ETV Bharat / bharat

ତେଜ ପ୍ରତାପଙ୍କ ସୁରକ୍ଷାକର୍ମୀ ଓ ଗଣମାଧ୍ୟମ ମୁହାଁମୁହିଁ - clash

ବିହାର ପାଟନାରେ ଦେଖା ଦେଇଛି ହିଂସା । ତେଜ ପ୍ରତାପ ଯାଦବଙ୍କ ସୁରକ୍ଷାକର୍ମୀ ଓ ଗଣମାଧ୍ୟମ ପ୍ରତିନିଧି ହୋଇଛନ୍ତି ମୁହାଁମୁହିଁ । ତେଜପ୍ରତାପଙ୍କ ଗାଡିଚକା ତଳେ କ୍ୟାମେରା ମ୍ୟାନଙ୍କ ଗୋଡ ରହିଯିବା ପରେ ଆରମ୍ଭ ହୋଇଥିଲା ଗଣ୍ଡଗୋଳ ।

ଫଟୋ ସୌଜନ୍ୟ : ଏଏନଆଇ
author img

By

Published : May 19, 2019, 9:02 PM IST

ପାଟନା: ଆଜି ଲୋକସଭା ନିର୍ବାଚନର ଶେଷ ଦିନ । ଏହି ସମୟରେ ଦେଶର ବିଭିନ୍ନ ସ୍ଥାନରୁ ହିଂସାର ଖବର ଆସୁଛି । ବିହାର ପାଟନାରେ ମଧ୍ୟ ଦେଖାଦେଇଛି ହିଂସା । ପୂର୍ବତନ ମନ୍ତ୍ରୀ ଲାଲୁପ୍ରସାଦ ଯାଦବଙ୍କ ପୁଅ ତେଜ ପ୍ରତାପ ଯାଦବଙ୍କ ସୁରକ୍ଷାକର୍ମୀ ଓ ଗଣମାଧ୍ୟମ ପ୍ରତିନିଧି ହୋଇଛନ୍ତି ମୁହାଁମୁହିଁ ।

ନିର୍ବାଚନ ଚାଲିଥିବା ସମୟରେ ତେଜପ୍ରତାପ ମତଦାନ ପରେ ନିଜ ଗାଡିରେ ଯାତ୍ରା କରୁଥିବା ବେଳେ ଚକାତଳେ ଜଣେ କ୍ୟାମେରାମ୍ୟାନଙ୍କ ଗୋଡ ରହିଯାଇଥିଲା । ଆଉ ସେ ବିରୋଧ କରିଥିଲେ । ଗାଡିର କାଚ ଭଙ୍ଗାରୁଜା ଆରମ୍ଭ କରିଥିଲେ । ହେଲେ ଏହାଦେଖି ତେଜପ୍ରତାପଙ୍କ ସୁରକ୍ଷାକର୍ମୀ ତାଙ୍କୁ ପାଲଟା ଆକ୍ରମଣ କରିଥିଲେ । ଏହି ଗଣ୍ଡଗୋଳରେ ଉଭୟ ପକ୍ଷ ଆହତ ହୋଇଥିବା ଜଣାପଡିଛି ।

ଘଟଣା ପରେ ତେଜପ୍ରଦାପ ଓଲଟା ଆରୋପ ଲଗାଇଛନ୍ତି କି ତାଙ୍କୁ ଜୀବନରୁ ମାରିଦେବାକୁ ଚେଷ୍ଟା ହେଉଥିଲା। ଏହାକୁ ନେଇ ସେ ସ୍ଥାନୀୟ ଥାନାରେ ଅଭିଯୋଗ କରିବା ସହ ଟ୍ବିଟ ମଧ୍ୟ କରିଥିବା ଜଣାପଡିଛି । ବିହାରରେ ଆଜି ମୋଟ 8ଟି ଆସନରେ ମତଦାନ ଚାଲିଛି । ଏଥିରେ ରାଜଧାନୀ ପାଟନା ମଧ୍ୟ ସାମିଲ ରହିଛି । ଆଜି ବହୁ ବରିଷ୍ଠ ନେତା ମନ୍ତ୍ରୀ ମଧ୍ୟ ନିଜର ମତଦାନ କରିଛନ୍ତି ।

sample description

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.