ETV Bharat / bharat

ଜବାବ ଦେଲା ଭାରତ: ଦ୍ବିପାକ୍ଷିକ ଚୁକ୍ତି ଓ ବାସ୍ତବ ନିୟନ୍ତ୍ରଣ ରେଖାରେ ପ୍ରୋଟୋକଲ ଉଲ୍ଲଙ୍ଘନ କରୁଛି ଚୀନ

author img

By

Published : Sep 2, 2020, 1:43 PM IST

ଦୁଇ ଦେଶର ସୀମାରେ ଶାନ୍ତି ଓ ସ୍ଥିରତା ବଜାୟ ରଖିବା ଲାଗି ଉଭୟ ପକ୍ଷ ମଧ୍ୟରେ ସମ୍ପାଦିତ ଦ୍ବିପାକ୍ଷିକ ବୁଝାମଣା ଏବଂ ଆଚରଣ ପ୍ରଥାକୁ ବେଜିଂ ଉଲ୍ଲଙ୍ଘନ କରୁଥିବା ଦେଶିକ ବ୍ୟାପାର ମନ୍ତ୍ରାଳୟ କହିଛି। ଅଧିକ ପଢନ୍ତୁ...

ଜବାବ ଦେଲା ଭାରତ: ଦ୍ବିପାକ୍ଷିକ ଚୁକ୍ତି ଓ ବାସ୍ତବ ନିୟନ୍ତ୍ରଣ ରେଖାରେ ପ୍ରୋଟୋକଲ ଉଲ୍ଲଙ୍ଘନ କରୁଛି ଚୀନ
ଜବାବ ଦେଲା ଭାରତ: ଦ୍ବିପାକ୍ଷିକ ଚୁକ୍ତି ଓ ବାସ୍ତବ ନିୟନ୍ତ୍ରଣ ରେଖାରେ ପ୍ରୋଟୋକଲ ଉଲ୍ଲଙ୍ଘନ କରୁଛି ଚୀନ

ନୂଆଦିଲ୍ଲୀ: ପୂର୍ବ ଲଦାଖର ପାଙ୍ଗଙ୍ଗ ସୋ ହ୍ରଦ ନିକଟ ବାସ୍ତବ ନିୟନ୍ତ୍ରଣ ରେଖା (LAC) ସଂଲଗ୍ନ ଭାରତୀୟ ଅଞ୍ଚଳ ଭିତରକୁ ଚୀନ ସେନା, ପିପୁଲସ ଲିବରେସନ ଆର୍ମି (PLA) ର ଅନୁପ୍ରବେଶ ଉଦ୍ୟମକୁ ଭାରତୀୟ ସେନା ପଣ୍ଡ କରିଦେଇଥିବା ସମ୍ପର୍କରେ ଭାରତୀୟ ସେନାବାହିନୀ ପକ୍ଷରୁ ଜାରି ବିବୃତି ପରିପ୍ରେକ୍ଷୀରେ ଚୀନ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଥିବା ବେଳେ, ପ୍ରତ୍ୟୁତ୍ତରରେ ମଙ୍ଗଳବାର ଦିନ ବୈଦେଶିକ ବ୍ୟାପାର ମନ୍ତ୍ରାଳୟ ପକ୍ଷରୁ ପୁଣି କୁହାଯାଇଛି ଯେ ଦୁଇ ଦେଶର ସୀମାରେ ଶାନ୍ତି ଓ ସ୍ଥିରତା ବଜାୟ ରଖିବା ଲାଗି ଉଭୟ ପକ୍ଷ ମଧ୍ୟରେ ସମ୍ପାଦିତ ଦ୍ବିପାକ୍ଷିକ ବୁଝାମଣା ଏବଂ ଆଚରଣ ପ୍ରଥାକୁ ବେଜିଂ ଉଲ୍ଲଙ୍ଘନ କରୁଛି ।

ଏ ସଂକ୍ରାନ୍ତରେ ଜାରି ଏକ ବିବୃତିରେ ମନ୍ତ୍ରାଳୟର ମୁଖପାତ୍ର ଅନୁରାଗ ଶ୍ରୀବାସ୍ତବ କହିଛନ୍ତି ଯେ, ଅଗଷ୍ଟ 29-30 ତାରିଖ ବିଳମ୍ବିତ ରାତିରେ “ପାଙ୍ଗଙ୍ଗ ହ୍ରଦର ଦକ୍ଷିଣ ତଟବର୍ତ୍ତୀ ଅଞ୍ଚଳରେ ସ୍ଥିତାବସ୍ଥା ପରିବର୍ତ୍ତନ ନିମନ୍ତେ ଉଦ୍ୟମ” କରିବାକୁ ଯାଇ ଚୀନ “ଉସୁକାଇବା ଭଳି ଢଙ୍ଗରେ ସାମରିକ କସରତ” ଆରମ୍ଭ କରିଥିଲା ।

ଶ୍ରୀବାସ୍ତବ କହିଲେ, “ଯେମିତି କି ଗତକାଲି ଭାରତୀୟ ସେନା ପକ୍ଷରୁ କୁହାଯାଇଥିଲା, ଦେଶର ସ୍ବାର୍ଥ ଏବଂ ଆଞ୍ଚଳିକ ସଂହତିର ସୁରକ୍ଷା ନିମନ୍ତେ ଭାରତ ପକ୍ଷରୁ ଏହି ଉତ୍ତେଜନା ସୃଷ୍ଟିକାରୀ କାର୍ଯ୍ୟକଳାପର ପ୍ରତ୍ୟୁତ୍ତର ପ୍ରଦାନ କରାଯାଇ ବାସ୍ତବ ନିୟନ୍ତ୍ରଣ ରେଖା ଅଞ୍ଚଳରେ ସମୁଚିତ ପ୍ରତିରକ୍ଷାମୂଳକ ପଦକ୍ଷେପ ନିଆଯାଇଛି ।”

“ଅଧିକନ୍ତୁ, ଗତକାଲି, ଅଗଷ୍ଟ 31 ତାରିଖ ଦିନ, ଉତ୍ତେଜନା ପ୍ରଶମିତ କରାଇବା ଲାଗି ଉଭୟ ପକ୍ଷର ସେନା କମାଣ୍ଡରଙ୍କ ମଧ୍ୟରେ ବୈଠକ ଚାଲିଥିବା ସମୟରେ ବି ଚୀନ ସେନା ପୁଣି ଉସୁକାଇବା ଭଳି କାର୍ଯ୍ୟ କରିଥିଲା । ଭାରତୀୟ ସେନା ଠିକ ସମୟରେ ପ୍ରତିରକ୍ଷାମୂଳକ କାର୍ଯ୍ୟାନୁଷ୍ଠାନ ସହିତ ଏକପାଖିଆ ଭାବେ ସ୍ଥିତାବସ୍ଥା ପରିବର୍ତ୍ତନ ଲାଗି ଚୀନର ଉଦ୍ୟମକୁ ପ୍ରତିହତ କରିବାରେ ସକ୍ଷମ ହୋଇଥିଲା”।

ନୂଆଦିଲ୍ଲୀ ସ୍ଥିତ ଚୀନ ଦୂତାବାସର ମୁଖପାତ୍ର ଜି ରୋଂଙ୍କ ଅଭିଯୋଗ ମୂଳକ ବିବୃତି ପ୍ରଦାନ ପରେ ବୈଦେଶିକ ବ୍ୟାପାର ମନ୍ତ୍ରାଳୟ ପକ୍ଷରୁ ଏହି ମନ୍ତବ୍ୟ ଦିଆଯାଇଛି । ରୋଂ ଅଭିଯୋଗ କରିଥିଲେ, “ପୂର୍ବରୁ ଚୀନ ଓ ଭାରତ ମଧ୍ୟରେ ଅନୁଷ୍ଠିତ ବହୁସ୍ତରୀୟ ଆଲୋଚନା ଓ ବୁଝାମଣାରେ ଉଭୟ ପକ୍ଷର ସମ୍ମତିକୁ ଭାରତୀୟ ସେନା ପକ୍ଷରୁ ଉଲ୍ଲଂଘନ କରାଯାଇଛି ଏବଂ ବାସ୍ତବ ନିୟନ୍ତ୍ରଣ ରେଖା ଅଞ୍ଚଳର ପାଙ୍ଗଙ୍ଗ ସୋ ହ୍ରଦର ଦକ୍ଷିଣ ତଟବର୍ତ୍ତୀ ଏବଂ ରେଗିନ ପାର୍ବତ୍ୟ ଘାଟି ନିକଟରେ, ଚୀନ-ଭାରତ ସୀମାର ପଶ୍ଚିମ ସେକ୍‌ଟରରେ ଭାରତୀୟ ସେନା ଅନୁପ୍ରବେଶ କରିଛି ଏବଂ ଖୋଲାଖୋଲି ଭାବେ ଉସୁକାଇବା ଭଳି କାର୍ଯ୍ୟ କରିଥିବାରୁ ସୀମାବର୍ତ୍ତୀ ଅଞ୍ଚଳରେ ପୁଣି ଉତ୍ତେଜନା ଦେଖାଦେଇଛି”।

“ଭାରତର ପଦକ୍ଷେପ ଦ୍ବାରା ଚୀନର କ୍ଷେତ୍ରୀୟ ସାର୍ବଭୌମତ୍ବର ସଂପୂର୍ଣ୍ଣ ଉଲ୍ଲଙ୍ଘନ କରାଯାଇଛି, ଉଭୟ ଦେଶ ମଧ୍ୟରେ ସମ୍ପାଦିତ ପ୍ରାସଙ୍ଗିକ ବୁଝାମଣା, ଆଚରଣ ପ୍ରଥା ଏବଂ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗରେ ସମ୍ମତିର ଉଲ୍ଲଙ୍ଘନ କରାଯାଇଛି, ଚୀନ ଓ ଭାରତ ସୀମାବର୍ତ୍ତୀ ଅଞ୍ଚଳରେ ଶାନ୍ତି ଓ ସ୍ଥିରତା ସ୍ଥାପନର ଧାରା କ୍ଷତିଗ୍ରସ୍ତ ହୋଇଛି। ଭାରତ ଯାହା କରିଛି, ତାହା ବାସ୍ତବ ପରିସ୍ଥିତିକୁ ଶାନ୍ତ ଓ ସୁଗମ କରିବା ଦିଗରେ ଉଭୟ ପକ୍ଷରୁ ହୋଇଆସୁଥିବା ଉଦ୍ୟମର ପରିପନ୍ଥୀ ଏବଂ ଚୀନ ଏହାର ଦୃଢ଼ ବିରୋଧ କରୁଛି”।

ସୋମବାର ଦିନ, ଭାରତୀୟ ସେନା ପକ୍ଷରୁ ଜାରି ଏକ ବିବୃତ୍ତିରେ କୁହାଯାଇଥିଲା ଯେ, ପୂର୍ବ ଲଦାଖରେ ଲାଗି ରହିଥିବା ମୁହାଁମୁହିଁ ସ୍ଥିତିର ଅବସାନ ଦିଗରେ ପୂର୍ବରୁ ସାମରିକ ଓ କୂଟନୈତିକ ଆଲୋଚନା ସମୟରେ ଉଭୟ ପକ୍ଷର ସମ୍ମତିକୁ ଚୀନ ସେନା ଉଲ୍ଲଙ୍ଘନ କରିଛି ଏବଂ ସ୍ଥିତାବସ୍ଥା ପରିବର୍ତ୍ତନ ନିମନ୍ତେ ଉତ୍ତେଜନା ସୃଷ୍ଟି କରିବା ଭଳି ସାମରିକ ପଦକ୍ଷେପ ଗ୍ରହଣ କରିଛି ।

ସେନାର ଏହି ବିବୃତ୍ତିରେ କୁହାଯାଇଛି, “ପାଙ୍ଗଙ୍ଗ ସୋ ହ୍ରଦର ଦକ୍ଷିଣ ତଟରେ ଚୀନ ସେନାର ଏହି କାର୍ଯ୍ୟକଳାପକୁ ଭାରତୀୟ ସେନା ପ୍ରତିହତ କରିଛି, ବାସ୍ତବ କ୍ଷେତ୍ରରେ ଏକପାଖିଆ ଭାବେ ସ୍ଥିତି ପରିବର୍ତ୍ତନ ସକାଶେ ଚୀନର ଉଦ୍ଦେଶ୍ୟ ପଣ୍ଡ କରିବା ସହିତ ଆମର ସ୍ଥିତି ମଜଭୁତ କରିବା ଦିଗରେ ପଦକ୍ଷେପ ଗ୍ରହଣ କରିଛି । କଥାବାର୍ତ୍ତା ଜରିଆରେ ଶାନ୍ତି ଓ ସ୍ଥିରତା ବଜାୟ ରଖିବା ଲାଗି ଭାରତୀୟ ସେନା ଅଙ୍ଗୀକାରବଦ୍ଧ, କିନ୍ତୁ ଭାରତର କ୍ଷେତ୍ରୀୟ ସଂହତିର ସୁରକ୍ଷା ନିମନ୍ତେ ମଧ୍ୟ ସମଭାବରେ ବଦ୍ଧପରିକର”।

ଏ ବର୍ଷ ଜୁନ ମାସରେ ଲଦାଖର ଗଲୱାନ ଉପତ୍ୟକାରେ ରକ୍ତାକ୍ତ ସଂଘର୍ଷ ଘଟି, 45 ବର୍ଷରେ ପ୍ରଥମ ଥର ପାଇଁ ବାସ୍ତବ ନିୟନ୍ତ୍ରଣ ରେଖା ଅଞ୍ଚଳରେ ଉଭୟ ପକ୍ଷ ସେନାର ଜୀବନହାନି ପରେ ସେଠାରେ ଉତ୍ତେଜନା ପ୍ରଶମିତ କରିବା ପାଇଁ ଭାରତ ଓ ଚୀନ ମଧ୍ୟରେ ଅନୁଷ୍ଠିତ ଆଲୋଚନାରେ ପ୍ରକାଶ ପାଇଥିବା ସମ୍ମତିକୁ ଚୀନ ସେନା ଉଲ୍ଲଙ୍ଘନ କରିଥିବାରୁ ପୁଣି ସାନି ଉତ୍ତେଜନା ସୃଷ୍ଟି ହୋଇଛି ।

ମଙ୍ଗଳବାର ଦିନ ବେଜିଂରେ ଗଣମାଧ୍ୟମକୁ ସେ ଦେଇଥିବା ନିୟମିତ ସୂଚନାରେ ଚୀନ ବୈଦେଶିକ ବିଭାଗ ମୁଖପାତ୍ର ହୁଆ ଚୁନିଂ ଅଭିଯୋଗ କରିଛନ୍ତି ଯେ, ପାଙ୍ଗଙ୍ଗ ସୋ ହ୍ରଦର ଦକ୍ଷିଣ ତଟ ଏବଂ ରେଗିନ ପର୍ବତ ଅଞ୍ଚଳରେ ଭାରତୀୟ ସେନା ବେଆଇନ ଭାବେ ବାସ୍ତବ ନିୟନ୍ତ୍ରଣ ରେଖା ଅତିକ୍ରମ କରିଛନ୍ତି । ହୁଆ କହିଲେ, “ଭାରତ ପକ୍ଷରୁ ଉସୁକାଇବା ଭଳି କାର୍ଯ୍ୟକଳାପ ବନ୍ଦ କରାଯାଉ ଏବଂ ବାସ୍ତବ ନିୟନ୍ତ୍ରଣ ରେଖା ଅତିକ୍ରମ କରିଥିବା ସେନାକୁ ପ୍ରତ୍ୟାହାର କରାଯାଉ ଏବଂ ପରିସ୍ଥିତିକୁ ଜଟିଳ ଓ ଉତ୍ତେଜନାପୂର୍ଣ୍ଣ କରିବାର ସମ୍ଭାବନା ରହିଥିବା ଯେ କୌଣସି କାର୍ଯ୍ୟକଳାପକୁ ତୁରନ୍ତ ବନ୍ଦ କରାଯାଉ ବୋଲି ଚୀନ ଦାବି କରୁଛି”।

ମଙ୍ଗଳବାର ଦିନ ହିଁ, ଚୀନର ପ୍ରଭାବଶାଳୀ ତଥା ସରକାରଙ୍କ ଦ୍ବାରା ଅନୁବନ୍ଧିତ ଇଂରାଜୀ ଦୈନିକ ‘ଗ୍ଲୋବାଲ ଟାଇମସ’ରେ ପ୍ରକାଶିତ “ଭାରତର ସୁବିଧାବାଦୀ ପଦକ୍ଷେପ ବିରୋଧରେ ଚୀନ ସଂକଳ୍ପବଦ୍ଧ ପ୍ରତିଆକ୍ରମଣ କରିବା ଆବଶ୍ୟକ” ଶୀର୍ଷକ ଏକ ସଂପାଦକୀୟରେ କୁହାଯାଇଛି ଯେ ଭାରତ “ଚୀନର କ୍ଷେତ୍ରୀୟ ସାର୍ବଭୌମତ୍ବରେ ଅନୁପ୍ରବେଶ କରିବା ଲାଗି ଖୋଲାଖୋଲି ଭାବରେ ପ୍ରରୋଚକ ପଦକ୍ଷେପ ନେଇଛି ଏବଂ ଚୀନ-ଭାରତ ସୀମା ଅଞ୍ଚଳରେ ଶାନ୍ତି ଓ ସ୍ଥିରତାକୁ ବିପନ୍ନ କରିଛି”।

ଚୀନ-ଭାରତ ସୀମାବର୍ତ୍ତୀ ଅଞ୍ଚଳରେ ସାମରିକ ସଂଘର୍ଷ ଲାଗି ଚୀନ ପ୍ରସ୍ତୁତ ହେବା ଆବଶ୍ୟକ ବୋଲି ଏଥିରେ ଦର୍ଶାଯାଇଥିବା ବେଲେ ଶାନ୍ତିପୂର୍ଣ୍ଣ ଉପାୟରେ ଉଭୟ ପକ୍ଷ ମଧ୍ୟରେ ଲାଗି ରହିଥିବା ବିବାଦୀୟ ସ୍ଥିତିର ସମାଧାନ ନିମନ୍ତେ ଆହ୍ବାନ ଦିଆଯାଇଛି । ଏହି ସଂପାଦକୀୟ ଲେଖାରେ ଦର୍ଶାଯାଇଛି, “ଚୀନର ବାସ୍ତବ ସୀମାରେଖା ଉପରେ ଭାରତ ଜବରଦସ୍ତି ସଂକଟ ସୃଷ୍ଟି କରୁଥିବା ବେଳେ ଚୀନ କୋହଳ ମନୋଭାବ ପୋଷଣ କରିବା କଥା ନୁହେଁ । ଆବଶ୍ୟକ ହେଲେ ଚୀନ ସାମରିକ କାର୍ଯ୍ୟାନୁଷ୍ଠାନ ନେବା ସହିତ ନିଜର ବିଜୟ ସାମର୍ଥ୍ୟ ପ୍ରତିପାଦିତ କରିବା ଦରକାର”।

“ଚୀନ ଭାରତ ତୁଳନାରେ ବହୁଗୁଣରେ ଶକ୍ତିଶାଳୀ ଏବଂ ଭାରତ ଚୀନ ସହ ତୁଳନୀୟ ନୁହେଁ” ବୋଲି ଉଲ୍ଲେଖ କରିବା ସହିତ ଏଥିରେ ଆହୁରି କୁହାଯାଇଛି, “ଆମେରିକା ଭଳି ଅନ୍ୟାନ୍ୟ ଶକ୍ତି ସହ ହାତ ମିଳାଇ ଚୀନର ମୁକାବିଲା କରିପାରିବ ବୋଲି ଭାରତ ଯେଉଁ ଭ୍ରମରେ ରହିଛି ତାହାକୁ ଆମେ ଦୂର କରିଦେବା ଆବଶ୍ୟକ । ଏସିଆ ଏବଂ ବିଶ୍ବ ଇତିହାସରୁ ଆମେ ଏହା ଜାଣୁ ଯେ ସୁବିଧାବାଦୀ ନୀତିକୁ ଆପଣେଇ ନେଇଥିବା ଯେ କୌଣସି ଶକ୍ତି ଦୁର୍ବଳ ପକ୍ଷକୁ ଭୟଭୀତ କରାଏ ଏବଂ ଶକ୍ତିଶାଳୀ ପକ୍ଷକୁ ନିଜେ ଭୟ କରେ। ଚୀନ-ଭାରତ ସୀମା ପ୍ରସଙ୍ଗରେ ଭାରତ ସୁବିଧାବାଦୀ ଶକ୍ତିର ଏକ ଉଦାହରଣ”।

ତାଙ୍କ ବିବୃତିରେ ମୁଖପାତ୍ର ଶ୍ରୀବାସ୍ତବ କହିଲେ ଯେ, ସାଂପ୍ରତିକ ସୀମା ପରିସ୍ଥିତିକୁ ଦାୟିତ୍ବବାନ ଢଙ୍ଗରେ ନିୟନ୍ତ୍ରଣ କରିବା ଏବଂ କୌଣସି ପକ୍ଷରୁ ଅନ୍ୟ ପକ୍ଷକୁ ଉସୁକାଇବା ଭଳି କାର୍ଯ୍ୟ କରା ନଯିବା ସହିତ ଦ୍ବିପାକ୍ଷିକ ବୁଝାମଣା ଏବଂ ଆଚରଣ ପ୍ରଥା ଅନୁସାରେ ଶାନ୍ତି ଓ ସ୍ଥିରତା ବଜାୟ ରଖିବା ପାଇଁ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ. ଜୟଶଙ୍କର ଏବଂ ଚୀନ ବୈଦେଶିକ ମନ୍ତ୍ରୀ ୱାଙ୍ଗ ୟି ଏବଂ ଉଭୟ ପକ୍ଷର ସ୍ବତନ୍ତ୍ର ପ୍ରତିନିଧିମାନେ ସମ୍ମତି ପ୍ରକାଶ କରିଥିଲେ ।

ସେ କହିଲେ, “ଏ ବର୍ଷ ପ୍ରାରମ୍ଭରୁ ବାସ୍ତବ ନିୟନ୍ତ୍ରଣ ରେଖା ଅଞ୍ଚଳରେ ଚୀନର କାର୍ଯ୍ୟକଳାପ ଏବଂ ଆଚରଣରୁ ସ୍ପଷ୍ଟ ସୂଚନା ମିଳିଆସୁଛି ଯେ ସୀମାରେ ଶାନ୍ତି ଓ ସ୍ଥିରତା ବଜାୟ ରଖିବା ଲାଗି ଦ୍ବିପାକ୍ଷିକ ଆଲୋଚନାର ନିଷ୍କର୍ଷରେ ଉଭୟ ଦେଶର ସମ୍ମତି ଏବଂ ପ୍ରୋଟୋକୋଲକୁ ଚୀନ ଉଲ୍ଲଙ୍ଘନ କରୁଛି”।

“ଉଭୟ ଦେଶର ବୈଦେଶିକ ମନ୍ତ୍ରୀ ଏବଂ ସ୍ବତନ୍ତ୍ର ପ୍ରତିନିଧିମାନଙ୍କ ମଧ୍ୟରେ ବୁଝାମଣାକୁ ସଂପୂର୍ଣ୍ଣ ବେଖାତିର କରି ଚୀନ ଏଭଳି କାର୍ଯ୍ୟକଳାପ ହାତକୁ ନେଉଛି”। ଶ୍ରୀବାସ୍ତବ କହିଲେ ଯେ, ନିକଟରେ ଚୀନର ଉତ୍ତେଜକ ଏବଂ ଆକ୍ରମଣାତ୍ମକ କାର୍ଯ୍ୟକଳାପ ବିଷୟକୁ ଉଭୟ କୂଟନୈତିକ ଏବଂ ସାମରିକ ବ୍ୟବସ୍ଥା ଜରିଆରେ ଉତଥାପନ କରାଯାଇଛି ଏବଂ ଏଭଳି ପ୍ରବର୍ତ୍ତାଇବା ଭଳି କାର୍ଯ୍ୟରୁ ବିରତ ରହିବା ଦିଗରେ ସୀମାରେ ନିୟୋଜିତ ଏହାର ସେନାକୁ ବେଜିଂ ନିୟନ୍ତ୍ରିତ ଏବଂ ଶୃଙ୍ଖଳିତ କରୁ ବୋଲି କୁହାଯାଇଛି। ସେ କହିଲେ, “ଶାନ୍ତିପୂର୍ଣ୍ଣ ଆଲୋଚନା ଜରିଆରେ ବାସ୍ତବ ନିୟନ୍ତ୍ରଣ ରେଖାର ପଶ୍ଚିମ କ୍ଷେତ୍ରରେ ଉତ୍ପନ୍ନ ସ୍ଥିତିର ସମାଧାନ ନିମନ୍ତେ ଭାରତ ଦୃଢ଼ ସଂକଳ୍ପବଦ୍ଧ”।

“ଏହି ପରିପ୍ରେକ୍ଷୀରେ, ବିବାଦୀୟ ସ୍ଥିତିର ସମାଧାନ ଏବଂ ସୀମାବର୍ତ୍ତୀ ଅଞ୍ଚଳରେ ଶାନ୍ତି ଓ ସ୍ଥିରତାର ପୁନଃ ସ୍ଥାପନ ନିମନ୍ତେ ପୂର୍ବରୁ ହୋଇଥିବା ବୁଝାମଣାର ନିଷ୍କର୍ଷକୁ ଚୀନ ଅନୁସରଣ କରିବ ଏବଂ ଏ ଦିଗରେ ଭାରତ ସହିତ ଆନ୍ତରିକତାର ସହ କାର୍ଯ୍ୟ କରିବ ବୋଲି ଆମେ ଆଶା କରୁଛୁ”।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.