ନୂଆଦିଲ୍ଲୀ: ସାଧାରଣତଃ ରାସ୍ତାରେ ଜନ୍ଦା, ପିମ୍ପୁଡି ଚାଲୁଥିବାର ଆପଣମାନେ ଦେଖିଥିବେ । କେବେ ରାସ୍ତାରେ ବହୁ ସଂଖ୍ୟାରେ କଙ୍କଡା ଚାଲୁଥିବାର ଦେଖିଛନ୍ତି କି । ଏହାର ଉତ୍ତର ନା ହିଁ ହେବ । କିନ୍ତୁ ଅଷ୍ଟ୍ରେଲିଆରେ ଏପରି ଏକ ଆଇଲ୍ୟାଣ୍ଡ ଅଛି, ଯେଉଁଠି ପ୍ରତିଟି ଯାଗାରେ ଆପଣଙ୍କୁ କଙ୍କଡା ହିଁ କଙ୍କଡା ଦେଖାଯିବ । ଏଠାରେ ରାସ୍ତା ଠାରୁ ଆରମ୍ଭ କରି ଘର ପର୍ଯ୍ୟନ୍ତ ପ୍ରତିଟି ଯାଗାରେ କଙ୍କଡା ଚାଲିଥିବେ ।
ତେବେ ଏହି ଆଇଲ୍ୟାଣ୍ଡର ନାମ କ୍ରୀସମସ ଦ୍ବୀପ ଅଟେ । ଯାହା କ୍ବୀନ୍ସଲ୍ୟାଣ୍ଡରେ ଅବସ୍ଥିତ । ଏଠାରେ ପ୍ରତିବର୍ଷ କୋଟି କୋଟି କଙ୍କଡା ରାସ୍ତାରେ ଚାଲୁଥିବାର ଦେଖିବାକୁ ମିଳିବେ । ଏହି କଙ୍କଡା ଘର, ଜଙ୍ଗଲ, ରେସ୍ତୁରା, ବାର , ବସଷ୍ଟପ ପରି ଅନେକ ଯାଗାରେ ଦେଖିବାକୁ ମିଳିବେ ।
ଏହି ନାଲି କଙ୍କଡାଙ୍କ ଯୋଗୁ ରାସ୍ତା ସମ୍ପୂର୍ଣ୍ଣରୂପେ ଲାଲ ଦେଖାଯାଇଥାଏ । ତେବେ ଏଠାରେ ପ୍ରତିବର୍ଷ ହଜାର ହଜାର କଙ୍କଡା ଗାଡି ତଳେ ଚାପିହୋଇ ମରିଥାନ୍ତି । କିନ୍ତୁ କେତେକ ସ୍ଥାନରେ କିଛି ବୋର୍ଡ ମଧ୍ୟ ଲଗାଯାଇଥାଏ । ଯେଉଁଥିରେ ଗାଡି ଧୀରେ ଚଲାନ୍ତୁ ଲେଖାଥାଏ ତ ଆଉ କିଛି ବୋର୍ଡରେ ରାସ୍ତାକୁ ବନ୍ଦ କରାଯାଇଥାଏ ।
ତେବେ ଏହି ଆଇଲ୍ୟାଣ୍ଡଟି 52 ବର୍ଗମିଲିରେ ବ୍ୟାପିଛି । ଯେଉଁଠି 2000 ଲୋକ ବସବାସ କରିଥାନ୍ତି । କିନ୍ତୁ ଏହାକୁ ଦେଖିବା ପାଇଁ ପ୍ରତି ବର୍ଷ ଏଠାକୁ ଅନେକ ସଂଖ୍ୟାରେ ଲୋକେ ଆସିଥାନ୍ତି ।