ନୂଆଦିଲ୍ଲୀ: ବହୁ ଚର୍ଚ୍ଚିତ ନାଗରିକତା ସଂଶୋଧନ ବିଲ ରାଜ୍ୟସଭାରେ ବହୁମତରେ ପାରିତ ହୋଇଛି । ଦୀର୍ଘ 6ଘଣ୍ଟାରୁ ଊର୍ଦ୍ଧ୍ବ ସମୟ ଧରି ସରଗରମ ବିତର୍କ ଚାଲିବା ପରେ ଗୃହମନ୍ତ୍ରୀ ଅମିତ ଶାହା ବିରୋଧିଙ୍କ ସମସ୍ତ ପ୍ରଶ୍ନର ଉତ୍ତର ଦେଇଛନ୍ତି ।
ଏହାପରେ ରାଜ୍ୟସଭା ଅଧ୍ୟକ୍ଷ ଏମ ଭେଙ୍କେୟା ନାଇଡୁ ଭୋଟିଂ କରିବା ପାଇଁ ରାଜ୍ୟସଭା ଜେନେରାଲ ସେକ୍ରେଟାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ । ପରେ ଭୋଟ ଗ୍ରହଣ ହୋଇଥିଲା । ମୋଟ 240 ସଦସ୍ୟଙ୍କ ମଧ୍ୟରୁ 230 ଜଣ ସଭ୍ୟ ଗୃହରେ ଉପସ୍ଥିତ ରହି ଭୋଟ ଦାନ କରିଥିଲେ । ଯେଉଁଥିରେ ବିଲ ସପକ୍ଷରେ 125ଟି ଓ ବିପକ୍ଷରେ 105ଟି ଭୋଟ ପଡିଥିଲା । ଫଳରେ ରାଜ୍ୟସଭାରେ ବିଲ ଗୃହୀତ ହୋଇଛି। ଏବେ ଏହି ବିଲକୁ ରାଷ୍ଟ୍ରପତିଙ୍କ ଅନୁମୋଦନ ପାଇଁ ପଠାଯିବ।