ସିମଲା: ହିମାଚଳ ପ୍ରଦେଶର ସଚିବାଳୟରେ ପହଞ୍ଚିଛି କୋରୋନା । ମୁଖ୍ୟମନ୍ତ୍ରୀ ଜୟରାମ ଠାକୁରଙ୍କ ଡେପୁଟି ସେକ୍ରେଟାରୀ କୋରୋନାରେ ସଂକ୍ରମିତ ହୋଇଛନ୍ତି । ତେବେ ଏହି ଘଟଣାପରେ ମୁଖ୍ୟମନ୍ତ୍ରୀ ଜୟରାମ ଠାକୁର ସଂଗରୋଧରେ ରହିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ସମେତ ତାଙ୍କର ସମସ୍ତ କର୍ମଚାରୀ ଏବଂ ଅଧିକାରୀ ମଧ୍ୟ ସଂଗରୋଧରେ ରହିଥିବା ଜଣାପଡିଛି ।
ଏହା ସହିତ ମୁଖ୍ୟମନ୍ତ୍ରୀ ଜୟରାମ ନିଜର ସମସ୍ତ କାର୍ଯ୍ୟକ୍ରମ ସ୍ଥଗିତ ରଖିଛନ୍ତି । ତେବେ ଏହି ଘଟଣା ପରେ ସଚିବାଳୟରେ ଆତଙ୍କ ଖେଳିଯାଇଛି। ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟର ସମସ୍ତ ଅଧିକାରୀ ଏବଂ କର୍ମଚାରୀଙ୍କର କୋରୋନା ପରୀକ୍ଷଣ କରାଯିବ ବୋଲି ଜଣାପଡିଛି ।
ସୂଚନାଯୋଗ୍ୟ ଯେ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା 1631 ଜଣ କୋରୋନାରେ ସଂକ୍ରମିତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ 1067 ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ 11 ଜଣଙ୍କର ମୃତ୍ୟୁ ଘଟିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ