ଭୁବନେଶ୍ବର: ବାତ୍ୟା ଅମ୍ଫାନ ଯୋଗୁଁ ପଶ୍ଚିମବଙ୍ଗରେ ବ୍ୟାପକ ଜନ ଜୀବନ ନଷ୍ଟ ହୋଇଛି । ଅନେକଙ୍କ ମୃତ୍ୟ ହୋଇଥିବା ବେଳେ ବ୍ୟାପକ ସମ୍ପତ୍ତି ନଷ୍ଟ ହୋଇଛି। ଏଭଳି ଦୁଃଖଦ ଅବସ୍ଥାରେ ଓଡ଼ିଶାବାସୀ ପଶ୍ଚିମବଙ୍ଗ ସହିତ ରହିଛନ୍ତି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।
ମୁଖ୍ୟ ଶାସନ ସଚିବ ପଶ୍ଚିମବଙ୍ଗ ମୁଖ୍ୟ ଶାସନ ସଚିବଙ୍କ ସହ ଯୋଗସୂତ୍ର ରଖିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି । ସେହିପରି ଆବଶ୍ୟକ ପଡ଼ିଲେ ସମସ୍ତ ପ୍ରକାର ସାହାଯ୍ୟ ସହଯୋଗ କରିବୁ ବୋଲି କହିଛନ୍ତି ନବୀନ ।
ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ