ETV Bharat / bharat

ମହାରାଷ୍ଟ୍ର ରାଜ୍ୟପାଳଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ ଫଡନାଭିସ ଓ ଦିବାକର ରାୱତେ - CM Devendra fadnavis meets maharashtra governors

ରାଜଭବନରେ ମହାରାଷ୍ଟ୍ର ରାଜ୍ୟପାଳଙ୍କୁ ଭେଟିଲେ ଶିବସେନା ଓ ବିଜେପି ନେତା । ରାଜ୍ୟପାଳଙ୍କୁ ଦୀପାବଳିର ଶୁଭେଚ୍ଛା ଜଣାଇବା ସହ ରାଜ୍ୟର ମୁଖ୍ୟମନ୍ତ୍ରୀ ପଦକୁ ନେଇ ବର୍ତ୍ତମାନର ସ୍ଥିତି ବିଷୟରେ ରାଜ୍ୟପାଳଙ୍କୁ କରାଇଲେ ଅବଗତ ।

ଫଟୋ ସୌଜନ୍ୟ: ଟ୍ବଟର@ani
author img

By

Published : Oct 28, 2019, 1:21 PM IST

ମୁମ୍ବାଇ: ମହାରାଷ୍ଟ୍ରରେ ମୁଖ୍ୟମନ୍ତ୍ରୀ ପଦକୁ ନେଇ ଶିବସେନା ଓ ବିଜେପି ମଧ୍ୟ ଚାଲିଛି ଛକାପଞ୍ଝା । ଏନେଇ ଶିବସେନା ନେତା ଦିବାକର ରାୱତେ ଓ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭୀସ ଅଲଗା ଅଲଗା ରାଜ୍ୟପାଳ ଭଗତ ସିଂହଙ୍କୁ ସାକ୍ଷାତ କରିବାକୁ ରାଜଭବନରେ ପହଞ୍ଚଛନ୍ତି ।

ପ୍ରଥମେ ଶିବସେନା ନେତା ଦିବାକର ରାୱତେ ରାଜ୍ୟପାଳଙ୍କୁ ସାକ୍ଷାତ କରିବା ପରେ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ ରାଜ୍ୟପାଳଙ୍କୁ ଭେଟିଛନ୍ତି । ରାଜ୍ୟପାଳଙ୍କୁ ଦୀପାବଳିର ଶୁଭେଚ୍ଛା ଜଣାଇବା ସହ ରାଜ୍ୟର ମୁଖ୍ୟମନ୍ତ୍ରୀ ପଦକୁ ନେଇ ବର୍ତ୍ତମାନର ସ୍ଥିତି ବିଷୟରେ ରାଜ୍ୟପାଳଙ୍କୁ ଅବଗତ କରାଇବେ ବୋଲି ମୁଖ୍ୟମନ୍ତ୍ରୀ ଫଡନାଭୀସ ଟ୍ବିଟ୍ କରିଥିଲେ ।

maharashtra governors
ଫଟୋ ସୌଜନ୍ୟ:ଟ୍ବଟର@ani

ଫଡନାଭିସଙ୍କ ପୂର୍ବରୁ ଶିବସେନା ନେତା ରାଜ୍ୟପାଳଙ୍କୁ ସାକ୍ଷାତ କରିବା ପରେ ଗଣମାଧ୍ୟରେ ନିଜ ପ୍ରତିକ୍ରିୟା ଦେଇଥିଲେ । ମୁଁ ପ୍ରତି ଦୀପାବଳିରେ ରାଜ୍ୟପାଳଙ୍କୁ ଶୁଭେଚ୍ଛା ଜଣାଇବାକୁ ରାଜଭବନ ଆସିଥାଏ । ଚଳିତବର୍ଷ ମଧ୍ୟ ମୁଁ ମୁଖ୍ୟମନ୍ତ୍ରୀଙ୍କୁ ଦୀପାବଳିର ଶୁଭେଚ୍ଛା ଜଣାଇବାକୁ ଆସିଥିଲି । ଏଥିସହିତ ମହାରାଷ୍ଟ୍ରର ସରକାର ଗଠନ ଉପରେ ମଧ୍ୟ ଆଲୋଚନା ହୋଇଛି ।

maharashtra governors
ଫଟୋ ସୌଜନ୍ୟ:ଟ୍ବଟର@ani

ସୂଚନାନୁସାରେ, ମହାରାଷ୍ଟ୍ରରେ 288 ସିଟ୍‌ରୁ ଶିବସେନା 56ଟି ସିଟରେ ବିଜୟ ହାସଲ କରିଥିବାବେଳେ ବିଜେପିକୁ ମିଳିଛି 105 । 2014 ସାଧାରଣ ନିର୍ବାଚନରେ ବିଜେପିକୁ 122ଟି ସିଟ୍‌ ମିଳିଥିବା ବେଳେ ଶିବସେନା 63ଟି ସିଟରେ ବିଜୟ ହୋଇଥିଲା । 2019 ନିର୍ବାଚନ ଫଳାଫଳ ପରେ ଶିବସେନା ପୁଣି ଥରେ 50-50 ଫର୍ମୁଲା ଉପରେ ଗୁରୁତ୍ବ ଦେଇଛି । ମହାରାଷ୍ଟ୍ରରେ ସରକାର ଗଠନ ପାଇଁ 145 ସିଟ ଆବଶ୍ୟକ ଥିବାବେଳେ କୌଣସି ଦଳକୁ ଏହା ମିଳିନାହିଁ । ଯଦ୍ବାରା ପୁନର୍ବାର ମହାରାଷ୍ଟ୍ରରେ 50-50 ଫର୍ମୁଲାର ପ୍ରସଙ୍ଗ ଉଠାଇଥିଲା ଶିବସେନା । ଏହି ଫର୍ମୁଲାରେ ଶିବସେନା ଅଢେଇ ବର୍ଷ ପାଇଁ ମୁଖ୍ୟମନ୍ତ୍ରୀ ପଦ ପାଇଁ ଜିଦରେ ଅଟଳ ଥିବାବେଳେ ଶନିବାର ଲିଖିତ ଆଶ୍ବାସନା ମାଗିଥିଲା ।

Intro:Body:

dfg

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.