ETV Bharat / bharat

କୋରୋନା ପାଇଁ ବିଳମ୍ବ ହେବନି ନ୍ୟାୟିକ ପ୍ରକ୍ରିୟା: ସିଜେଆଇ - ସମ୍ପୁର୍ଣ୍ଣ ରୂପେ ବନ୍ଦ ହେବନି କୋର୍ଟ

ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଏସ.ଏ ବୋବଡେ ଏହାକୁ ସ୍ପଷ୍ଟ କରି କହିଛନ୍ତି ଯେ, କୋରୋନା ଭାଇରସ ମହାମାରୀକୁ ଦେଖି ସଚେତନ ରହିବା ପାଇଁ ପଦକ୍ଷେପ ଗ୍ରହଣ କରାଯାଇ ପାରିବ ମାତ୍ର ଏଥିପାଇଁ ଅଦାଳତକୁ କୌଣସି ପ୍ରକାରରେ ସମ୍ପୁର୍ଣ୍ଣ ରୂପେ ବନ୍ଦ କରାଯାଇ ପାରିବ ନାହିଁ ।

corona virus
ସୁପ୍ରିମକୋର୍ଟର ପ୍ରଧାନ ବିଚାରପତିଙ୍କ ସୂଚନା
author img

By

Published : Mar 16, 2020, 11:10 AM IST

ନୂଆଦିଲ୍ଲୀ: ଦେଶରେ ଆତଙ୍କ ଖେଳାଇଥିବା କୋରୋନା ଭାଇରସ କାରଣରୁ ସ୍କୁଲ, କଲେଜ, ମଲ ନିହାତି ରୂପେ ବନ୍ଦ ଥିଲେ ମଧ୍ୟ ନ୍ୟାୟିକ ପ୍ରକ୍ରିୟାରେ ଏହାର କୌଣସି ପ୍ରଭାବ ପଡିବ ନାହିଁ । ଅର୍ଥାତ କୋରୋନା ପାଇଁ କୋର୍ଟ କାର୍ଯ୍ୟ ବନ୍ଦ ହେବନାହିଁ କି ନ୍ୟାୟିକ ଶୁଣାଣିରେ କୌଣସି ବିଳମ୍ବ ହେବନି । ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଏସ.ଏ ବୋବଡେ ଏହାକୁ ସ୍ପଷ୍ଟ କରି କହିଛନ୍ତି ଯେ, କୋରୋନା ଭାଇରସ ମହାମାରୀକୁ ଦେଖି ସଚେତନ ରହିବା ପାଇଁ ପଦକ୍ଷେପ ଗ୍ରହଣ କରାଯାଇ ପାରିବ ମାତ୍ର ଏଥିପାଇଁ ଅଦାଳତକୁ କୌଣସି ପ୍ରକାରରେ ସମ୍ପୂର୍ଣ୍ଣ ରୂପେ ବନ୍ଦ କରାଯାଇ ପାରିବ ନାହିଁ ।

ସିଜେଆଇ ବର୍ତ୍ତମାନର ସ୍ଥିତି ଉପରେ ଆଲୋଚନା କରିବା ସହ ଏହି ମାରାତ୍ମକ କୋରୋନା ସଂକ୍ରମଣ ରୋକିବାକୁ ନିଆଯାଉଥିବା ପଦକ୍ଷେପ ଉପରେ ମଧ୍ୟ ଆଲୋଚନା କରିବାକୁ ସୁପ୍ରିମକୋର୍ଟର 4 ନ୍ୟାୟାଧୀଶ , ସୁପ୍ରିମକୋର୍ଟ ଆଡଭୋକେଟସ ଅନ ରେକର୍ଡ ଆସୋସିଏସନ(SCAORA)ର ବାର , ନୂଆଦିଲ୍ଲୀ ସ୍ଥିତ ଏମ୍ସର ନିର୍ଦ୍ଦେଶକ ରଣଦୀପ ଗୁଲେରିଆ ସହିତ ପ୍ରମୁଖ ଚିକିତ୍ସକଙ୍କ ସହ ଏହି ବୈଠକ ହୋଇଛି ।

SCAORA ନିଜ ବିଜ୍ଞପ୍ତିରେ କହିଛନ୍ତି ଯେ, ଜଷ୍ଟିସ ବୋବଡେ ସୁପ୍ରିମକୋର୍ଟ ବନ୍ଦ କରିବା ସମ୍ଭାବନା ଉପରେ ବାରଣ କରିଛନ୍ତି । ଏହାସହ ସିଜେଆଇ ପକ୍ଷରୁ ବାରକୁ ଅନୁରୋଧ କରାଯାଇଛି ଯେ, ବିଶେଷଜ୍ଞଙ୍କ ପକ୍ଷରୁ ଦିଆଯାଇଥିବା ସୁରକ୍ଷା ବ୍ୟବସ୍ଥାର ଯାଞ୍ଚ କରାଯାଇ ସ୍ବଭାବିକ ଭାବେ କୋର୍ଟ କାର୍ଯ୍ୟ କରାଯାଉ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.