ETV Bharat / bharat

ଡ୍ରାଗନର ନୂଆ ଚାଲ, ଭାରତ ସୀମାରେ ନିର୍ମାଣ କରିବ ରେଳ ଲାଇନ

author img

By

Published : Nov 2, 2020, 8:38 AM IST

ଚୀନ ଏବେ ଭାରତ ସୀମାରେ ରେଳ ଲାଇନ ବିଛାଇବାକୁ ପ୍ରସ୍ତୁତି ଆରମ୍ଭ କରିଛି। ଏହା ଚିଙ୍ଘାଇ-ତିବ୍ଦତ ମାଳଭୂମିର ଦକ୍ଷିଣ ପୂର୍ବ ଦେଇ ନିର୍ମାଣ ହେବ। ଯାହାକି ପୃଥିବୀର ଭୌଗୋଳିକ ଦୃଷ୍ଟିକୋଣରୁ ସବୁଠାରୁ ସକ୍ରିୟ ଅଞ୍ଚଳ ବୋଲି ଜଣାଯାଏ । ଅଧିକ ପଢନ୍ତୁ...

China preparing to lay railway line near Indian border
ଭାରତୀୟ ସୀମା​‌ରେ ରେଳ ଲାଇନ ବିଛାଇବ ଚୀନ

ବେଜିଂ: ଲଦାଖ ସୀମାରେ ଲଗାତର ଅଶାନ୍ତି ସୃଷ୍ଟି କରୁଥିବା ଚୀନ ଏବେ ଭାରତ ସୀମାରେ ରେଳ ଲାଇନ ବିଛାଇବାକୁ ପ୍ରସ୍ତୁତି ଆରମ୍ଭ କରିଛି। ଚୀନ ଦକ୍ଷିଣ ପଶ୍ଚିମର ସିଆଚୀନ ପ୍ରାନ୍ତରେ ୟାନ୍‌ ଓ ତିବ୍ବତର ଲିଞ୍ଝି ମଧ୍ୟରେ ସିଆଚୀନ‌-ତିବ୍ବତ ରେଳ ପଥ ନିର୍ମାଣ କାର୍ଯ୍ୟ ଆରମ୍ଭ କରିବାକୁ ଯାଉଛି ବୋଲି ସରକାରୀ ଗଣମାଧ୍ୟମ ଏହି ସୂଚନା ଦେଇଛି । ଲିଞ୍ଝି, ନୟିଂଗଶି ନାମରେ ମଧ୍ୟ ପରିଚିତ ଯାହାକି ଅରୁଣାଚଳପ୍ରଦେଶ ସୀମାରେ ଅବସ୍ଥିତ।

ହିମାଳୟ ଅଞ୍ଚଳରେ ଚୀନ ଦ୍ବାରା ନିର୍ମିତ ୫ଟି ବିମାନ ବନ୍ଦର ମଧ୍ୟରୁ ଗୋଟିଏ ଲିଞ୍ଝିରେ ମଧ୍ୟ ଅଛି । ନିକଟରେ ଚୀନରେ ଦୁଇଟି ସୁଡ଼ଙ୍କ ଓ ସେତୁ ନିର୍ମାଣ କାର୍ଯ୍ୟ ସହିତ ସିଆଚୀନ-ତିବ୍ବତ ରେଳ ଲାଇନ ପାଇଁ ବିଦ୍ୟୁତ ଯୋଗାଣ ଟେଣ୍ଡର ଫଳାଫଳ ଘୋଷଣା କରିଛି ଚାଇନା ରେଳବାଇ । ଏଥିରୁ ଜଣାପଡ଼ୁଛି ଯେ, ଚୀନ ଖୁବଶୀଘ୍ର ରେଳ ଲାଇନ କାର୍ଯ୍ୟ ଆରମ୍ଭ କରିବାକୁ ଯାଉଛି ।

ସରକାରୀ ଚାଇନା ନ୍ୟୁଜ ଖବର ଅନୁଯାୟୀ, ଚିଙ୍ଘାଇ-ତିବ୍ବତ ରେଳପଥ ପରେ ସିଚୁଆନ୍-ତିବ୍ଦତ ରେଳବାଇ ଚୀନର ଦ୍ବିତୀୟ ପ୍ରକଳ୍ପ ଅଟେ। ଏହା ଚିଙ୍ଘାଇ-ତିବ୍ଦତ ମାଳଭୂମିର ଦକ୍ଷିଣ ପୂର୍ବ ଦେଇ ନିର୍ମାଣ ହେବ। ଯାହାକି ପୃଥିବୀର ଭୌଗୋଳିକ ଦୃଷ୍ଟିକୋଣରୁ ସବୁଠାରୁ ସକ୍ରିୟ ଅଞ୍ଚଳ ବୋଲି ଜଣାଯାଏ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.