ETV Bharat / bharat

ଦୀପର ବହୁଳ ବ୍ୟବହାର ନେଇ ରାଜ୍ୟବାସୀଙ୍କୁ ସିଏମଙ୍କ ଅପିଲ

author img

By

Published : Oct 20, 2019, 7:10 PM IST

'ଇଟିଭି ଭାରତ'ର ପ୍ରୟାସକୁ ଆହୁରି ଆଗକୁ ବଢାଇଲେ ଛତିଶଗଡ ମୁଖ୍ୟମନ୍ତ୍ରୀ । ଦୀପାବଳିରେ ଲାଇଟ କ୍ୟାଣ୍ଡେଲ ବଦଳରେ ବହୁଳ ମାତ୍ରାରେ ଦୀପ ବ୍ୟବହାର କରିବାକୁ କଲେ ଅପିଲ ।

ଫଟୋ ସୌଜନ୍ୟ: ଇଟିଭି ଭାରତ ବ୍ୟୁରୋ

ରାୟପୁର: ଆଧୁନିକୀକରଣ ଯେଉଁଠି ଲୋକଙ୍କୁ ନୂଆ ନୂଆ ସାମଗ୍ରୀ ପ୍ରତି ପରିଚୟ ଆଉ ଅଭ୍ୟାସ କରାଉଛି । ବିଶ୍ବସ୍ତରୀୟ ବଜାରରେ ମଧ୍ୟ ଏହା ଦ୍ରୁତଗତିରେ ବୃଦ୍ଧି ପାଇବାରେ ଲାଗିଛି । ଆଧୁନିକତା ହେତୁ ଲୋକଙ୍କ ଜୀବନ ବେଶ ଆରାମଦାୟକ ହୋଇଯାଇଛି । କିନ୍ତୁ ଏଥିଯୋଗୁଁ ଆମ ପୁରୁଣା ପରମ୍ପରା ଓ ସଂସ୍କୃତି ଧିରେଧିରେ ଲୋପପାଇବାରେ ଲାଗିଛି । ବର୍ତ୍ତମାନର ଗ୍ଲୋବାଲାଇଜେସନ ଯୋଗୁଁ ଦୀପାବଳିର ଦୀପର ଚମକ ଏବେ ଫିକା ପଡିଯାଇଛି ।

ସମୟ ବଦଳିବା ସହ ଦୀପାବଳିରେ ଦୀପ ବଦଳରେ ଚାଇନା ଲାଇଟର ବେଶ ଚାହିଦା ରହୁଛି । ଯାହାଦ୍ବାରା ସବୁଠୁ ଅଧିକ କ୍ଷତି ତ କୁମ୍ଭାର ମାନଙ୍କୁ ଭୋଗିବାକୁ ପଡୁଛି । ବହୁଳ ଭାବେ ମହମତୀ ଓ ଲାଇଟର ବ୍ୟବହାର ଯୋଗୁଁ ହଜିଯିବାକୁ ବସିଲାଣି ଦୀପର ସତ୍ତା ।

Bhupesh Baghel
@bhupeshbaghel

ଯେଉଁ କୁମ୍ଭକାରଙ୍କ ପାଇଁ ଦିନେ ଆମ ଘର ଆଲୋକିତ ହେଉଥିଲା ଆଜି ସେମାନଙ୍କ ଜୀବନ ଅନ୍ଧାରରେ ବିତୁଛି । କିନ୍ତୁ ଚଳିତବର୍ଷ ଲୋକଙ୍କ ମଧ୍ୟରେ କିଛି ମାତ୍ରାରେ ପରିବର୍ତ୍ତନ ଘଟିଛି । ମାଟି ଦୀପ ପାଇଁ ଲୋକଙ୍କର ଆଗ୍ରହ ବଢିଛି । ଆଉ ପୂର୍ବ ଅପେକ୍ଷା ଚଳିତ ଦୀପାବଳି ପାଇଁ ବଜାର ମାନଙ୍କରେ ମାଟି ଦୀପ ବେଶ ଅଧିକ ବିକ୍ରି ହେଉଛି ।

Bhupesh Baghel
ଫଟୋ ସୌଜନ୍ୟ: ଇଟିଭି ଭାରତ ବ୍ୟୁରୋ

ତେବେ ମାଟି ଦୀପ କ୍ରୟ କରିବା ସହ କୁମ୍ଭାରଙ୍କ ପ୍ରତି ମନୋଭାବରେ ପରିବର୍ତ୍ତନ ଆଣିବା ନେଇ 'ଇଟିଭି ଭାରତ' ତାର ପ୍ରୟାସ ଜାରି ରଖିଥିଲା । ଏନେଇ ଛତିଶଗଡ ସରକାର 'ଇଟିଭି ଭାରତ'ର ଏହି ପ୍ରୟାସକୁ ଫଳପ୍ରଦ କରିବା ପାଇଁ ମୁଖ୍ୟମନ୍ତ୍ରୀ ଭୁପେଶ ବଘେଲ ଟ୍ବିଟର ମାଧ୍ୟମରେ ରାଜ୍ୟବାସୀଙ୍କୁ ଚଳିତ ଦୀପାବଳିରେ ମାଟି ଦୀପର ବହୁଳ ବ୍ୟବହାର କରିବାକୁ ଅପିଲ କରିଛନ୍ତି ।

ଏହାଦ୍ବାରା କୁମ୍ଭକାର ମାନଙ୍କ ଘର ମଧ୍ୟ ଆଲୋକିତ ହେବ । ଏହାବ୍ୟତୀତ ସ୍ଥାନୀୟ ପ୍ରଶାସନକୁ ମଧ୍ୟ ସେମାନଙ୍କ ଠାରୁ କୌଣସି ପ୍ରକାର ଟିକସ ନନେବାକୁ ଆଦେଶ ଜାରି କରିଛନ୍ତି ।

Intro:Body:

BLANK

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.