ETV Bharat / bharat

ସୀମାରେ ସୈନ୍ୟଙ୍କୁ ଆତ୍ମରକ୍ଷା ନେଇ ଦିଆଯାଉ ଆଦେଶ: ପଞ୍ଜାବ ସିଏମ - punjab cm

ଲଦାଖର ଗଲଓ୍ବାନରେ 20 ଜଣ ଭାରତୀୟ ଯବାନ ଶହୀଦ ହେବା ପରେ ପ୍ରତିଶୋଧ ନିଆଁରେ ଜଳୁଛନ୍ତି ସାରା ଦେଶବାସୀ । ଅଧିକ ପଢନ୍ତୁ...

ସୀମାରେ ସୈନ୍ୟଙ୍କୁ ଆତ୍ମରକ୍ଷା ନେଇ ଦିଆଯାଉ ଆଦେଶ: ପଞ୍ଜାବ ସିଏମ

author img

By

Published : Jun 21, 2020, 2:35 PM IST

ନୂଆଦିଲ୍ଲୀ: ପୂର୍ବ ଲଦାଖର ଗଲୱାନ ଉପତ୍ୟକାରେ ଭାରତର 20 ଜଣ ଯବାନ ଶହୀଦ ହେବାପରେ ଚୀନର ଏହି କାର୍ଯ୍ୟ ଉପରେ ସମସ୍ତେ ନିଜର କ୍ରୋଧ ପ୍ରକାଶ କରୁଥିବାବେଳେ, ଏହାକୁ ନେଇ ରାଜନୀତି ମଧ୍ୟ ଆରମ୍ଭ ହୋଇଯାଇଛି । ସେପଟେ ଏହି ସମୟରେ ପଞ୍ଜାବର ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂଙ୍କ ଏକ ବିବୃତ୍ତି ସାମ୍ନାକୁ ଆସିଛି । ଅମରିନ୍ଦର କେନ୍ଦ୍ର ସରକାରଙ୍କୁ ନିବେଦନ କରିଛନ୍ତି ଯେ, ସୀମାରେ ଥିବା ସୈନ୍ୟମାନଙ୍କୁ ଆତ୍ମରକ୍ଷା ପାଇଁ ଗୁଳି ଚଳାଇବାକୁ ଅନୁମତି ଦିଆଯାଉ । କାରଣ ସେମାନଙ୍କୁ ବିନା ଶସ୍ତ୍ରରେ ପଠାଇବା ଓ ନିଜକୁ ରକ୍ଷା କରିବାକୁ ଅନୁମତି ନ ଦେବା ଭୁଲ ନିଷ୍ପତ୍ତି ଥିଲା। '

ଏହାପୂର୍ବରୁ ସିଏମ ଭାରତ-ଚୀନ ବିବାଦରେ ଭାରତୀୟ ସୈନ୍ୟଙ୍କ ଶହୀଦ ହେବାକୁ ନେଇ ଦୁଃଖ ପ୍ରକାଶ କରି ସମବେଦନା ଜଣାଇ ଥିଲେ । ଆଉ ଚୀନ ବିରୋଧରେ ଆକ୍ରୋଶ ଭାବ ପ୍ରକାଶ କରିଥିଲେ। ସେ କହିଛନ୍ତି ଯେ ଯଦି ସେ ସୀମାରେ ଥାଆନ୍ତେ, ତେବେ ଭାରତୀୟ କର୍ଣ୍ଣଲଙ୍କୁ ହତ୍ୟା କରାଯିବାବେଳେ ସେ ତାଙ୍କ ସୈନ୍ୟ ମାନଙ୍କୁ ଗୁଳି ଚଳାଇବାକୁ ନିର୍ଦ୍ଦେଶ ଦେଇଥାନ୍ତେ।

ସିଏମ ଆହୁରି କହିଛନ୍ତି ଯେ, ଆମର ସୈନ୍ୟ ମାନଙ୍କୁ ହତ୍ୟା କରାଯାଉଥିଲା, ସେଠାରେ ଉପସ୍ଥିତ କୌଣସି ଭାରତୀୟ ଅଧିକାରୀ କାହିଁକି ଗୁଳି ଚଳାଇବାକୁ ନିର୍ଦ୍ଦେଶ ଦେଇନଥିଲେ ? ସେହି ସମୟରେ ଜବାନ ମାନେ କ୍ରୋଧିତ ହୋଇଥିଲେ। ଯଦିଓ ସେନା ବର୍ତ୍ତମାନ ଅଧିକ ଶକ୍ତିଶାଳୀ ହୋଇଛି, ତଥାପି ଏହା ପ୍ରତ୍ୟେକ ଦିଗରେ ଉତ୍ତର ଦେବାରେ ସକ୍ଷମ ରହିଛି । ତେବେ ସାଥୀ ସୈନ୍ୟଙ୍କ ଜୀବନ ବଦଳରେ କାହିଁକି ଚୀନର ପୋଷ୍ଟକୁ ନଷ୍ଟ କରିପାରୁନାହିଁ ବୋଲି ପଞ୍ଜାବ ସିଏମ ପ୍ରଶ୍ନ କରିଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.