ହାଇଦ୍ରାବାଦ: ପୂର୍ବ ଲଦାଖର ପାଙ୍ଗଙ୍ଗ ହ୍ରଦର ଦକ୍ଷିଣରେ ଭାରତ ପ୍ରାଧାନ୍ୟ ବିସ୍ତାର କରୁଥିବାରୁ ଚୀନ୍ ହ୍ରଦର ଉତ୍ତରରେ ଥିବା ଫିଙ୍ଗର ଅଞ୍ଚଳରେ ନିର୍ମାଣ କାର୍ଯ୍ୟ ଆରମ୍ଭ କରିଛି ବୋଲି ବୁଧବାର ସୂତ୍ରରୁ ପ୍ରକାଶ ପାଇଛି ।
ସେପ୍ଟେମ୍ବର 7ରେ ଦକ୍ଷିଣ ପ୍ରାନ୍ତରେ ସଂଘର୍ଷ ଘଟିବା ପରେ ଏହା ଆରମ୍ଭ ହୋଇଥିଲା ଯେଉଁଠାରେ ଉଭୟ ପକ୍ଷଙ୍କ ମଧ୍ୟରେ ଗୁଳି ବିନିମୟ ଘଟିଥିଲା । ଏହି ଅଞ୍ଚଳରେ ମଙ୍ଗଳବାର ସନ୍ଧ୍ୟା ଠାରୁ ପିପୁଲ୍ସ ଲିବରେସନ୍ ଆର୍ମିର ସୈନ୍ୟ ନିୟୋଜନ ବୃଦ୍ଧି ପାଇବାରେ ଲାଗିଛି ।
ସେପଟେ ଏହି ଅଞ୍ଚଳରେ ଚୀନ ନିଜର ସୈନ୍ୟ ସମେତ ଅସ୍ତ୍ରଶସ୍ତ୍ର ମହଜୁଦ କରିବାରେ ଲାଗି ପଡିଛି । ଅନ୍ୟପଟେ ଉଭୟ ଭାରତ-ଚୀନ ସେନା କିଛି ଦୂରତାରେ ଥିବାବେଳେ ସେମାନେ ସ୍ପଷ୍ଟ ଦୃଶ୍ୟମାନ ପରିସର ମଧ୍ୟରେ ଅଛନ୍ତି । ଚୀନର କାର୍ଯ୍ୟକଳାପ ଉପରେ ଭାରତୀୟ ସେନା ତୀକ୍ଷ୍ଣ ନଜର ରଖିଛି ବୋଲି ଏକ ସରକାରୀ ସୂତ୍ରରୁ ପ୍ରକାଶ ପାଇଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ