ETV Bharat / bharat

ରାଜସ୍ଥାନ ରାଜନୀତି: ଅଶୋକ ଗେହଲଟଙ୍କୁ ସଚିନ ସମର୍ଥକ ବିଧାୟକଙ୍କ କଡା ଜବାବ

ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କୁ କଡା ଜବାବ ଦେଲେ ସଚିନ ପାଇଲଟ କ୍ୟାମ୍ପର ବିଧାୟକ । ବାଚସ୍ପତି ପଠାଇଥିବା ନୋଟିସ ଉପରେ ନିଜର ପ୍ରତିକ୍ରିୟା ରଖି ବିଧାୟକ ମୁରାରୀ ଲାଲ ମୀନା ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ଉପରେ ଖୁବ୍‌ ବର୍ଷିଛନ୍ତି ।

ରାଜସ୍ଥାନ ରାଜନୀତି: ଅଶୋକ ଗେହଲଟଙ୍କୁ ସଚିନ ସମର୍ଥକ ବିଧାୟକଙ୍କ କଡା ଜବାବ
ରାଜସ୍ଥାନ ରାଜନୀତି: ଅଶୋକ ଗେହଲଟଙ୍କୁ ସଚିନ ସମର୍ଥକ ବିଧାୟକଙ୍କ କଡା ଜବାବ
author img

By

Published : Jul 16, 2020, 12:40 PM IST

ଜୟପୁର: ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କୁ କଡା ଜବାବ ଦେଲେ ସଚିନ ପାଇଲଟ କ୍ୟାମ୍ପର ବିଧାୟକ । ବାଚସ୍ପତି ପଠାଇଥିବା ନୋଟିସ ଉପରେ ନିଜର ପ୍ରତିକ୍ରିୟା ରଖି ବିଧାୟକ ମୁରାରୀ ଲାଲ ମୀନା ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ଉପରେ ଖୁବ୍‌ ବର୍ଷିଛନ୍ତି ।

ରାଜସ୍ଥାନ ରାଜନୀତି: ଅଶୋକ ଗେହଲଟଙ୍କୁ ସଚିନ ସମର୍ଥକ ବିଧାୟକଙ୍କ କଡା ଜବାବ

ତାଙ୍କୁ ଯାଦୁଗର କହିବା ସହ ଏହି ନୋଟିସ୍‌ରେ ସେ ଡରିଯିବେ ନାହିଁ ବୋଲି ମଧ୍ୟ କହିଛନ୍ତି । ଏହାସହ ରାଜସ୍ଥାନର ଜନତା ତାଙ୍କୁ ଜିତାଇଛନ୍ତି ମୁଖ୍ୟମନ୍ତ୍ରୀ ନୁହଁନ୍ତି ବୋଲି କହି ସେ ତାଙ୍କୁ ଡରାଇ ପାରିବେ ନାହିଁ ବୋଲି ମଧ୍ୟ କହିଛନ୍ତି । ବିଧାୟକ ମୁରାରୀ ଲାଲ ମୀନା କହିଛନ୍ତି,‘ଗେହଲଟ ଜୀ ଏହା ଭାବିବା ଭୁଲ ଯେ ଆମେ ତାଙ୍କ ନୋଟିସରେ ଡରିଯାଇଛୁ । ଆମକୁ ଜନତା ବିଧାୟକ କରିଛନ୍ତି, ତେଣୁ ଆମେ ଗେହଲଟଙ୍କ ନୋଟିସରେ ଡରିଯିବୁ ନାହିଁ ।’

5 ଦିନର କ୍ଷମତା ଯୁଦ୍ଧରେ ଏବେ କଂଗ୍ରେସ ବିଧାୟକଙ୍କ ବୟାନବାଜି ଆରମ୍ଭ ହୋଇଯାଇଛି । ଏପରିସ୍ଥଳରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ବିଧାୟକଙ୍କ ଏହି ଭିଡିଓ ଖୁବ ଭାଇରାଲ ହେବାରେ ଲାଗିଛି । ଏହାସହ କଂଗ୍ରେସ ସଭାପତି ସୋନିଆ ଗାନ୍ଧୀଙ୍କ ପରି ଅଶୋକ ଗେହଲଟ ମଧ୍ୟ ନିଜ ପଦ ତ୍ୟାଗ କରି ଏହି କ୍ଷମତା ଯୁଦ୍ଧକୁ ଶେଷ କରିବା ଉଚିତ୍‌ ବୋଲି ସେ କହିଛନ୍ତି ।

ସେହିପରି ଅଶୋକ ଗେହଲଟ ଲଗାଇଥିବା କିଣାବିକାର ଅଭିଯୋଗର ସେ କଡା ଜବାବ ଦେଇଛନ୍ତି । ସେ କହିଛନ୍ତି,‘ ଆମେ ସ୍ବାଭିମାନର ସହିତ ନିର୍ବାଚନ ଜିତି ଆସିଛୁ । ଆମକୁ କେହି କିଣି ପାରିବେ ନାହିଁ ।’ ସୂଚନାଥାଉକି, ଅଶୋକ ଗେହଲଟ ସଚିନ ପାଇଲଟଙ୍କ ସହିତ ଥିବା ବିଧାୟକମାନଙ୍କୁ ବିଜେପି କିଣିଥିବା ଅଭିଯୋଗ କରିଥିଲେ । ସେହିପରି ସେମାନଙ୍କ ପାଖକୁ ବାଚସ୍ପତି, କଂଗ୍ରେସ ବିଧାୟକ ଦଳରେ କାହିଁକି ଯୋଗଦେଇନାହାଁନ୍ତି ବୋଲି ନୋଟିସ ପଠାଇଛନ୍ତି । ଯାହାର ଜବାବ ଦେଇ ବିଧାୟକ ଏହା କହିଛନ୍ତି ।

ସେପଟେ ଗେହଲଟ୍‌ ଓ ପାଇଲଟଙ୍କ ମଧ୍ୟରେ ଦେଖାଦେଇଥିବା କ୍ଷମତା କନ୍ଦଳ ମଧ୍ୟରେ ଆଜି ଜୟପୁରରେ ଉଭୟ କଂଗ୍ରେସ ଓ ବିଜେପି ଦଳର ବୈଠକ ବସୁଛି । କଂଗ୍ରେସ ସଚିନ ପାଇଲଟଙ୍କୁ ମନାଇବା ପାଇଁ ଆଜି ପୁଣି ବୈଠକ ଡକାଇଥିବାବେଳେ ବିଜେପି, କଂଗ୍ରେସର ଛକାପଞ୍ଝା ଭିତରେ ନିଜର ଗୋଟି ଚଳାଇବାକୁ ଯୋଜନା ଚଳାଇଛି ।

ବିଜେପି ଆଜି ଜୟପୁରରେ ନିଜର ବିଧାୟକ ଦଳ ବୈଠକ ଡାକି ଦଳର ଆଗାମୀ ରଣନୀତି ସମ୍ପର୍କରେ ଆଲୋଚନା କରିବ ବୋଲି ସୂଚନା ମିଳିଛି । ଯେଉଁଥିରେ ପୂର୍ବତନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେ ସିନ୍ଧିଆ ଯୋଗଦେବେ ବୋଲି ଜଣାପଡିଛି ।

ସଚିନଙ୍କୁ ମନାଇବା ପାଇଁ କଂଗ୍ରେସ ବି ଚେଷ୍ଟା ଜାରି ରଖିଛି । ସଚିନ ଦଳର ସଦସ୍ୟ ଅଛନ୍ତି । ତାଙ୍କ ପାଇଁ କଂଗ୍ରେସ ଦ୍ବାର ସବୁବେଳେ ଖୋଲାଥିବା କଂଗ୍ରେସ ନେତା ରାହୁଲ ଗାନ୍ଧି କହିଛନ୍ତି । ସେହିପରି ମୁଖ୍ୟମନ୍ତ୍ରୀ ଗେହେଲଟଙ୍କୁ ମଧ୍ୟ ସଚିନଙ୍କ ବିରୋଧରେ ଗଣମାଧ୍ୟମରେ କୌଣସି ମନ୍ତବ୍ୟ ନଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ରାହୁଲ । ଗେହଲଟ ସଚିନଙ୍କ ବିରୋଧରେ ଯେଉଁ ମନ୍ତବ୍ୟ ରଖିଛନ୍ତି ସେଥିରେ ରାହୁଲ ଗାନ୍ଧୀ ଅସନ୍ତୋଷ ଜାହିର କରିଛନ୍ତି ।

ରାହୁଲ ଗାନ୍ଧୀ ଚାହୁଁଛନ୍ତି ବର୍ତ୍ତମାନ ସଚିନଙ୍କ ବିରୋଧରେ କୌଣସି ଅପମାନ ଆପତ୍ତିଜନକ ମନ୍ତବ୍ୟ ନଦେଇ ତାଙ୍କୁ ସମ୍ମାନର ସହ ଦଳକୁ ଫେରାଇ ଆଣିବାକୁ । ଅନ୍ୟପଟେ ସଚିନ ଯେତେବେଳେ ତାଙ୍କ ସହ କଥା ହେବାପାଇଁ ଚାହିଁବେ ସେ କଥା ହେଇପାରିବେ ବୋଲି ରାହୁଲ ସଚିନଙ୍କ ଉଦ୍ଦେଶ୍ୟରେ କହିଛନ୍ତି । ଫଳରେ ସଚିନଙ୍କୁ ମନାଇବା ପାଇଁ ଆଜି ପୁଣି ରାଜ୍ୟରେ କଂଗ୍ରେସର ବୈଠକ ବସିବ ବୋଲି ଶୁଣିବାକୁ ମିଳିଛି । ଯେଉଁଥିରେ କେନ୍ଦ୍ରୀୟ ପ୍ରତିନିଧି ଦଳ ଯୋଗଦେବେ ବୋଲି କୁହାଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.