ଡେରାଡୁନ: ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀ ତ୍ରିବେନ୍ଦ୍ର ସିଂ ରାୱତ୍ କୋରୋନା ସଂକ୍ରମଣ ଚିହ୍ନଟ ହେବା ପରେ ତାଙ୍କୁ ଡୁନ୍ ମେଡିକାଲ କଲେଜରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ମୁଖ୍ୟମନ୍ତ୍ରୀଙ୍କ ଚିକିତ୍ସକ ଏନଏସ ବିଷ୍ଟଙ୍କ ପରାମର୍ଶ ଅନୁସାରେ ତାଙ୍କୁ କିଛି ଡାକ୍ତରଙ୍କ ସହିତ ଦିଲ୍ଲୀ ଏମ୍ସକୁ ପଠାଯାଇଛି ।
ମୁଖ୍ୟମନ୍ତ୍ରୀ ତ୍ରିବେନ୍ଦ୍ର ଗତ ଡିସେମ୍ବର 18 ତାରିଖରେ କୋରୋନା ପଜିଟିଭ ଚିହ୍ନଟ ହୋଇଥିଲେ । ତେବେ ତାଙ୍କୁ କିଛି ଡାକ୍ତର ଚିକିତ୍ସା କରୁଥିଲେ । କିନ୍ତୁ ମୁଖ୍ୟମନ୍ତ୍ରୀଙ୍କୁ ସ୍ବଳ୍ପ ଜ୍ବର ସହିତ ତାଙ୍କ ଫୁସଫୁସରେ ସଂକ୍ରମଣ ହେବା ପରେ ତାଙ୍କୁ ଡେରାଡୁନର ଡୁନ୍ ମେଡିକାଲ କଲେଜରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା ଏବଂ ସେଠାରେ ଏକ ଡାକ୍ତରୀ ଟିମ ରାତିତମାମ ତାଙ୍କର ଚିକିତ୍ସା କରୁଥିଲେ ।
ହେଲେ ସୋମବାର ମୁଖ୍ୟମନ୍ତ୍ରୀଙ୍କ ଚିକିତ୍ସକ ଏନଏସ ବିଷ୍ଟଙ୍କ ପରାମର୍ଶ ଅନୁସାରେ ତାଙ୍କୁ ଦିଲ୍ଲୀର ଏମ୍ସ ହସ୍ପିଟାଲରେ ଭର୍ତ୍ତି କରାଯିବ । ଏଥିଲାଗି ମୁଖ୍ୟମନ୍ତ୍ରୀଙ୍କୁ ହେଲିକପ୍ଟର ଜରିଆରେ ଜୌଲୀ ଗ୍ରାଣ୍ଟ ବିମାନବନ୍ଦରରେ ପହଞ୍ଚିଛନ୍ତି । ଏହାପରେ ତାଙ୍କୁ ଷ୍ଟେଟ ପ୍ଲେନ ଜରିଆରେ ଦିଲ୍ଲୀକୁ ସ୍ଥାନାନ୍ତର କରାଯାଇ ଏମ୍ସ ହସ୍ପିଟାଲରେ ଭର୍ତ୍ତି କରାଯିବ ବୋଲି ସୂଚନା ମିଳିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ