ କୋଷ୍ଟଗାର୍ଡ ଅଧିକାରୀମାନଙ୍କର ଏକ ଅଫିସିଆଲ ଟିମ ମୁମ୍ବାଇରୁ ଗୋଆରେ ପହଞ୍ଚିଛନ୍ତି ।
ସ୍ୱାସ୍ଥ୍ୟ ସଚିବ ଆହୁରି କହିଛନ୍ତି ଯେ ଅନ୍ୟ ଦଳର ଏକ ଟିମ୍ ସହିତ ଆସିଥିବା ଅଧିକାରୀମାନଙ୍କୁ ଦକ୍ଷିଣ ଗୋଆର କୋଭିଡ -19 ହସ୍ପିଟାଲରେ ଭର୍ତ୍ତି କରାଯାଇଛି ଏବଂ ସେମାନଙ୍କ ସହ-ଯାତ୍ରୀଙ୍କୁ କ୍ବାରେଣ୍ଟାଇନରେ ରଖାଯାଇଛି ।
ସୂଚନା ଅନୁସାରେ ଗୋଆରେ କୋଭିଡ -19 ରିପୋର୍ଟ 50 ରେ ପହଞ୍ଚିଛି । ସ୍ବାସ୍ଥ୍ୟ ସଚିବ କହିଛନ୍ତି ଯେ କୋଭିଡ -19 ହସ୍ପିଟାଲର କ୍ଷମତା 100 ରୁ 170 କୁ ବୃଦ୍ଧି କରାଯାଇଛି ଏବଂ ଆଗାମୀ ଦିନରେ ଶଯ୍ୟା ସଂଖ୍ୟା 220 କୁ ବୃଦ୍ଧି କରାଯିବ ।
@IANS