ETV Bharat / bharat

ସରିଲା ରିମାଣ୍ଡ, କୋର୍ଟରେ ହାଜର ହେବେ ଚିଦାମ୍ବରମ - ସରିଲା ରିମାଣ୍ଡ

ଆଇଏନଏକ୍ସ ମିଡିଆ ମାମଲାରେ ପୂର୍ବତନ ଅର୍ଥମନ୍ତ୍ରୀ ପି ଚିଦାମ୍ବରମ ଛନ୍ଦି ହୋଇପଡ଼ିଛନ୍ତି । ବର୍ତ୍ତମାନ ସେ ସିବିଆଇ ରିମାଣ୍ଡରେ ଥିବା ବେଳେ ଆଜି ତାଙ୍କର ରିମାଣ୍ଡ ଶେଷ ହୋଇଛି । ପୁନର୍ବାର କୋର୍ଟରେ ତାଙ୍କୁ ସିବିଆଇ ହାଜର କରିବ। ସେପଟେ ଆସନ୍ତା 5 ତାରିଖ ପର୍ଯ୍ୟନ୍ତ ଚିଦାମ୍ବରମ ସିବିଆଇ ହେପାଜତରେ ରହିବେ ବୋଲି ସୁପ୍ରିମକୋର୍ଟରେ ଅନୁମତି ମାଗିଛି ।

ଫଟୋ ସୌଜନ୍ୟ: ଇଟିଭି ଭାରତ ବ୍ୟୁରୋ
author img

By

Published : Aug 30, 2019, 1:20 PM IST

ନୂଆଦିଲ୍ଲୀ: ଆଇଏନଏକ୍ସ ମିଡି଼ଆ ଦୁର୍ନୀତି ମାମଲାରେ ସିବିଆଇ ହେପାଜତରେ ଥିବା ଚିଦାମ୍ବରମଙ୍କ ରିମାଣ୍ଡ ଆଜି ଶେଷ ହେଉଛି । ଫଳରେ ତାଙ୍କୁ ପୁନର୍ବାର କୋର୍ଟରେ ହାଜର କରିବ ସିବିଆଇ । ସେପଟେ କିନ୍ତୁ ଚିଦାମ୍ବରମ ସୁପ୍ରିମକୋର୍ଟରେ ଆସନ୍ତା 2 ତାରିଖ ପର୍ଯ୍ୟନ୍ତ ସିବିଆଇ ହେପାଜତରେ ରହିବାକୁ ଅନୁମତି ମାଗିଛି । ଗତ 21 ତାରିଖରେ ଦୁଇ ଦିନର ଲୁଚକାଳି ଖେଳ ପରେ ତାଙ୍କ ଘରୁ ସିବିଆଇ ତାଙ୍କୁ ଗିରଫ କରିଥିଲା ।

ସେପ୍ଟମ୍ବର 2 ପର୍ଯ୍ୟନ୍ତ ସିବିଆଇ ହେପାଜତରେ ରହିବାକୁ ଅନୁରୋଧ
ବିଚାରପତି ଆର ଭାନୁମୂର୍ତ୍ତି ଓ ଏଏସ ବୋପନ୍ନାଙ୍କୁ ନେଇ ଗଠିତ ଖଣ୍ଡପୀଠ ଶୁଣାଣିରେ କହିଥିଲେ କି, ସିବିଆଇ ହେପାଜତରେ ରହିବା ପାଇଁ ତଳ କୋର୍ଟ ନିର୍ଦ୍ଦେଶ ଦେଇଥିଲା । ତାହାକୁ ବିରୋଧ କରି ହୋଇଥିବା ଯାଚିକାର ଶୁଣାଣି କରିବା ପାଇଁ ଖଣ୍ଡପୀଠ ଆସନ୍ତା 2 ତାରିଖକୁ ଧାର୍ଯ୍ୟ କରିଛନ୍ତି । ଖଣ୍ଡପୀଠର ଏହି ନିଷ୍ପତ୍ତି ଶୁଣିବା ପରେ ଗତ ଗୁରୁବାର ପୂର୍ବତନ ଅର୍ଥମନ୍ତ୍ରୀ ଚିଦାମ୍ବରମ ଆସନ୍ତା 2 ତାରିଖ ପର୍ଯ୍ୟନ୍ତ ସିବିଆଇ ହେପାଜତରେ ରହିବାକୁ ସୁପ୍ରିମକୋର୍ଟରେ କହିଛନ୍ତି ।

ଚିଦାମ୍ବରମଙ୍କ ପ୍ରସ୍ତାବ ଉପରେ ନାହିଁ କୌଣସି ଚିପ୍ପଣୀ
ପୂର୍ବତନ ଅର୍ଥମନ୍ତ୍ରୀ ଚିଦାମ୍ବରମଙ୍କ ପ୍ରସ୍ତାବ ଉପରେ ଖଣ୍ଡପୀଠ କୌଣସି ପ୍ରକାର ମନ୍ତବ୍ୟ ଦେଇନାହାନ୍ତି । ମାତ୍ର 20 ତାରିଖରେ ହୋଇଥିବା ମାମଲାକୁ ଚ୍ୟାଲେଞ୍ଜ କରି ଚିଦାମ୍ବରମଙ୍କ ପକ୍ଷରୁ ଦାୟର ହୋଇଥିବା ଯାଚିକା ଉପରେ କୋର୍ଟ ଆସନ୍ତା 5 ତାରିଖରେ ଶୁଣାଣି କରିବେ । ଏହା ସହିତ କୋର୍ଟ ଚୂଡାନ୍ତ ନିଷ୍ପତ୍ତି ନେବେ । ସୂଚନା ଯୋଗ୍ୟ ଚିଦାମ୍ବରମ ଦିଲ୍ଲୀ କୋର୍ଟ ଆଗୁଆ ଜାମିନ ଆବେଦନକୁ ବାତିଲ କରିବା ବିରୋଧରେ ଯାଚିକା ଦାୟର କରିଥିଲେ ।

"ଆସନ୍ତାକାଲି(ଶୁକ୍ରବାର) ମୋର ରିମାଣ୍ଡ ଶେଷ ହେଉଛି । ଏଥିପାଇଁ ମୁଁ ସିବିଆଇ ହେପାଜତରେ ରହିବାକୁ ଚାହୁଁଛି । ଏଥିରେ ଇଡ଼ିର ତଦନ୍ତରେ କୌଣସି ପ୍ରକାର ଅସୁବିଧା ସୃଷ୍ଟି ହେବା ନାହିଁ ।"

ଖଣ୍ଡପୀଠର କହିବା ଅନୁଯାଯୀ ଚିଦାମ୍ବରମଙ୍କ ଗିରଫଦାରୀରୁ ବର୍ତ୍ତିବା ପାଇଁ ଦିଆଯାଇଥିବା ଅନ୍ତରୀଣ ସୁରକ୍ଷାକୁ ମଧ୍ୟ ପାଞ୍ଚ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ଚିଦାମ୍ବରମ ଆଇଏନଏକ୍ସ ମାମଲାରେ ଗିରଫରୁ ବର୍ତ୍ତିବା ପାଇଁ ଆଗୁଆ ଜାମିନ ଆବେଦନ କରିଥିଲେ । ତେବେ ଚିଦାମ୍ବରମଙ୍କ ପାଇଁ ବରିଷ୍ଠ ଓକିଲ କପିଲ ଶିବଲ ଓ ଅଭିଷେକ ମନୁ ସିଂଘଓ୍ବି ମାମଲା ଲଢୁଛନ୍ତି ।

ଏହି ଦୁଇ ଓକିଲ ଖଣ୍ଡପୀଠକୁ କହିଥିଲେ କି, ରିମାଣ୍ଡକୁ ଚ୍ୟାନେଞ୍ଜ ଦେଉବାପାଇଁ ଦାୟର ହୋଇଥିବା ଯାଚିକାର ଶୁଣାଣି ଆସନ୍ତା 2 ତାରିଖରେ ହେବ । ଏଥିପାଇଁ ଚିଦାମ୍ବରମ 2 ତାରିଖ ପର୍ଯ୍ୟନ୍ତ ସିବିଆଇ ହେପାଜତରେ ରହିବାକୁ ଚାହୁଁଛନ୍ତି ବୋଲି ଉଭୟ କପିଲ ଶିବଲ ଓ ଅଭିଷେକ ଖଣ୍ଡପୀଠ ନିକଟରେ କହିଛନ୍ତି ।

ଉଭୟ ଓକିଲ କହିଥିଲେ କି ଚିଦାମ୍ବରମଙ୍କ ଅନୁଯାୟୀ ଆସନ୍ତାକାଲି(ଶୁକ୍ରବାର) ମୋର ରିମାଣ୍ଡ ଶେଷ ହେଉଛି । ଏଥିପାଇଁ ମୁଁ ସିବିଆଇ ହେପାଜତରେ ରହିବାକୁ ଚାହୁଁଛି। ଏଥିରେ ଇଡ଼ିର ତଦନ୍ତରେ କୌଣସି ପ୍ରକାର ଅସୁବିଧା ସୃଷ୍ଟି ହେବା ନାହିଁ ବୋଲି ସେ କହିଥିଲେ ।

ଅଧିକ ପଢନ୍ତୁ: ପଶ୍ଚିମବଙ୍ଗ ବିଜେପି ସଭାପତିଙ୍କୁ ଆକ୍ରମଣ

ସେପଟେ କିନ୍ତୁ ଏହାକୁ ବିରୋଧ କରିଛନ୍ତି ସଲିସିଟର ଜେନେରାଲ ତୁଷାର ମେହତା । ସେ କହିଛନ୍ତି ତଳ ଅଦାଲତରେ ହିଁ ଏହାକୁ ବୃଦ୍ଧି କରାଯାଇ ପାରିବ । କାରଣ ମାମଲା ପ୍ରଥମେ ସେଠାରେ ହିଁ ଦାୟର ହୋଇଥିଲା । ଯଦି ତଳ କୋର୍ଟରେ ତାଙ୍କୁ ହାଜର କରାଯାଉଛି ତେବେ ସେଥିରେ ଆମର କୌଣସି ପ୍ରକାର ଅଭିଯୋଗ ନାହିଁ ବୋଲି ସେ କହିଥିଲେ । ତେବେ ଏହା ମଧ୍ୟରେ ତଦନ୍ତ ରିପୋର୍ଟ ସହିତ ସମସ୍ତ ଦସ୍ତାବିଜକୁ ଏକ ବନ୍ଦ ଲଫାପା ମଧ୍ୟରେ କୋର୍ଟରେ ଦାଖଲ କରିବା ପାଇଁ ଖଣ୍ଡପୀଠ ନିର୍ଦ୍ଦେଶ ଦେଇଛନ୍ତି।

ସେପଟେ ସଲିସିଟର ଜେନେରାଲ କୋର୍ଟରେ ଯୁକ୍ତି ବାଢିଛନ୍ତି ଯେ, ଏହି ଆଇଏନଏକ୍ସ ମିଡ଼ିଆ ମାମଲା ବିରୋଧରେ ମୋ ନିକଟରେ ଅନେକ ପ୍ରମାଣ ରହିଛି । ଏହା ହେଉଥିବାର ପ୍ରମାଣ 2009 ମସିହା ପରେ ଓ ଏବେ ମଧ୍ୟ ମୋ ନିକଟରେ ରହିଛି ବୋଲି ସେ ଯୁକ୍ତି କରିଥିଲେ ।

ସେ କୋର୍ଟରେ ଆହୁରି ମଧ୍ୟ କହିଥିଲେ କି ଅର୍ଥ ହେରଫେର ମାମଲା ସମାଜ ଏବଂ ଦେଶ ପାଇଁ ଘୋର ବିପତ୍ତି ଅଟେ । ନିଶ୍ଚିତ ପକ୍ଷେ ଏହାକୁ ଏକ ଗୁରୁତର ଅପରାଧ ଭାବେ ଗଣାଯିବା । ତେବେ ଆଇଏନଏକ୍ସ ମାମଲାର ଅଧିକ ତଥ୍ୟ ପାଇଁ ଚିଦାମ୍ବରମଙ୍କୁ ଜେରାର ଆବଶ୍ୟକତା ରହିଛି ବୋଲି ସେ କହିଥିଲେ ।

ସୂଚନା ଯୋଗ୍ୟ 2017 ମସିହା, ମେ 15 ତାରିଖରେ ସିବିଆଇ ପକ୍ଷରୁ ଆଇଏନଏକ୍ସ ମାମଲା ସିବିଆଇ ରୁଜୁ କରିଥିଲା । 2007 ମସିହାରେ ଚିଦାମ୍ବରମ ଅର୍ଥମନ୍ତ୍ରୀ ଥିବା ବେଳେ ଆଇଏନଏକ୍ସ ମିଡ଼ିଆରେ 305 କୋଟି ଟଙ୍କା ନିବେଶ କରିଥିବା ଅଭିଯୋଗ ହୋଇଥିଲା । ତେବେ ଏହି ନିବେଶ ସମୟରେ ବିଦେଶୀ ନିବେଶ ସମ୍ବର୍ଦ୍ଧନ ବୋର୍ଡର ନିୟମ ଉଲ୍ଲଂଘନ ହୋଇଥିବା ଜଣାପଡ଼ିଥିଲା । ଏହା ସହିତ 2017ରେ ମଧ୍ୟ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଅର୍ଥ ହେରଫେର ମାମଲା ରୁଜୁ କରିଥିବା ଜଣାପଡ଼ିଥିଲା ।

Intro:Body:

prabhu

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.