ETV Bharat / bharat

ରେକର୍ଡ ଭାଙ୍ଗୁଛି ତାତି: ଚୁରୁ ବିଶ୍ବର 6ଷ୍ଠତମ ଓ ଦେଶର 3ୟ ଉତ୍ତପ୍ତ ସହର - world

ଗୁରୁବାର ରାଜସ୍ଥାନରେ ଚୁରୁ ବିଶ୍ବର ଷଷ୍ଠତମ ତଥା ଦେଶର ତୃତୀୟ ଉତ୍ତପ୍ତ ସହର ତାଲିକାରେ ସ୍ଥାନ ପାଇଛି । ଏଠାରେ ତାପମାତ୍ରା 47.3 ଡିଗ୍ରୀ ସେଲସିୟସ୍‌ ରହିଛି । ରାଜ୍ୟର ବୈକାନେର ଓ ଶ୍ରୀଗଙ୍ଗାନଗର ଦେଶର ସବୁଠାରୁ ଉତ୍ତପ୍ତ ସହରର ତାଲିକାର ଟପ୍‌-15ରେ ନାମ ଦାଖଲ କରିଛନ୍ତି ।

ଫାଇଲ ଫଟୋ
author img

By

Published : May 30, 2019, 7:18 PM IST

ଜୟପୁର: ସାରା ଦେଶରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି । ଅନେକ ରାଜ୍ୟରେ ପାରଦ 45 ଡିଗ୍ରୀ ଉପରେ ରହିଛି । ତତଲା କଡେଇ ପାଲଟିଛି ଦେଶ । ଅତ୍ୟନ୍ତ ଅସହ୍ୟ ତାତି ବଢିବା ସହ ବିଗତ ବର୍ଷ ମାନଙ୍କରେ ରେକର୍ଡ ଭାଙ୍ଗୁଛି ତାପମାତ୍ରା । ପାରଦ ବୃଦ୍ଧି ସହ ବୃଦ୍ଧି ପାଉଛି ଯନ୍ତ୍ରଣା । ଗୁରୁବାର ରାଜସ୍ଥାନରେ ଚୁରୁ ବିଶ୍ବର ଷଷ୍ଠତମ ତଥା ଦେଶର ତୃତୀୟ ଉତ୍ତପ୍ତ ସହର ତାଲିକାରେ ସ୍ଥାନ ପାଇଛି । ଏଠାରେ ତାପମାତ୍ରା 47.3 ଡିଗ୍ରୀ ସେଲସିୟସ୍‌ ରହିଛି । ରାଜ୍ୟର ବୈକାନେର ଓ ଶ୍ରୀଗଙ୍ଗାନଗର ଦେଶର ସବୁଠାରୁ ଉତ୍ତପ୍ତ ସହରର ତାଲିକାର ଟପ୍‌-15ରେ ନାମ ଦାଖଲ କରିଛନ୍ତି ।

ଏଲ ଡୋରେଡା ନାମକ ପାଣିପାଗର ସୂଚନା ଦେଉଥିବା ଓ୍ବେବସାଇଟ୍ ସାରା ବିଶ୍ବର ଉତ୍ତପ୍ତ ଅଞ୍ଚଳର ଏକ ଲିଷ୍ଟ ଜାରି କରିଥିଲା । ଏଥିରେ ଭାରତର ୧୫ଟି ସହରର ନାମ ରହିଛି।

ଲିଷ୍ଟରେ ଦକ୍ଷିଣ ଆଫ୍ରିକାର କେପ୍‌ ସେଣ୍ଟ ଫ୍ରାନ୍ସିସ୍‌(56.8ଡିଗ୍ରୀ), କୁଏତ୍‌ର ମିତ୍‌ ରିୟା(48.6ଡିଗ୍ରୀ)' ପାକିସ୍ତାନର ଜୈକବାବାଦ(48.5ଡିଗ୍ରୀ), ଭାରତର ଚନ୍ଦ୍ରପୁର(48.0 ଡିଗ୍ରୀ), ବ୍ରହ୍ମପୁରୀ(47.5ଡିଗ୍ରୀ), ଚୁରୁ(47.3ଡିଗ୍ରୀ), ବାନ୍ଦା(47.2 ଡିଗ୍ରୀ), ଇରାକର ବସରା ହୁସେନ(47.2), କୁଏତର ଜୌହରା(47.1) ଓ ପାକିସ୍ତାନର ରୌହରୀ(47.1ଡିଗ୍ରୀ) ରହିଛନ୍ତି ।

ସେହିଭଳି ଓଡିଶାରେ ତାତି ଦିନକୁ ଦିନ ଅସହ୍ୟ ହେବାରେ ଲାଗୁଛି । ରାଜ୍ୟର ସର୍ବୋଚ୍ଚ ତାପମାତ୍ରା ୪୫ ଡିଗ୍ରୀ ରେକର୍ଡ କରାଯାଇଛି । ଏଥିସହ ବଲାଙ୍ଗୀର, ସମ୍ବଲପୁର, ଝାରସୁଗୁଡ଼ା, ଭବାନୀପାଟଣା ତାପମାତ୍ରା ବି ୪୩ ଡିଗ୍ରୀ ଟପିଗଲାଣି । ରାଜ୍ୟରେ ଟିଟିଲାଗଡ ସବୁଠାରୁ ଉତ୍ତପ୍ତ ସହର ପାଲଟିଛି ।

Intro:Body:

fsds

Conclusion:

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.