ଡେରାଡୁନ: ପାହାଡି ରାଜ୍ୟ ଉତ୍ତରାଖଣ୍ଡରେ ଜାରି ରହିଛି ବର୍ଷାର ତାଣ୍ଡବ । ଏଠାକାର ଉତ୍ତରକାଶୀରେ ବାଦଲ ଫଟା ବର୍ଷା କାରଣରୁ ସ୍ଥିତି ବେହାଲ ହୋଇପଡିଛି । ଏହା ସହିତ ଭୂସ୍ଖଳନ ଯୋଗୁଁ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଛି । ରାଜ୍ୟର ମୋରୀ ତହସିଲ ଅଞ୍ଚଳରେ ବାଦଲ ଫଟା ବର୍ଷା କାରଣରୁ 10ଜଣଙ୍କ ମୃତ୍ୟୁ ହୋଇଛି । ଏଥିସହ 7ଜଣ ଏବେ ବି ନିଖୋଜ ରହିଛନ୍ତି ।
ତେବେ ସ୍ଥାନୀୟ ପୋଲିସ ଓ ପ୍ରଶାସନ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି। ଉତ୍ତରକାଶୀର ମୋରୀ ତହସିଲ ଅଧିନସ୍ଥ ବଙ୍ଗାନ୍,ଆରାକୋଟର ଟିକୋଚୀରେ ବାଦଲ ଫଟା ବର୍ଷା ସର୍ବାଧିକ ହୋଇଛି । ଫଳରେ ଏଠାକାର ଲୋକେ ଭୟଭୀତ ହୋଇ ପଡିଛନ୍ତି । ମୌଣ୍ଡା, ଚିମ୍ବା,ଗୋକୁଲ ସମେତ ଅନେକ ରାସ୍ତାରେ ସମ୍ପୂର୍ଣ୍ଣ ଭାବେ କ୍ଷତିଗ୍ରସ୍ତ ହୋଇଛି । ଉଦ୍ଧାରକାରୀ ଟିମ୍କୁ ଘଟଣାସ୍ଥଳରେ ପହଞ୍ଚିବାରେ ବାଧା ସୃଷ୍ଟି ହେଉଛି ।