ନୂଆଦିଲ୍ଲୀ: ଗଲା କିଛି ଦିନ ମଧ୍ୟରେ ଭାରତ ଚୀନ ସେନାରେ ତିକ୍ତତା ବୃଦ୍ଧି ପାଇବାରେ ଲାଗିଛି ।ଗତ ମାସରେ ହିମାଚଳ ପ୍ରଦେଶରେ ଚୀନର ହେଲିକପ୍ଟର ଦୁଇଥର ଭାରତୀୟ ବାୟୁସେନାର ଉଲ୍ଲଂଘନ କରିଥିଲା । ଅଧିକାରୀମାନେ ରବିବାର ଏହା ପ୍ରକାଶ କରିଛନ୍ତି।
ଗଣମାଧ୍ୟମକୁ ସୂଚନା ଦେଇ ଅଧିକାରୀ କହିଛନ୍ତି, ସେ କହିଛନ୍ତି ଯେ ପ୍ରଥମ ଆକ୍ରମଣ 11 ଏପ୍ରିଲରେ ଏବଂ ଦ୍ବିତୀୟଟି 20 ଏପ୍ରିଲରେ ହୋଇଥିଲା । ଉଭୟ ଘଟଣାରେ ସ୍ପିତି ସବଡିଭିଜନର ସୁମଦୋହ ନିକଟରେ ଅନ୍ତର୍ଜାତୀୟ ସୀମାର ଭାରତୀୟ ପାର୍ଶ୍ବରେ ଏକ ଚୀନର ହେଲିକପ୍ଟର ଉଡୁଥିବା ଦେଖିବାକୁ ମିଳିଥିଲା ।
ସୁମୋଦହ କିନ୍ନୌର ଏବଂ ଲାହୈଲ-ସ୍ପିତୀ ଜିଲ୍ଲା ସୀମାରେ ଅବସ୍ଥିତ । ସୁମୋଦହ ଇଲାକାରେ ଇଣ୍ଡୋ-ତିବ୍ଦତୀୟ ସୀମା ପୋଲିସ (ଆଇଟିବିପି) କର୍ମଚାରୀ ନିୟୋଜିତ ହୋଇଛନ୍ତି । ହିମାଚଳ ପ୍ରଦେଶ ସୀମା ଚୀନ୍ ସହିତ ସୀମାବଦ୍ଧ । ଏହି ସୀମୀରେ ଚୀନ ସାମଗ୍ରୀ ଚୋରା ଚାଲାଣ ହେଉଛି । ଏହାପୂର୍ବରୁ, ସିକ୍କିମରେ ଭାରତୀୟ ସେନା ସହ ସଂଘର୍ଷ ପରେ ଚୀନ୍ ଲାଇନ୍ ଅଫ୍ ଆକ୍ଚୁଆଲ କଣ୍ଟ୍ରୋଲ୍ ଚାରିପାଖରେ ସାମରିକ କାର୍ଯ୍ୟକଳାପକୁ ଜୋରଦାର କରିଛି।
କିଛିଦିନ ତଳେ ଉତ୍ତର ସିକିମ୍ର ନାକୁ ଲା ସେକ୍ଟରରେ ଭାରତ ଏବଂ ଚୀନ୍ ସେନା ମୁହାଁମୁହିଁ ହୋଇଥିଲେ । ଉତ୍ତର ସିକିମ୍ର ନାକୁ ଲା ସେକ୍ଟରରେ ମୁଥ ମରାମରି, ପଥରଫିଙ୍ଗାରେ ୧୧ ସୈନିକ ଆହତ ହୋଇଥିଲେ ।