ETV Bharat / bharat

ଚାଇନିଜ ଆପ୍ ଜୁମ ବ୍ୟବହାରରେ ରୋକ ଲଗାଇଲା ଉତ୍ତରାଖଣ୍ଡ ପୋଲିସ

ପୂର୍ବ ଲଦାଖରେ ବାସ୍ତବିକ ନିୟନ୍ତ୍ରଣ ରେଖା(ଏଲଏସି)ରେ ଭାରତ ଏବଂ ଚୀନ ସେନା ମଧ୍ୟରେ ହୋଇଥିବା ହିଂସାତ୍ମକ ସଂଘର୍ଷରେ ଭାରତର କର୍ଣ୍ଣେଲଙ୍କ ସମେତ 20 ଜଣ ଯବାନ ଶହୀଦ ହୋଇଛନ୍ତି । ଏମିତି ସ୍ଥିତିରେ ସରକାରୀ କାର୍ଯ୍ୟ ଏବଂ ଅଧିକାରୀ କର୍ମଚାରୀମାନେ ବୈଠକ ପାଇଁ ବ୍ୟବହାର କରୁଥିବା ଚୀନର ଜୁମ ଆପକୁ ସୁରକ୍ଷା କାରଣରୁ ସମ୍ପୂର୍ଣ୍ଣ ଭାବେ ପ୍ରତିବନ୍ଧକ ଲଗାଯାଇଛି । ଉତ୍ତରାଖଣ୍ଡ ପୋଲିସର ସମସ୍ତ ୟୁନିଟରେ ମଧ୍ୟ ଏହି ଆପର ବ୍ୟବହାର ଉପରେ କଡା ପ୍ରତିବନ୍ଧକ ଲଗାଇଛି ।

author img

By

Published : Jun 19, 2020, 7:56 PM IST

chinese zoom app completely banned in uttarakhand police department
ଚାଇନିଜ ଆପ୍ ଜୁମ ବ୍ୟବହାର ଉପରେ ରୋକ ଲଗାଇଲା ଉତ୍ତରାଖଣ୍ଡ ପୋଲିସ

ଡେରାଡୁନ: ପୂର୍ବ ଲଦାଖରେ ବାସ୍ତବିକ ନିୟନ୍ତ୍ରଣ ରେଖା(ଏଲଏସି)ରେ ଭାରତ ଏବଂ ଚୀନ ସେନା ମଧ୍ୟରେ ହୋଇଥିବା ହିଂସାତ୍ମକ ସଂଘର୍ଷରେ ଭାରତର କର୍ଣ୍ଣେଲଙ୍କ ସମେତ 20 ଜଣ ଯବାନ ଶହୀଦ ହୋଇଛନ୍ତି । ଏହା ପରେ ଚୀନ୍ ବିରୋଧରେ ଲୋକଙ୍କ ମଧ୍ୟରେ ଅକ୍ରୋଶ ଦେଖିବାକୁ ମିଳୁଛି । ସରକାରଙ୍କଠୁ ଆରମ୍ଭ କରି ସାଧାରଣ ଜନତା ପର୍ଯ୍ୟନ୍ତ ସମସ୍ତ ଚୀନ ସାମଗ୍ରୀକୁ ବହିଷ୍କାର କରୁଛନ୍ତି । ଏମିତି ସ୍ଥିତିରେ ସରକାରୀ କାର୍ଯ୍ୟ ଏବଂ ଅଧିକାରୀ କର୍ମଚାରୀମାନେ ବୈଠକ ପାଇଁ ବ୍ୟବହାର କରୁଥିବା ଚୀନର ଜୁମ ଆପକୁ ସୁରକ୍ଷା କାରଣରୁ ସମ୍ପୂର୍ଣ୍ଣ ଭାବେ ପ୍ରତିବନ୍ଧକ ଲଗାଯାଇଛି ।

ସୂଚନାଯୋଗ୍ୟ, ଏପ୍ରିଲ 16ରେ ଜୁମ ଆପର ବ୍ୟବହାରରେ ପ୍ରତିବନ୍ଧକ ଲଗାଇବାକୁ ଗୃହ ମନ୍ତ୍ରାଳୟ ଦ୍ବାରା ଏକ ଗାଇଡଲାଇନ ଜାରି କରାଯାଇଥିଲା । କିନ୍ତୁ ବର୍ତ୍ତମାନ ଚୀନ ସହିତ ବଢୁଥିବା ତିକ୍ତତାକୁ ଦୃଷ୍ଟିରେ ରଖି ଉତ୍ତରାଖଣ୍ଡ ପୋଲିସର ସମସ୍ତ ୟୁନିଟରେ ଏହାକୁ କଡାକଡି ଭାବେ ପାଳନ କରାଯାଉଛି ।

ମିଳିଥିବା ସୂଚନାନୁସାରେ, ଭାରତରେ 52ରୁ ଅଧିକ ଚାଇନିଜ ଆପର ବ୍ୟବହାର କରାଯାଉଛି । ବର୍ତ୍ତମାନ ସ୍ଥିତିରେ ଉଭୟ ସରକାରୀ ଓ ବେସରକାରୀ କର୍ମଚାରୀ, ସ୍କୁଲ ଏବଂ କଲେଜଗୁଡ଼ିକରେ ଅନଲାଇନ ମିଟିଂ ପାଇଁ ଜୁମ୍ ଆପର ବ୍ୟବହାର କରାଯାଉଛି । ଭାରତୀୟଙ୍କ ଦ୍ବାରା ଏହି ଆପର ବ୍ୟବହାର କରିବା ଫଳରେ ଚୀନ ଘରେ ବସି ସମସ୍ତ ସୂଚନା ପାଇପାରୁଛି । ତେବେ ଦେଶର ସୁରକ୍ଷା ବ୍ୟବସ୍ଥା ଏବଂ ଅନ୍ୟାନ୍ୟ ସୂଚନା ଲିକ ନହେବା ପାଇଁ ଭାରତ ସରକାରଙ୍କ ଗୃହ ମନ୍ତ୍ରଣାଳୟ ସମସ୍ତ ଅଧିକାରୀଙ୍କୁ ଏହି ମିଟିଂ ଆପର ବ୍ୟବହାର ଉପରେ ପ୍ରତିବନ୍ଧକ ଲଗାଇଛନ୍ତି । ଏଥିସହ ସାଧାରଣ ଜନତାଙ୍କୁ ମଧ୍ୟ ଚାଇନିଜ ଆପର ବ୍ୟବହାର ନକରିବାକୁ ଅପିଲ୍ କରିଛନ୍ତି ।

ଅପରପକ୍ଷେ ଏହି ମାମଲାରେ ଉତ୍ତରାଖଣ୍ଡ ପୋଲିସ୍ ମହାନିର୍ଦ୍ଦେଶକ ଅଶୋକ କୁମାର କହିଛନ୍ତି ଯେ, ଜୁମ୍ ଆପ ସମ୍ପର୍କରେ ଗୃହ ମନ୍ତ୍ରଣାଳୟ ଏପ୍ରିଲ 16, 2020 ରେ ଏକ ଗାଇଡଲାଇନ୍ ଜାରି କରିଥିଲେ । ଜାରି କରାଯାଇଥିବା ଗାଇଡଲାଇନ ଅନୁଯାୟୀ, ବର୍ତ୍ତମାନ ଜୁମ୍ ଆପ୍ ଉତ୍ତରାଖଣ୍ଡ ସରକାର ବିଭାଗ ସହ ପୋଲିସ ବିଭାଗର ବୈଠକରେ ଏହି ଆପ୍ ବ୍ୟବହାର କରାଯାଉନାହିଁ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.