ETV Bharat / bharat

ସର୍ଭିସ ରାଇଫଲରୁ ଗୁଳି କରି ସିଆରପିଏଫ ଏଏସଆଇଙ୍କ ଆତ୍ମହତ୍ୟା - crpf jawan commits suicide in sukma news

ସିଆରପିଏଫ ଯବାନଙ୍କ ଆତ୍ମହତ୍ୟା । ଛତିଶଗଡର ମାଓପ୍ରବଣ ସୁକମା ଅଞ୍ଚଳରେ କାର୍ଯ୍ୟରତ ଏଏସଆଇ ନିଜ ସର୍ଭିସ ଏକେ 47 ରାଇଫଲରୁ ଗୁଳି କରି ଆତ୍ମହତ୍ୟା କରିଛନ୍ତି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଅଧିକ ପଢନ୍ତୁ...

ସିଆରପିଏଫ ଏସଆଇ ନିଜକୁ ନିଜେ ଗୁଳି କରି କଲେ ଆତ୍ମହତ୍ୟା

author img

By

Published : Sep 16, 2020, 6:08 PM IST

ରାୟପୁର: ସିଆରପିଏଫ ଏଏସଆଇ ନିଜକୁ ଗୁଳି କରି କଲେ ଆତ୍ମହତ୍ୟା । ଏଭଳି ଅଭାବନୀୟ ଘଟଣା ଘଟିଛି ଛତିଶଗଡର ମାଓପ୍ରବଣ ସୁକମା ଅଞ୍ଚଳରେ ।

ସୂଚନା ଅନୁଯାୟୀ ସୁକମା ଅଞ୍ଚଳରେ ନିୟୋଜିତ ସିଆରପିଏଫର 2ୟ ବାଟାଲିୟନରେ କର୍ଣ୍ଣାଟକର ଶିବାନନ୍ଦ ଏଏସଆଇ ଭାବେ କାର୍ଯ୍ୟ କରୁଥିଲେ । ବୁଧବାର ସକାଳେ ସିଆରପିଏଫ କ୍ୟାମ୍ପ ପରିସରରେ କଥାବାର୍ତ୍ତା କରିଥିଲେ ଏବଂ କିଛି ସମୟ ନିଜ ସାଥୀ ଯବାନଙ୍କ ସହିତ ଖେଳିବା ପରେ ନିଜ ବାରାକକୁ ଫେରିଯାଇଥିଲେ । ଏହାପରେ କିଛି ସମୟ ପରେ ଶିବାନନ୍ଦ ନିଜ ବାରାକରେ ନିଜ ସର୍ଭିସ ବନ୍ଧୁକ ଏକେ 47 ରାଇଫଲରୁ ନିଜକୁ ଗୁଳି କରିଥିଲେ । ଗୁଳି ଶଦ୍ଦ ଶୁଣି ସାଥୀ ଯବାନ ଆସିବାବେଳକୁ ରକ୍ତ ଜୁଡୁବୁଡୁ ହୋଇ ପଡିଥିଲେ ଶିବାନନ୍ଦ । ଏହା ପରେ ଯବାନମାନେ ନିଜ ଉପରିସ୍ଥ ଅଫିସରଙ୍କୁ ଖବର ଦେଇଥିଲେ ।

ଘଟଣାସ୍ଥଳରେ ସୁକମା ଜିଲ୍ଲା ପୋଲିସ ଆରକ୍ଷୀ ଅଧୀକ୍ଷକ ସଲଭ ସିହ୍ନା ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ଯବାନ ଜଣକ କେଉଁ କାରଣରୁ ଆତ୍ମହତ୍ୟା କରିଛନ୍ତି, ସେ ନେଇ ବର୍ତ୍ତମାନ ତଦନ୍ତ ଚାଲିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.