ETV Bharat / bharat

ମହାନତା ଦେଖାଇଲେ ୟେଦିୟୁରପ୍ପା; ବୁଝିଲେ ସିଦ୍ଧରମୈୟାଙ୍କ ସ୍ବାସ୍ଥ୍ୟବସ୍ଥା

author img

By

Published : Dec 12, 2019, 10:01 PM IST

ଦୁଇ ଚିର ଶତ୍ରୁଙ୍କ ଭେଟଘାଟ । ସିଦ୍ଧରମୈୟାଙ୍କ ସ୍ବାସ୍ଥ୍ୟବସ୍ଥା ବୁଝିବାକୁ ହସ୍ପିଟାଲରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ ବିଏସ ୟେଦିୟୁରପ୍ପା ।

PHOTO
ବୁଝିଲେ ସିଦ୍ଦରମୈୟାଙ୍କ ସ୍ବାସ୍ଥ୍ୟବସ୍ଥା

ବେଙ୍ଗାଲୁର: କୁହାଯାଏ ରାଜନୀତିରେ କେହି କାହର ଶତ୍ରୁ ନୁହଁନ୍ତି । କି କେହି ଚିର ସ୍ଥାୟୀ ମିତ୍ର ନୁହଁନ୍ତି । ଯାହାର ଏକ ଜ୍ଜଳନ୍ତ ଉଦାହରଣ ଦେଖିବାକୁ ମିଳିଛି ଗୁରୁବାର କର୍ଣ୍ଣାଟକର ବେଙ୍ଗାଲୁରୁରେ । ଗତ 9 ତାରିଖରେ ରାଜ୍ୟର 15ଟି ବିଧାନସଭା ଉପ-ନିର୍ବାଚନର ଫଳ ଆସିଥିଲା । ଯେଉଁଥିରେ ଶାସକ ଦଳ ଏକତରଫା ଭାବେ ବିଜୟୀ ହୋଇଛି । କଂଗ୍ରେସ ପରାଜୟ ସ୍ବୀକାର କରିବା ସହ ବିରୋଧୀ ଦଳ ନେତା ପଦରୁ ଇସ୍ତାଫା ଦେଇଥିଲେ କଂଗ୍ରେସ ବିଧାୟକ ସିଦ୍ଧରମୈୟା ।

ପରଦିନ ଗୁରୁତର ଅସୁସ୍ଥ ହୋଇ ହସ୍ପଟାଲରେ ଭର୍ତ୍ତି ହୋଇଛନ୍ତି ସିଦ୍ଧରମୈୟା । ଆଜି ହସ୍ପିଟାଲ ଯାଇ ସିଦ୍ଧରମୈୟାଙ୍କୁ ସାକ୍ଷାତ କରିଛନ୍ତି ମୁଖ୍ୟମନ୍ତ୍ରୀ ବିଏସ ୟେଦିୟୁରପ୍ପା । ହସ୍ପିଟାଲରେ ପହଞ୍ଚି ସିଦ୍ଧରମୈୟାଙ୍କ ସ୍ବାସ୍ଥ୍ୟବସ୍ଥା ବୁଝିବା ସହ ଦୀର୍ଘ ସମୟ ଧରି ଆଲୋଚନା କରିଛନ୍ତି ।

ଗତ ଏକ ବର୍ଷଧରି କ୍ଷମତା ପାଇଁ ଉଭୟଙ୍କ ମଧ୍ୟରେ ଆରୋପ ପ୍ରତ୍ୟାରୋପ ଲାଗିରହିଥିଲା । ବିଧାନସଭାରେ ଓ ବାହାରେ ଉଭୟ ବିରୋଧୀ ମୁହାଁମୁହିଁ ହେଉଥିଲେ । ଯେତେବେଳେ ରାଜ୍ୟରେ ମେଣ୍ଟ ସରକାର ଭାଙ୍ଗିଗଲା ସିଦ୍ଧରମୈୟା ୟେଦିଙ୍କ ଉପରେ ଯୋରଦାର ବର୍ଷିଥିଲେ । ତେବେ ସବୁ ରାଜନୈତିକ ବିବାଦକୁ ଭୁଲି ଆଜି ୟେଦିୟୁରପ୍ପା ହସ୍ପିଟାଲ ପହଞ୍ଚି ତାଙ୍କ ସ୍ବାସ୍ଥ୍ୟବସ୍ଥା ବୁଝିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଯାହାକୁ ନେଇ ଏବେ ଯୋରଦାର ଚର୍ଚ୍ଚା ।

Intro:Body:

blank

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.