ଲକ୍ଷ୍ମୌ: ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଦିଲ୍ଲୀ ସରକାରଙ୍କୁ ଚିଠି ଲେଖିଛନ୍ତି । ଦିଲ୍ଲୀରେ ରହୁଥିବା ଉତ୍ତରପ୍ରଦେଶ ବାସିନ୍ଦାଙ୍କ ମୌଳିକ ସୁବିଧାରେ ଧ୍ୟାନ ଦେବା ପାଇଁ ଚିଠିରେ ଉଲ୍ଲେଖ କରିଛନ୍ତି । ତେବେ ସେ ଆଶା କରିଛନ୍ତି ଯେ, ସ୍ବାସ୍ଥ୍ୟ, ସୁରକ୍ଷା ଓ ଅନ୍ୟାନ୍ୟ ଆବଶ୍ୟକତା ଉପରେ ସରକାର ମୁଖ୍ୟ ଗୁରୁତ୍ବ ଦେବେ ।
ଦିଲ୍ଲୀରେ ରହୁଥିବା ଉତ୍ତର ପ୍ରଦେଶ ବାସିନ୍ଦାଙ୍କ ବିଜୁଳି ଓ ପାଣିକୁ ଦିଲ୍ଲୀ ସରକାର ବନ୍ଦ କରି ଦେଉଥିଲେ । ଫଳରେ ଲୋକେ ଦିଲ୍ଲୀ ଛାଡି ପଳାଉ ଥିବା କଥା କହିଥିଲେ ଯୋଗୀ । ଯାହାକୁ ନେଇ ବିବାଦ ସୃଷ୍ଟି ହୋଇଥିଲା ।
ସୌଜନ୍ୟ @ANI