ETV Bharat / bharat

‘କ୍ରମାଗତ ଆଚରଣ ବିଧି ଉଲଘଂନ କରୁଛନ୍ତି ପିଏମ’

ବିଗତ ଦିନରେ ଓଡିଶାରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ହେଲିକପ୍ଟର ତଲାସୀ ନେବାରୁ ଜଣେ ଆଇଏଏସ ଅଧିକାରୀଙ୍କୁ ନିଲମ୍ବନ କରିଥିଲା ନିର୍ବାଚନ ଆୟୋଗ । ଏହା ଉପରେ କଡା ମନ୍ତବ୍ୟ ଦେଇଛନ୍ତି ପୂର୍ବତନ ନିର୍ବାଚନ କମିଶନର ଏସୱାଇ କୁରେସୀ ।

author img

By

Published : Apr 19, 2019, 11:15 PM IST

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ

ନୂଆଦିଲ୍ଲୀ: ନିର୍ବାଚନ ବେଳେ ପ୍ରଧାନମନ୍ତ୍ରୀଙ୍କ ହେଲିକପ୍ଟରର ତଦନ୍ତ ହେବା ଘଟଣାକୁ ନେଇ ବର୍ତ୍ତମାନ ଦେଶରେ ଚର୍ଚ୍ଚା ଜୋର ଧରିଛି । କାରଣ ବିଗତ ଦିନରେ ଓଡିଶାରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ହେଲିକାପ୍ଟର ତଲାସୀ ନେବାରୁ ଜଣେ ଆଇଏଏସ ଅଧିକାରୀଙ୍କୁ ନିଲମ୍ବନ କରିଥିଲା ନିର୍ବାଚନ ଆୟୋଗ । ଏହା ଉପରେ କଡା ମନ୍ତବ୍ୟ ଦେଇଛନ୍ତି ପୂର୍ବତନ ନିର୍ବାଚନ କମିଶନର ଏସୱାଇ କୁରେସୀ ।

ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କିରିବା ଦୁର୍ଭାଗ୍ୟପୂର୍ଣ୍ଣ ଥିଲା । ଆମେ ସାମ୍ବିଧାନିକ ସଂସ୍ଥାଗୁଡିକର ଛବି ସୁଧାରିବାର ସୁଯୋଗ ହାତ ଛଡା କରିଦେଇଛୁ ବୋଲି କୁରେସୀ କହିଛନ୍ତି । ଉକ୍ତ ଦୁଇ ସଂସ୍ଥା ଜନତାଙ୍କ ପ୍ରତି ଉତ୍ତରଦାୟୀ ରୁହନ୍ତି । ପିଏମ ମୋଦି କ୍ରମାଗତ ନିର୍ବାଚନୀ ଆଚରଣ ବିଧିର ଉଲଘଂନ କରି ଆସୁଛନ୍ତି । ଅନ୍ୟପକ୍ଷେ ନିର୍ବାଚନ ଆୟୋଗ ପ୍ରତିଥର ଏହାକୁ ଅଣଦେଖା କରି ଆସୁଛି ।

ଆଇନ ସମସ୍ତଙ୍କ ପାଇଁ ସମାନ ହେବା ଆବଶ୍ୟକ । ସେ ପ୍ରଧାନମନ୍ତ୍ରୀ ହୁଅନ୍ତୁ ବା ସାଧାରଣ ନାଗରିକ । ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କଥାକୁ ଉଲ୍ଲେଖ କରି କହିଛନ୍ତି ଯେ ତାଙ୍କ ହେଲିକାପ୍ଟରକୁ ନିର୍ବାଚନ ଆୟୋଗର ଟିମ ତଲାସୀ କରିଛି । କିନ୍ତୁ ସେ ଏହାକୁ ସମ୍ମାନ ଜଣାଇଥିଲେ । ଏହାକୁ କହନ୍ତି ପ୍ରକୃତ ରାଜନେତା ଓ ଆମକୁ ଏପରି ରାଜନେତାଙ୍କ ଆବଶ୍ୟକତା ରହିଛି ବୋଲି କୁରେସୀ କହିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.