ETV Bharat / bharat

ଦରିଆ ପାରିରୁ ଆସୁଛି ଶୁଭେଚ୍ଛା

ବିଜେପିର ଟ୍ରେଣ୍ଡିଂକୁ ନେଇ ବିଦେଶରୁ ଶୁଭେଚ୍ଛାର ସୁଅ ଛୁଟୁଛି । ବିଜେପିର ବିଜୟକୁ ନେଇ ଚୀନ ରାଷ୍ଟ୍ରପତି ଏଚ୍.ଇ.ଏକ୍ସ ଜିନପିଙ୍ଗ ଖୁସି ଜାହିର କରିଛନ୍ତି । ଏହାସହ ଜାପାନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେ ଓ ରଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଫୋନ ଦ୍ବାରା ମୋଦିଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।

author img

By

Published : May 23, 2019, 4:06 PM IST

Updated : May 23, 2019, 4:12 PM IST

ଫାଇଲ ଫଟୋ

ନୂଆଦିଲ୍ଲୀ: ଭୋଟ ଗଣତି ଚାଲିଥିବା ବେଳେ ବିଜେପିର ଟ୍ରେଣ୍ଡିଂକୁ ନେଇ ବିଦେଶରୁ ଶୁଭେଚ୍ଛାର ସୁଅ ଛୁଟୁଛି । ବିଜେପିର ବିଜୟକୁ ନେଇ ଚୀନ ରାଷ୍ଟ୍ରପତି ଏଚ୍ ଇ ଏକ୍ସ ଜିନପିଙ୍ଗ ଖୁସି ଜାହିର କରିଛନ୍ତି । ଏହାସହ ଏକ ଚିଠି ମାଧ୍ୟମରେ ସେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ତାଙ୍କର ବିଜୟ ପାଇଁ ଶୁଭେଚ୍ଛା ଜଣାଇଛନ୍ତି ।

ତେବେ ସେ ଏହି ପତ୍ରରେ ବହୁ ଗୁରୁତ୍ବପୂର୍ଣ୍ଣ କଥା ଉଲ୍ଲେଖ କରିଛନ୍ତି । ପ୍ରଥମତଃ ଭାରତ ଓ ଚୀନ ସମ୍ପର୍କକୁ ସେ ମଜଭୁତ କରାଇବାକୁ ଚାହୁଁଛନ୍ତି । ଏହାସହ ମୋଦିଙ୍କ ଭଳି ଜଣେ ବହୁମୁଖୀ ପ୍ରତିଭାବାନ ପ୍ରଧାନମନ୍ତ୍ରୀଙ୍କ ସହ ଆଗାମୀ ଦିନରେ କାର୍ଯ୍ୟ କରିବାକୁ ବହୁତ ଆଗ୍ରହୀ ଅଛନ୍ତି । କାରଣ ତାଙ୍କର ଏହି ସମ୍ପର୍କ ଉଭୟ ଦେଶକୁ ଉନ୍ନତିର ଶିଖର ଦେଶରେ ପହଞ୍ଚାଇବ ।

ଏହା ପରେ ଜାପାନ ଓ ରଷିଆରୁ ମଧ୍ୟ ମୋଦିଙ୍କ ପାଇଁ ଶୁଭେଚ୍ଛାର ବାର୍ତ୍ତା ଆସିଛି । ଜାପାନ ପ୍ରଧାନମନ୍ତ୍ରୀ ସିନଜୋ ଆବେ ଓ ରଷିଆ ରାଷ୍ଟ୍ରପତି ଭ୍ଲାଦମିର ଫୁଟିନ ଫୋନ ଦ୍ବାରା ମୋଦିଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।

Last Updated : May 23, 2019, 4:12 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.