ବେଙ୍ଗାଲୁରୁ: ଆସନ୍ତା ଫେବୃଆରୀ 6 ତାରିଖରେ ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣ କରିବେ କର୍ଣ୍ଣାଟକର ୟେଦୁରପ୍ପା ସରକାର। ଏହି ସମୟରେ ପୂର୍ବରୁ ଅଯୋଗ୍ୟ ଘୋଷିତ ହୋଇଥିବା 10 ବିଧାୟକଙ୍କ ସମେତ 13 ବିଧାୟକ ପଦ ଏବଂ ଗୋପନୀୟତାର ଶପଥ ଗ୍ରହଣ କରିବେ । ଫେବୃଆରୀ 6 ତାରିଖ ସକାଳ 10.30 ସମୟରେ ରାଜଭନବଠାରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଏହି ନୂଆ ବିଧାୟକଙ୍କ ମଧ୍ୟରୁ କେତେଜଣଙ୍କୁ ମନ୍ତ୍ରୀମଣ୍ଡଳରେ ସାମିଲ କରାଯାଇପାରେ ବୋଲି ଆଲୋଚନା ହେଉଛି ।
ଏନେଇ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବିଏସ ୟେଦୁରପ୍ପା ରବିବାର ସୂଚନା ଦେଇଛନ୍ତି । ଏଥିସହ ସେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଦ୍ବାରା ଆଗତ ବଜେଟର ପ୍ରସଂଶା କରିଛନ୍ତି । ସେ କହିଛନ୍ତି, 'ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ବଜେଟ ଉପସ୍ଥାପନ କରିଥିବାରୁ ଧନ୍ୟବାଦ । ଏଥିରେ ଅତିରିକ୍ତ ବୋଝ ନପକାଇ ଅନେକ ସୁବିଧା ଦିଆଯାଇଛି । ଏହି ବଜେଟ ଚାଷୀଙ୍କ ପାଇଁ ଉପହାର ସଦୃଶ । ଏହାଦ୍ବାରା ସେମାନଙ୍କୁ ଅନେକ ଲାଭ ମିଳିବ। '