କୋଲକାତା: ସିବିଆଇ ରେଡ ବେଳେ ଇସିଏଲ କର୍ମଚାରୀଙ୍କ ମୃତ୍ୟୁ । କୋଇଲା ଦୁର୍ନୀତି ନେଇ ଆଜି(ଶନିବାର) ସିବିଆଇ ଦେଶର ୪୫ଟି ସ୍ଥାନରେ ରେଡ୍ କରିଛି। ପଶ୍ଚିମବଙ୍ଗ, ଝଡ଼ଖଣ୍ଡ ଏବଂ ଉତ୍ତର ପ୍ରଦେଶରେ ଏହି ଚଢାଉ ହୋଇଛି। ପଶ୍ଚମବଙ୍ଗ ବର୍ଦ୍ଧମାନ ଜିଲ୍ଲାର ରାନିଗଞ୍ଜ କୁନୁଷ୍ଟୋରିଆ ଅଞ୍ଚଳରେ ଥିବା ରାଷ୍ଟ୍ରାୟତ୍ତ ସଂସ୍ଥାର ସୁରକ୍ଷା ଇନ୍ସିପେକ୍ଟର ଧନଞ୍ଜୟଙ୍କ ଘରେ ସିବିଆଇ ଚଢାଉ ବେଳେ ତାଙ୍କର ମୃତ୍ୟୁ ଘଟିଥିବା ଜଣାପଡିଛି ।
ସୂଚନାଯୋଗ୍ୟ, ଶନିବାର ଏହି ଇସିଏଲ କର୍ମଚାରୀଙ୍କ ବାସଭବନରେ ସିଆଆଇ ରେଡ କରିଥିଲା । ଏହି ସମୟରେ ସମ୍ପୃକ୍ତ କର୍ମଚାରୀ ଧନଞ୍ଜୟ ଅସୁସ୍ଥ ହୋଇପଡିଥିଲେ । ତୁରନ୍ତ ତାଙ୍କୁ ଡାକ୍ତରଖାନା ନିଆଯାଇଥିଲେ ମଧ୍ୟ ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ