ଲକ୍ଷ୍ନୌ: ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଲକ୍ଷ୍ନୌରେ ଆୟୋଜିତ ହୋଇଥିବା ଆରୋଗ୍ୟ ମେଳାରେ ଯୋଗ ଦେଇଛନ୍ତି । ମେଳାକୁ ଆସିଥିବା ଦିବ୍ୟାଙ୍ଗମାନଙ୍କୁ ଆଶା ବାଡି ଓ ହୁଇଲ ଚେୟାର ବାଣ୍ଟିଛନ୍ତି ସେ ।

ଉତ୍ତର ପ୍ରଦେଶରେ ଆରୋଗ୍ୟ ମେଳାକୁ 4,200 ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରରେ ପ୍ରଥମେ ଆରମ୍ଭ କରାଯାଇଥିଲା । ଏହା ପ୍ରତ୍ୟେକ ରବିବାର ଦିନ ଆୟୋଜିତ ହେଉଛି । ମୁଖ୍ୟମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ପାଇଁ ଏହା ଗୁରୁତ୍ବପୁର୍ଣ୍ଣ ଥିଲା । ଏହି ଆରୋଗ୍ୟ ମେଳା ଦ୍ବାରା ରାଜ୍ୟବାସୀ ଲାଭବାନ ହେଉଛନ୍ତି ବୋଲି କହିଛନ୍ତି ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ।