ETV Bharat / bharat

ଲକଡାଉନ ପ୍ରଭାବ: ଅଳିଆ ଗଦାକୁ ଯାଉଛି ସତେଜ ଫୁଲ - COVID19

ଗୁଜୁରାଟର ଓ ଛତିଶଗଡରେ ବେହାଲ ଫୁଲ ଚାଷ । ବର୍ତ୍ତମାନ ସ୍ଥିତିରେ ବିକ୍ରି ନହୋଇପାରି ପଡିରହିଛି ଗଦା ଗଦା ଫୁଲ । ଯେଉଁଥିପାଇଁ ଅନେକ କ୍ଷତି ସହୁଛନ୍ତି ଚାଷୀ । ଅଧିକ ପଢନ୍ତୁ...

Flowers farmers in Rajkot
ଲକଡାଉନ ପ୍ରଭାବ: ବିକ୍ରି ହୋଇପାରୁନି ଫୁଲ, କ୍ଷତି ସହୁଛି ଚାଷୀ
author img

By

Published : Apr 30, 2020, 12:16 PM IST

ହାଇଦ୍ରାବଦ: ଦେଶରେ ଜାରି ରହିଛି କୋରୋନା ପ୍ରକୋପ । ଏହାକୁ ନେଇ ମେ 3 ତାରିଖ ପର୍ଯ୍ୟନ୍ତ ସମଗ୍ର ଦେଶରେ ଲକଡାଉନ ଜାରି ରହିଛି । ଏପରି ସ୍ଥିତିରେ ଜନଜୀବନ ସମ୍ପୂର୍ଣ୍ଣ ରୂପେ ପୁରା ଠପ ହୋଇଯାଇଛି । ରାସ୍ତା ଘାଟ, ଦୋକୋନା ବଜାର ବନ୍ଦ ଥିବାରୁ ଅନେକ ସମସ୍ୟା ଭୋଗୁଛନ୍ତି ଲୋକେ ।

Flowers farmers in Rajkot
ଲକଡାଉନ ପ୍ରଭାବ: ବିକ୍ରି ହୋଇପାରୁନି ଫୁଲ, କ୍ଷତି ସହୁଛି ଚାଷୀ

ଏହି ପ୍ରରିପେକ୍ଷିରେ ଅନେକ ଚାଷୀ ଓ ବ୍ୟବସାୟୀ ମାନେ କ୍ଷତି ସହୁଥିବା ଘଟଣା ସାମ୍ନାକୁ ଆସିଛି । ଲକଡାଉନ କାରଣରୁ ଫଳ, ପନିପରିବା, ଫୁଲ ଆଦି ବିକ୍ରି ହୋଇପାରୁନି । ଯାହାଦ୍ବାରା ଚାଷୀଙ୍କୁ ତାଙ୍କ ପରିଶ୍ରମର ଫଳ ମିଳିପାରୁନି । ସେହିପରି ଆଉ 2ଟି ଘଟଣା ଦେଖିବାକୁ ମିଳିଛି ଗୁଜୁରାଟ ଓ ଛତିଶଗଡରେ ।

ଗୁଜୁରାଟର ରାଜକୋଟରେ ଏକ କ୍ଷେତରେ ଗୋଲାପ ଚାଷ କରାଯାଇଛି । ଫୁଲ ଗୁଡିକ ଉନ୍ନତମାନର ହୋଇଥିବାବେଳେ, ବେଶ ମନମୁଗ୍ଧକର । ହେଲେ ଲକଡାଉନ ଯୋଗୁଁ ଏହା ବିକ୍ରି ହୋଇପାରୁ ନାହିଁ, ଯେଉଁଥିପାଇଁ ଫୁଲ ଚାଷୀମାନେ କହିଛନ୍ତି ଯେ, ସେମାନେ ବହୁତ କ୍ଷତି ସହୁଛନ୍ତି । ମାଭଜୀ ଭାଇ ନାମକ ଜଣେ କୃଷକ କହିଛନ୍ତି, "ଆମ ଫୁଲ କେହି କିଣୁ ନାହାଁନ୍ତି । ସମସ୍ତ ଅମଳ ନଷ୍ଟ ହେଉଛି । ସରକାର ଏକ ରିଲିଫ ପ୍ୟାକେଜ ଘୋଷଣା କରିବା ଉଚିତ ଏବଂ ଆମକୁ ସାହାଯ୍ୟ କରିବା ଉଚିତ"।

ସେହିପରି ଛତିଶଗଡ ବଳରାମପୁରର ଫୁଲ ଚାଷୀମାନେ କହିଛନ୍ତି ଯେ ଲକଡାଉନ ଯୋଗୁଁ ସେମାନେ କ୍ଷତି ସହୁଛନ୍ତି । ସୀମା ନାମକ ଜଣେ କୃଷକ ତାଙ୍କ କ୍ଷତରେ ଗେଣ୍ଡୁ ଫୁଲ ଚାଷ କରିଛନ୍ତି । ସେ କହିଛନ୍ତି, "ଆମେ ଫୁଲ ତୋଳୁଛୁ ସତ ହେଲେ ତାକୁ ନେଇ ଅଳିଆ ଗଦାରେ ପକାଇବା ବ୍ୟତୀତ ଆମ ପାଖରେ ଆଉ କିଛି ବାଟ ନାହିଁ । ଯଦି ପରିସ୍ଥିତି ଭିନ୍ନ ହୋଇଥାନ୍ତା, ତେବେ ଏଥର ଅମଳ ବହୁତ ଭଲ ହୋଇଛି, ସେହି ହିସାବରେ ବହୁତ ଲାଭ ହୋଇଥାନ୍ତା।"

Flowers farmers in Rajkot
ଲକଡାଉନ ପ୍ରଭାବ: କ୍ଷତି ସହୁଛି ଚାଷୀ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.