ETV Bharat / bharat

ଶିଶୁ ଦୁଷ୍କର୍ମ: ବିନାଶମୁଖୀ ମାନବିକତା - ପୋସ୍କୋ ଆକ୍ଟ

କିଛି ବର୍ଷ ପରେ ମାନବିକତା ନାମକ ଶବ୍ଦ ନିଶ୍ଚିହ୍ନ ହେବାକୁ ଯାଉଛି । ବିନାଶର ଦ୍ବାରରେ ଠିଆ ହୋଇଛି ମଣିଷ । କାମନାରେ ଅନ୍ଧ ମଣିଷ, କାମନା ପୂରଣ ପାଇଁ କୌଣସି ବି ସୀମାକୁ ପାର କରିପାରେ । ଛଅ ମାସର ଶିଶୁଠାରୁ ଆରମ୍ଭ କରି 70 ବର୍ଷିୟ ମହିଳା ଯାଏଁ, କାହାକୁ ଛାଡିବନି କାମନା । ଭାରତୀୟ ସମ୍ବିଧାନରେ ଆଇନ ଥିବା ସତ୍ତ୍ବେ ଆମ ହାତ ବନ୍ଧା । ଯେଉଁଠି 100 ପ୍ରତିଶତ ଦୁଷ୍କର୍ମ ହେଉଛି, ସେଠି ମାତ୍ର 8 ପ୍ରତିଶତ ମାମଲାର ସମାଧାନ ହୋଇପାରୁଛି । ତେଣୁ ପରିସ୍ଥିତି ଅଣାୟତ ହେବା ପୂର୍ବରୁ ଏ ବିଷୟରେ ସମସ୍ତଙ୍କର ଚିନ୍ତା କରିବା ଆବଶ୍ୟକ ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ
author img

By

Published : Sep 5, 2019, 2:26 PM IST

ହାଇଦ୍ରାବାଦ: ବିଶ୍ବରେ ଶିଶୁଙ୍କ ସହ ଦୁଷ୍କର୍ମ ଦିନକୁ ଦିନ ବଢିବାରେ ଲାଗିଛି । କାମୁକ ପୁରୁଷଙ୍କ କବଳରୁ ରକ୍ଷା ପାଇପାରୁନାହାଁନ୍ତି କୋମଳ, ନିଷ୍ପାପ ଶିଶୁ । ଦୁର୍ବଳ ଆଇନ ଓ ଅପରାଧିଙ୍କୁ ଶାସ୍ତି ମିଳିବାରେ ବିଳମ୍ବ, ଏହି ସମସ୍ୟାକୁ କମ କରିବା ବଦଳରେ ବଢାଇବାରେ ଲାଗିଛି । ତେଲେଙ୍ଗାନାରେ ତିନି ବର୍ଷର ଶିଶୁକୁ ଦୁଷ୍କର୍ମ, ପଡୋଶୀ ଦ୍ବାରା ପାଞ୍ଚ ବର୍ଷ ଶିଶୁର ଦୁଷ୍କର୍ମ ଏହି ଭଳି ଅନେକ ମାମଲା କୋର୍ଟରେ ତାରିଖର ଅପେକ୍ଷା କରିଛନ୍ତି । ବିଶ୍ବରେ ପ୍ରତିଦିନ କେଉଁଠି ନା କେଉଁଠି ଏପରି ସମସ୍ୟା ଦେଖିବାକୁ ମିଳୁଛି ।

ଭାରତୀୟ ସମ୍ବିଧାନରେ ଅଇପିସି ଧାର 376, 354କ ଓ ପୋକ୍ସୋ ସେକ୍ସନ 4 ଅନୁଯାୟୀ ଦୋଷୀଙ୍କୁ ଆଜୀବନ କାରାଦଣ୍ଡର ବ୍ୟବସ୍ଥା ରହିଛି । ଏହି ଧାରା ଅନ୍ତର୍ଗତ ଅନେକ ମାମଲା ସମାଧାନ ହୋଇପାରିଛି । ଆସାମରେ 13 ବର୍ଷର ଝିଅକୁ ଦୁଷ୍କର୍ମ କରିଥିବା ବାପାକୁ ଆଜୀବନ କାରାଦଣ୍ଡ ଶୁଣାଯାଇଥିଲା । ସେହିପରି ସମାନ ଦଣ୍ଡ ହରିୟାଣାରେ ଶୁଣିବାକୁ ମିଳିଥିଲା । କିନ୍ତୁ ଏସବୁ ସମୁଦ୍ରକୁ ଶଙ୍ଖେ ପରି । ଯେଉଁଠି ପ୍ରତିଦିନ ଦୁଷ୍କର୍ମ ଖବର ଶୁଣିବାକୁ ମିଳୁଛି, ସେଠି ଆଖିଦୃଷ୍ଟିଆ ଦଣ୍ଡ କେଉଁଠିକି ନୁହେଁ ।

ମହିଳା, ଶିଶୁଙ୍କ ଉପରେ ଯୌନ ନିର୍ଯାତନା ବର୍ଷକୁ ବର୍ଷ ବଢିବାରେ ଲାଗିଛି । 2015ରେ 94,172 ମାମଲା ରୁଜୁ ହୋଇଥିବା ବେଳେ 2016ରେ 1,06,958 ମାମଲା ରୁଜୁ ହୋଇଛି । ଦେଶର 50 ପ୍ରତିଶତ ଅପରାଧ ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ, ଦିଲ୍ଲୀ ଓ ପଶ୍ଚିମବଙ୍ଗରେ ହୋଇଥାଏ । ସେଥି ମଧ୍ୟରୁ 18 ପ୍ରତିଶତ ଶିଶୁ ରହିଥାନ୍ତି । ପୋକ୍ସୋ ଆକ୍ଟ ଅନ୍ତର୍ଗତ ପ୍ରାୟ 34.4ପ୍ରତିଶତ ମାମଲା ରୁଜୁ ହୋଇଥାଏ । 2015-16 ମଧ୍ୟରେ ଏକ ଲକ୍ଷରୁ ଉର୍ଦ୍ଧ ମାମଲା ରୁଜୁ କରାଯାଇଛି ମାତ୍ର ଦୋଷୀ କେତେ ସାବ୍ୟସ୍ତ ହୋଇଛନ୍ତି! ମାତ୍ର 8.87 ପ୍ରତିଶତ ମାମଲା ସମାଧାନ ହୋଇପାରିଛି ।

ପ୍ରମାଣ ଅଭାବରୁ ଅନେକ ମାମଲାକୁ ଦବେଇ ଦିଆଯାଇଥାଏ । ନିକଟରେ ଦେଢ ବର୍ଷର ଶିଶୁ ସହ ଦୁଷ୍କର୍ମ ଓ ନିର୍ମମ ଭାବେ ହତ୍ୟା କରିଥିବା ଅମାନବିକ ପୁରୁଷକୁ ଫାଷ୍ଟ ଟ୍ରାକ୍ କୋର୍ଟ ଫାସି ଦଣ୍ଡ ଶୁଣାଇଛି । ଆମକୁ ଏପରି ସମାଧାନର ଆବଶ୍ୟକତା ରହିଛି । ତେବେ ଯାଇ ଜଣଙ୍କ ମନରେ ଡର ସୃଷ୍ଟି ହେବ ।

ଟେକ୍ନୋଲୋଜିର ବର୍ତ୍ତମାନ ଅପବ୍ୟବହାର କରାଯାଉଛି । ଆଇନ, କାନୁନକୁ କାହାର ଡର ରହୁନାହିଁ । ତେବେ ଏଥିପାଇଁ ଏବେର ଯୁବପିଢିଙ୍କୁ ମାନବିକତା ଓ ସମ୍ପର୍କ ବିଷୟରେ ଜାଣିବାର ଆବଶ୍ୟକତା ରହିଛି । ସ୍କୁଲରେ ପାଠ୍ୟକ୍ରମ ଶିକ୍ଷା ସହ ଉଚିତ ବ୍ୟବହାର ମଧ୍ୟ ଶିଖାଇବା ଜରୁରୀ । ଏହାସହ ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ପୋକ୍ସୋ ଆକ୍ଟ ବିଷୟରେ ସଚେତନତା ବାର୍ତ୍ତା ଦେବା ଆବଶ୍ୟକ । ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟ ସହ ଆଶାଦିଦି, ଅଙ୍ଗନବାଡି କର୍ମୀ, ଅଭିଭାବକଙ୍କୁ ଏଥିପ୍ରତି ଧ୍ୟାନ ଦେବା ଜରୁରୀ ।

Intro:Body:

BLANK

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.