ଜୟପୁର: ରାଜସ୍ଥାନର ଭରତପୁର ଜିଲ୍ଲାରେ ଏକ ନାବାଳିକାକୁ ଜୋର ଜବରଦସ୍ତ ବିବାହ କରାଯାଉଥିବାବେଳେ ଶିଶୁ ସୁରକ୍ଷା ଆୟୋଗ ପକ୍ଷରୁ ଏହାକୁ ରୋକା ଯାଇଛି । ତେବେ ନାବାଳିକା ସହିତ ଯୋଗାଯୋଗ ବଜାୟ ରଖିବା ପାଇଁ ଘଟଣା ଘଟିଥିବା ଥାନା ଅଧିକାରୀଙ୍କୁ ଶିଶୁ ସୁରକ୍ଷା ଆୟୋଗର ଅଧ୍ୟକ୍ଷା ସଙ୍ଗୀତା ବେନିୱାଲ ନିର୍ଦ୍ଦେଶ ଦେଇଛନ୍ତି ।
ମିଳିଥିବା ସୂଚନା ମୁତାବକ, ରାଜ୍ୟର ଜଣେ ଦଶମ ଶ୍ରେଣୀରେ ପଢୁଥିବା ଛାତ୍ରୀକୁ ଜୋର ଜବରଦସ୍ତ ବିବାହ ପାଇଁ ନାବାଳିକାର ପରିବାର ଚାପ ପକାଉଥିଲେ । ତେବେ ନାବାଳିକା ଜଣକ ରାଜ୍ୟ ଶିଶୁ ସୁରକ୍ଷା ଆୟୋଗକୁ ଏହି ସମ୍ପର୍କରେ ଜଣାଇବା ପରେ ଆୟୋଗ ପକ୍ଷରୁ ନାବାଳିକାର ପରିବାର ବର୍ଗଙ୍କୁ ଡକାଯାଇଥିଲା ଏବଂ ବିବାହ ନ କରିବା ପାଇଁ ବାରଣ କରାଯାଇଥିଲା ।
ଏହାସହିତ ଘଟିଥିବା ଘଟଣାର ଥାନା ଅଧିକାରୀଙ୍କୁ ନାବାଳିକା ସହିତ ଲଗାତାର ଯୋଗାଯୋଗ ରଖିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଉକ୍ତ ନାବାଳିକା ଜଣକ ଭାରତ୍ତୋଳନ ପ୍ରତିଯୋଗିତାରେ 5ଟି ସ୍ବର୍ଣ୍ଣ ପଦକ ଜିତିଥିବା ସୂଚନା ମିଳିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ