ରାଇପୁର: ଛତିଶଗଡରେ ପୁଣି ମାତିଲେ ମାଓବାଦୀ । ଛତିସଗଡର ବୀଣାପୁର ଜିଲ୍ଲାରେ ଜଣେ କଂଗ୍ରେସ ନେତାଙ୍କୁ ଗଳା କାଟି ହତ୍ୟା କରିଛନ୍ତି ମାଓବାଦୀ । ମୃତକଙ୍କ ପରିଚୟ ସହଦେବ ରୂପରେ ହୋଇଛି । ଘଟଣାଟି ବୀଣାପୁର ଜିଲ୍ଲାର ଭୈରମଗଢ ଥାନା ଅନ୍ତର୍ଗତ କିସ୍ତାପରରେ ଘଟିଛି ।
ସୂଚନା ମୁତାବକ, ଗତକାଲି ରାତିରେ କିଛି ମାଓବାଦୀ ସହଦେବଙ୍କୁ ତାଙ୍କ ଘରୁ ଉଠାଇନେଇଥିଲେ । ଏହା ପରେ ତାଙ୍କ ଗଳାକାଟି ହତ୍ୟା କରିଥିଲେ । ତେବେ ପୋଲିସ ଏନେଇ ଏକ ମାମଲା ରୁଜୁ କରିବା ସହ ତଦନ୍ତ ଆରମ୍ଭ କରିଛି ।