ETV Bharat / bharat

ଭୋଟ ପାଇଁ ଭୋଟରଙ୍କୁ ମନ୍ତ୍ରୀଙ୍କ ଖୁଲମଖୁଲା ଧମକ - ଭୋଟ ପାଇଁ ଭୋଟରଙ୍କୁ ବ୍ଲାକମେଲ କଲେ ମନ୍ତ୍ରୀ

ଭୋଟରଙ୍କୁ ଖୋଲାଖୋଲି ଧମକ ଦେଲେ ଭୂପେଶ ବାଘେଲ ସରକାରଙ୍କ ମନ୍ତ୍ରୀ କବାସୀ ଲଖମା । ଶୁଣନ୍ତୁ ସେ କ'ଣ କହିଛନ୍ତି..

kawasi-lakhma
ଫାଇଲ ଫଟୋ
author img

By

Published : Dec 15, 2019, 12:25 PM IST

ରାଇପୁର: ନିଜ ବିବାଦୀୟ ବୟାନ ପାଇଁ ସର୍ବଦା ଚର୍ଚ୍ଚାରେ ରହୁଥିବା ଛତିଶଗଡର ଭୂପେଶ ବାଘେଲ ସରକାରଙ୍କ ମନ୍ତ୍ରୀ କବାସୀ ଲଖମା ପୁଣି ଏକ ବିବାଦୀୟ ବୟାନ ଦେଇଛନ୍ତି । ତେବେ ଏଥର ସେ ଭୋଟରଙ୍କୁ ଖୋଲାଖୋଲି ଧମକ ଦେଇଛନ୍ତି । ଭୋଟ ନଦେଲେ ବିକାଶର ଟଙ୍କା ଅନ୍ୟତ୍ର ସ୍ଥାନକୁ ନେଇଯିବେ ବୋଲି ଭୋଟରଙ୍କୁ କହିଛନ୍ତି ଲଖମା । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।

ଭିଡିଓ ସୌଜନ୍ୟ: ଏଏନଆଇ

ସୂଚନା ମୁତାବକ, ଲଖମା ଶୁକ୍ରବାର ଧମତରୀର ପୌର ନିର୍ବାଚନ ପାଇଁ ପ୍ରଚାର କରୁଥିଲେ । ସେଠାରେ ସେ ଏକ ଜନସଭାକୁ ସମ୍ବୋଧିତ କରି କହିଥିଲେ, ଧମତରୀର ଲୋକ ଯଦି ମେୟର ନିର୍ବାଚନରେ ଭୋଟ ନଦେବ ତାହାଲେ ଧମତରୀରର ଟଙ୍କା ସୁକୁମା ଏବଂ ଦନ୍ତେୱାଡାକୁ ନେଇଯିବି । ଯଦି ଭୋଟ ଦେବ ତାହେଲେ ବସ୍ତରର ଟଙ୍କା ବି ତୁମକୁ ମିଳିବ ।

ପୂର୍ବରୁ ମଧ୍ୟ କବାସୀ ଲଖମା ଅନେକ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି । ଗତଥର ସେ ସ୍କୁଲପିଲାଙ୍କୁ ଏସପି ଏବଂ ଜିଲ୍ଲାପାଳଙ୍କ କଲର ଧରିବାକୁ ପ୍ରତ୍ସାହିତ କରିଥିଲେ । ଏସପି-ଜିଲ୍ଲାପାଳଙ୍କ କଲର ଧରିଲେ ବଡ ନେତା ହେବ ବୋଲି ପିଲାଙ୍କୁ କହିଥିଲେ ସେ ।

Intro:Body:

fgffff

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.