ETV Bharat / bharat

ବେଆଇନ କେଶର ଚାଲାଣ, ଦୁଇ ଗିରଫ - ଚେନ୍ନାଇ ବେଆଇନ କେଶର ଚାଲାଣ

ଚେନ୍ନାଇ ଅନ୍ତର୍ଜାତୀୟ ବିମାନ ବନ୍ଦରରୁ ଦୁଇ ବେଆଇନ କେଶର ଚାଲାଣକାରୀ ଗିରଫ । 9 ଲକ୍ଷ 80 ହଜାର ମୂଲ୍ୟର କେଶର ଜବତ । ଅଧିକ ପଢନ୍ତୁ...

chennai custom seized  4 kg saffron
ବେଆଇନ କେଶର ଚାଲାଣରେ ଦୁଇ ଦୁବାଇ ଯାତ୍ରୀ ଗିରଫ
author img

By

Published : Dec 23, 2020, 8:54 PM IST

ନୂଆଦିଲ୍ଲୀ: ଚେନ୍ନାଇ ଆନ୍ନା ଅନ୍ତର୍ଜାତୀୟ ବିମାନ ବନ୍ଦରରୁ ଦୁଇ ବେଆଇନ କେଶର ଚାଲାଣକାରୀ ଗିରଫ । ଚେନ୍ନାଇ କଷ୍ଟମ ଏୟାର ଇଣ୍ଟେଲିଜେନ୍ସ ୟୁନିଟ ସେମାନଙ୍କୁ ଗିରଫ କରିଛି । ଅଭିଯୁକ୍ତଙ୍କ ନିକଟରୁ 4 କେଜି କେଶର ଜବତ କରାଯାଇଛି । ଯାହାର ମୂଲ୍ୟ ପ୍ରାୟ 9 ଲକ୍ଷ 80 ହଜାର ଟଙ୍କା ହେବ ବୋଲି ଆକଳନ କରାଯାଇଛି । ଅଭିଯୁକ୍ତମାନେ ଦୁବାଇରୁ ଆସିଥିବା ଜଣାପଡିଛି ।

ବେଆଇନ କେଶର ଚାଲାଣରେ ଦୁଇ ଦୁବାଇ ଯାତ୍ରୀ ଗିରଫ

ଦିଲ୍ଲୀ କଷ୍ଟମ ମୁଖପାତ୍ରଙ୍କ ସୂଚନା ମୁତାବକ, ସମ୍ପୃକ୍ତ ଦୁଇ ଦୁବାଇ ଯାତ୍ରୀ ଟର୍ମିନାଲ ଅଞ୍ଚଳରୁ ଯାଉଥିବା ସମୟରେ କଷ୍ଟମ ଅଧିକାରୀମାନଙ୍କ ସେମାନଙ୍କ ଉପରେ ସନ୍ଦେହ ସୃଷ୍ଟି ହୋଇଥିଲା । ଏଣୁ ଅଧିକାରୀମାନେ ସେମାନଙ୍କ ଗତିବିଧି ଉପରେ ନଜର ରଖିଥିଲେ । ସନ୍ଦେହ ଗଭୀର ହେବାରୁ ସେମାନେ ସେହି ଯାତ୍ରୀଙ୍କୁ ଯାଞ୍ଚ କରିଥିଲେ ଏବଂ ସେମାନଙ୍କ ନିକଟରୁ 4 କେଜି କେଶର ଜବତ ହୋଇଥିଲା । ଅଭିଯୁକ୍ତମାନେ ନିଜ ହ୍ୟାଣ୍ଡ ବ୍ୟାଗରେ କେଶରକୁ ଲୁଚାଇ ରଖିଥିଲେ । କଷ୍ଟମ ଅଧିକାରୀମାନେ ଅଭିଯୁକ୍ତଙ୍କୁ ଗିରଫ ପଚରାଉଚରା କରୁଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.